ଲଞ୍ଚ୍ ହେଲା ଆକ୍ସିଅମ୍-୪, ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା
1 min read
ନନ୍ଦିଘୋଷ ବ୍ୟୁରୋ : ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୦୧ ରେ ମହାକାଶକୁ ଯାତ୍ରା ପାଇଁ ମିଶନ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି । ଏହାସହ ଦ୍ୱିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଶୁଭାଂଶୁ । ଭାରତର ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ନେଇ ଆକ୍ସିଅମ୍-୪ ମିଶନ କେନେଡି ସ୍ପେସ୍ ସେଣ୍ଟରର କମ୍ପ୍ଲେକ୍ସ ୩୯ଏ ରୁ ଉଡ଼ାଣ ଭରିଛି । ୨୮ ଘଣ୍ଟାର ଯାତ୍ରା ପରେ, ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ରେ ଏହି ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହିତ ଡକ୍ ହେବାର ସୂଚନା ରହିଛି । ମହାକାଶକୁ ଉଡ଼ାଣ ଭରିବା ପୂର୍ବରୁ ଭାରତବାସୀଙ୍କୁ ଦେଇଥିଲେ ବାର୍ତ୍ତା । କହିଥିଲେ ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି, ଯାହା ଦର୍ଶାଏ ଯେ ସମଗ୍ର ଭାରତ ମୋ ସହିତ ଅଛି । ମୁଁ ଚାହେଁ ଯେ ସମଗ୍ର ଦେଶ ଏହି ଖୁସିରେ ସାମିଲ ହେଉ। ଜୟ ହିନ୍ଦ।