କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମିଳିବ ନାହିଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ

1 min read

ଲକ୍ଷ୍ନୌ: ଆସନ୍ତା ଜାନୁଆାର ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠ ହେବାକୁ ଯାଉଛି । ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଯୋଗଦେବେ ବୋଲି ଆଶା ରଖାଯାଇଛି । ତେବେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମିଳିବ ନାହିଁ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ । କେବଳ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଦେଶର ବହୁ VIP ଏବଂ VVIPଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ପାଳନ ହେବାକୁ ଥିବାବେଳେ ସାରା ଦେଶରେ ଏକ ଉତ୍ସବ ଦେଖିବାକୁ ମିଳିବ । ଦୀର୍ଘଦିନ ଧରି ଏହି ଉତ୍ସବକୁ ଦେଶବାସୀ ଚାହିଁ ରହିଥିବାବେଳେ ଅତିଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳମାନେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ପ୍ରୋଟୋକଲ ହିସାବରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଦ୍ରାବିଡ ବନ୍ଧୁ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ କୁହିଛନ୍ତି କି, ୨୨ ଜାନୁୟାରୀ ଦ୍ବିପ୍ରହର ୧୨ ବାଜି ୧୯ ମିନିଟ୍ ୮ ସେକେଣ୍ଡରେ ମୂଳ ମୂହୁର୍ତ୍ତ ରହିଛି । ସମୁଦାୟ ୧ ମିନିଟ୍ ୨୪ ସେକେଣ୍ଡ ହେଉଛି ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ । ଏହି ସମୟ ଶୁଭ ମୁହୂର୍ତ୍ତ ହୋଇଥିବା ପଣ୍ଡିତ କହିଛନ୍ତି । ଏହି ସମୟରେ କାଶୀର ପଣ୍ଡିତମାନେ ଉତ୍ସବରେ ଯୋଗଦେବେ ।