spot_img

Web Admin

2415 POSTS

Exclusive articles:

ପ୍ଲାଜ୍‌ମା ଦାତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ପ୍ଲାଜମା ଦାନ କରିଥିବା ଅଗ୍ନିଶମ ଓ ପୋଲିସ ବାହିନୀଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟ୍ ମାଧ୍ୟମରେ ନବୀନ ଧନ୍ୟବାଦ ଜଣାଇଛନ୍ତି । ଏମିତିକି ନିଜ ଟ୍ୱିଟ୍‌ ଆକାଉଣ୍ଟରେ ଜଣ ଜଣଙ୍କ ନାଁ ଲେଖି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାନବିକତା ଓ ସେବା ମନୋଭାବକୁ ନେଇ ଢ଼େର ପ୍ରଶଂସା କରିଛନ୍ତି । ଏହି ପ୍ଲାଜ୍‌ମା ଦାତା ସମସ୍ତଙ୍କ ପାଇଁ ଉଦାହରଣ ବୋଲି ସେ କହିଛନ୍ତି । ରାଜ୍ୟରେ ପ୍ଲାଜମା ଥେରପି ଚମତ୍କାର କରୁଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜ୍‌ମା ରାମବାଣ ସଦୃଶ କାମ କରୁଛି । ଡାକ୍ତର ଓ ରୋଗୀଙ୍କ ପାଇଁ ଆଶା ସଞ୍ଚାର କରିଛି ପ୍ଲାଜମା ଥେରାପି । ଏହି ଚିକିତ୍ସା ସମସ୍ତଙ୍କ ମନରେ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି । ତେବେ ରାଜ୍ୟରେ ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

Breaking

ଆମେରିକାକୁ ଚୀନର ଧମକ: ଇରାନ ଉପରେ ଆକ୍ରମଣ କଲେ ରେଆର ମେଟାଲ ରପ୍ତାନୀ ବନ୍ଦ

ଆମେରିକାକୁ ଚୀନର ଧମକ: ଇରାନ ଉପରେ ଆକ୍ରମଣ କଲେ ରେଆର ମେଟାଲ...

NCERT ପୁସ୍ତକକୁ ନେଇ କେନ୍ଦ୍ରକୁ ସୁପ୍ରିମ ଛାଟ, କ୍ଷମା ମାଗିଲା କେନ୍ଦ୍ର

NCERT ପୁସ୍ତକକୁ ନେଇ କେନ୍ଦ୍ରକୁ ସୁପ୍ରିମ ଛାଟ, କ୍ଷମା ମାଗିଲା କେନ୍ଦ୍ର ନନ୍ଦିଘୋଷ...

୩୭ ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

୩୭ ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନନ୍ଦିଘୋଷ ବ୍ୟୁରୋ:...

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଦୁଇ ମାଓବାଦୀ ମୃତ

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଦୁଇ ମାଓବାଦୀ ମୃତ ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା...