ପୋଲିସ୍ ସ୍ୱାମୀଙ୍କ ହତ୍ୟା ଯୋଜନା କରି ଧରାପଡ଼ିଲେ କନଷ୍ଟେବଲ ସ୍ତ୍ରୀ

ଆଜମଗଡ଼: ଯୁଗ ଥିଲା ଯେତେବେଳେ ଓଢଣା ଦେଇ ଘରେ ରହୁଥିଲେ ମହିଳା । ଏବେ କିନ୍ତୁ ସମୟ ବଦଳିଛି । ଖୁବ ସ୍ୱାଧୀନତା ମିଳିଛି ସେମାନଙ୍କୁ । କିନ୍ତୁ କିଛି କିଛି ମହିଳା ଏତେ ମାତ୍ରାରେ ଏହି ସ୍ୱାଧୀନତାକୁ ଉପଯୋଗ କରୁଛନ୍ତି ଯାହାଦ୍ୱାରା ବେଳେ ବେଳେ ଏମାନେ ଜଘନ୍ୟ ଅପରାଧ କରି ବସୁଛନ୍ତି । ନିକଟରେ ଜଣେ ମହିଳାଙ୍କୁ ନେଇ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା କନଷ୍ଟେବଲ କିଭଳି ଭାବରେ ନିଜ ସ୍ୱାମୀର ହତ୍ୟା ଯୋଜନା କରିଥିଲା, ତାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ମହିଳା ଜଣକ ଯୋଜନା କରି ଜଣେ ବ୍ୟକ୍ତିକୁ ବିବାହ କଲା, ଆଉ ବିବାହର ଦୁଇ ମାସ ମଧ୍ୟରେ ୪ ବର୍ଷ ଧରି ସମ୍ପର୍କ ଥିବା ଇନସପେକ୍ଟରଙ୍କ  ସହିତ ମିଶି ସ୍ୱାମୀକୁ ମାରିବା ପାଇଁ ଯୋଜନା କଲା । ଯେବେ ଏହି ବିଷୟରେ ମହିଳାର ସ୍ୱାମୀକୁ ସନ୍ଦେହ ହେଲା ସେ ସେହି ମହିଳାର ଅଜାଣତରେ ତା ମୋବାଇଲରେ ରେକର୍ଡିଂକୁ ଅନ କରିଦେଲେ ଏବଂ ସେ ଯେଉଁ କଥାବାର୍ତ୍ତା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ମହିଳା ଜଣକ ଏହି ବ୍ୟକ୍ତିଙ୍କ କୋଟି କୋଟି ଟଙ୍କା ହଡ଼ପ କରି ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲା । ମହିଳାର ସ୍ୱାମୀ ୯୦୦ ରେକର୍ଡ଼ିଂ କ୍ଲିପ ଏବଂ ଦୃଢ ସାକ୍ଷୀ ସହିତ ପୋଲିସରେ ଅଭିଯୋଗ କଲେ । ଯେତେବେଳେ ଏହି ଘଟଣାରେ ସେହି ମହିଳା କନଷ୍ଟେବଲ ଏବଂ ପ୍ରେମୀ ଇନସପେକ୍ଟରକୁ ନିଲମ୍ବିତ କରାଗଲା ।

