ବାବୁସାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

1 min read

ଭୁବନେଶ୍ବର: ଅସହାୟକୁ ସହାୟତା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ । ଏଣିକି ଦୁଇ ଆଖିରେ ଦେଖିପାରିବେ ବାବୁସାନ୍ । ଗତ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T  ସଚିବ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିଥିଲେ । ସେଠାରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ଗ୍ରାମର ବାବୁସାନ ଦାସ କିଛିଦିନ ପୂର୍ବେ ବାଣ ଫୁଟାଇ ଗୋଟିଏ ଆଖି ହରାଇ ଥିବା ବେଳେ କିଛି ସହାୟତା ରାଶି ପାଇଁ ନିବେଦନ କରିଥିଲେ । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବାବୁସାନଙ୍କୁ 30 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତହସିଲଦାର ଏବଂ ବିଡ଼ିଓ ବାବୁସାନଙ୍କୁ ଏହି  ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ ।