spot_img

Latest Posts

ବେଆଇନ ବାଲିଘାଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୫ଜଣ ଗୁରୁତର

ନିମାପଡା : ବେଆଇନ ଵାଲିଘାଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଟ୍ରାକ୍ଟର ଭଙ୍ଗା ରୁଜା ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲା ବଳଙ୍ଗା ଥାନା ଭାର୍ଗବୀ ନଦୀର ଉଗ୍ରେଶ୍ଵର ଦେଉଳୀ ବାଲି ଘାଟକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି । ତେବେ ଏନେଇ ବଳଙ୍ଗା ଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ଭାବେ ୪ଟି ଅଭିଯୋଗ କରାଯାଇଛି । ଗତ କିଛିଦିନ ତଳେ ଭାର୍ଗବୀ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିଲା । ଦେଉଳୀ ଗ୍ରାମର ଗୋଟିଏ ଗୋଷ୍ଠୀ ତାଙ୍କୁ ସହଯୋଗ କରୁଥିବାରୁ ବାଲିଘାଟକୁ ବିରୋଧ କରୁଥିବା ଅନ୍ୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ୨ଦିନ ବାଲି ଉଠାଣ ବନ୍ଦ ରହିବା ପରେ ପୁନର୍ବାର ନଦୀରୁ ବାଲି ଉଠାଇବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଗ୍ରାମରେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଗୋଷ୍ଠୀଙ୍କ ତରଫରୁ ବଳଙ୍ଗା ଥାନାରେ ପୃଥକ ପୃଥକ ଅଭିଯୋଗ ପାଇବା ପରେ ଵଳଙ୍ଗା ପୋଲିସ ତଦନ୍ତ ଜାରି ରଖିଛି

Latest Posts

Don't Miss