ବାସ୍ତବରେ ଏହି ପୂରା ଘଟଣା ବଲିୟା ଜିଲ୍ଲାରେ ରହୁଥିବା ସନ୍ତ କୁମାରଙ୍କର, ଯିଏ ଏବେ ଅଣ୍ଡର ଟ୍ରେନିଂ ପୋଲିସ ବିଭାଗରେ ଅଛନ୍ତି । ଆଜମଗଡ଼ରେ ସେ ମହିଳା କନଷ୍ଟେବଲ ବିକାଶ ଲତାଙ୍କୁ ଲକଡାଉନ ସମୟରେ ମନ୍ଦିରରେ ବିବାହ କରିଥିଲେ । ଏହି ବିବାହରେ ସନ୍ତ କୁମାର ଖୁବ ଖୁସି ଥିଲେ । ଘରେ ଗୋଟିଏ ବୋଲି ପୁଅ,ବୁଢୀ ମା ଓ ଅର୍ଦ୍ଧ ବିକ୍ଷିପ୍ତ (ଆବନର୍ମାଲ) ବାପାଙ୍କ ମଧ୍ୟରେ ବୋହୁ ଆସିବାରୁ ଘର ସାରା ଖୁସିର ମାହୋଲ ଖେଳିଗଲା । ସନ୍ତ କୁମାରଙ୍କ ନିକଟରେ କୋଟି କୋଟି ଟଙ୍କା ଜମି ଥିଲା,ଯେଉଁଥିରେ ଚାଷ କରି ସେ ଖୁସିରେ ରହୁଥିଲେ । ନିକଟରେ ତାକୁ ପୋଲିସ ଚାକିରି ମଧ୍ୟ ମିଳି ଯାଇଥିଲା । ଆଜମଗଡ଼ ଜିଲ୍ଲାରେ ପୋଷ୍ଟିଂ ହୋଇଥିବା କାରଣରୁ ସେଠାରେ ସେମାନେ ଭଡ଼ାରେ ରହୁଥିଲେ । ସେଠାରେ ଥିବା ସମୟରେ ମହିଳା ଫୋନରେ କଥା ହେବା ପାଇଁ ଏକାନ୍ତ ସ୍ଥାନକୁ ଚାଲି ଯାଆନ୍ତି, ଯେଉଁ ଘଟଣା ସନ୍ତ କୁମାରଙ୍କୁ ସନ୍ଦେହ କରିବା ପାଇଁ ବାଧ୍ୟ କରିଥିଲା । ଯାହାପରେ ସେ ତାଙ୍କ ସ୍ତ୍ରୀର ମୋବାଇଲ ଫୋନରେ ରେକର୍ଡ଼ିଂ ଅନ କରି ବଲିୟା ଚାଲିଗଲେ । ସନ୍ତ ୧୦ ଦିନ ପରେ ଘରକୁ ଫେରିବା ବେଳକୁ ମହିଳାଙ୍କ ହାବଭାବରେ ପରିବର୍ତ୍ତନ ଦେଖିଲେ, ଯାହା ତାଙ୍କୁ ଠିକ ଲାଗିଲାନି। ସୁଯୋଗ ଦେଖି ସନ୍ତ ସମସ୍ତ ରେକର୍ଡ଼ିଂକୁ ଶେୟାର ଇଟ ମାଧ୍ୟମରେ ନିଜ ମୋବାଇଲକୁ ନେଇଗଲେ । ଆଉ ତା ପରେ ସାମ୍ନାକୁ ଆସିଲା ପୂରା ଘଟଣା । ଏହି ପୂରା ରେକର୍ଡ଼ିଂରେ ପ୍ରେମିକ ଇନସପେକ୍ଟରର କଥାବାର୍ତ୍ତା ଥିଲା । ଏହା ସହିତ ମହିଳା କନଷ୍ଟେବଲଙ୍କ ଭଉଣୀ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିଲା ।

କିଭଳି ଭାବରେ ପ୍ରଥମେ ଯୌତୁକ ନିର‌୍ୟାତନାର ଅଭିଯୋଗ ଆଣି ପରବର୍ତ୍ତୀ ମୁହୂର୍ତ୍ତରେ ହତ୍ୟା କରି ମୃତ ଶରୀରକୁ ଫିଙ୍ଗି ଦେବାର ପୂରା ଯୋଜନା କରାଯାଇଥିଲା ସେ ସବୁକିଛି ଜାଣିବାକୁ ପାଇଲେ ସନ୍ତ । ତେବେ ଜମି ବିକ୍ରି କରି ଏକ ମଲ କରିବା ପାଇଁ ସନ୍ତଙ୍କୁ କହୁଥିଲା ତାଙ୍କ ପତ୍ନି । ସେ ମନା କରିବା ପରଠାରୁ ତା ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା । ଏବେ ମହିଳା କନଷ୍ଟେବଲ ଏବଂ ତା ପ୍ରେମିକ ରାମ ସୂରତ ଯାଦବ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଏସପି ପୂରା ଘଟଣାକୁ ତଦନ୍ତ କରି ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ।

Leave a Reply