spot_img

Latest Posts

ସ୍କୁଲରେ ହଣାକଟା, ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର

ବାଲେଶ୍ବର : ସ୍କୁଲରେ ହଣାକଟା । ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର। ଏହି ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ହାଇସ୍କୁଲର। ଆହତ ଛାତ୍ରକୁ ଏଫଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ତାର ପାପୁଲି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅଭିଯୋଗ ଅନୁସାରେ ଜଣେ ଦଶମ ଶ୍ରେଣୀ ଛାତ୍ର ଏହି ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ଆକ୍ରମଣ କରିଥିଲା। ସ୍କୁଲରେ ବାର୍ଷିକୋତ୍ସବ ଚାଲିଥିବା ବେଳେ ପରିସ୍ରାଗାରରେ ଏହି ଅଘଟଣ ହୋଇଥିବା ଜଣାପଡ଼ିଛି। ପୋଲିସ ପହଞ୍ଚି ଖଣ୍ଡା ଜବତ କରିଛି ଓ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛି ।

Latest Posts

Don't Miss