ରାଜସ୍ଥାନ କଂଗ୍ରେସରେ ଖୁସିର ଲହରୀ, ଖଡଗେଙ୍କ ମଧ୍ୟସ୍ଥତା ପରେ ବଦଳିଲା ନେତାଙ୍କ ହାବଭାବ

ଜୟପୁର: ରାଜସ୍ଥାନ ରାଜନୀତିରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ହାବଭାବ ବଦଳୁଛି । ଦଳ ଭିତରେ ରହି ମୋ ସହ ଯାହା ବି ହୋଇଛି, ସବୁ କିଛି ଭୁଲିଯାଇଛି ଓ ଲୋକଙ୍କୁ କ୍ଷମା କରିଦେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଥିବା ସମସ୍ତ ବିବାଦକୁ ସେ ଭୁଲିଯାଇଛନ୍ତି ବୋଲି କହିଛନ୍ତି ସଚିନ ପାଇଲଟ । ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପରାମର୍ଶ ଦେଇଥିଲେ ।

ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ସମସ୍ତେ ଦାୟିତ୍ବ ନେଲେ ଆଗକୁ ନିର୍ବାଚନ ବୈତରଣୀ ପାର ହୋଇପାରିବା ବୋଲି କହିଛନ୍ତି ସଚିନ ପାଇଲଟ୍‌ । ରାଜସ୍ଥାନ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ରାଜ୍ୟ କଂଗ୍ରେସ ବେଶ୍‌ ଉତ୍ସାହିତ ରହିଛି । ଏଥିସହ ଅଶୋକ ଗେହଲଟଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ସଚିନ ପାଇଲଟ ମଧ୍ୟ ଆଉ କୌଣସି ପ୍ରକାର ବିବାଦ ସୃଷ୍ଟି କରିବେ ନାହିଁ ବୋଲି କହିଛନ୍ତି । ୨୪ ନିର୍ବାଚନ ପୂର୍ବରୁ ରାଜସ୍ଥାନ ନିର୍ବାଚନ ଜିତିବାକୁ ପଡ଼ିବ ବୋଲି ସଚିନ ପାଇଲଟ କହିଛନ୍ତି ।