ବିଧାୟକଙ୍କ ମହାନତା, ବନ୍ୟାଞ୍ଚଳରୁ ଗର୍ଭବତୀଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

Balasore MLA Rescues Pregnant Women From Flood Water

ବାଲେଶ୍ୱର: ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିଛି । ବିଭିନ୍ନ ନଦୀର ଜଳସ୍ତର ବି ବଢ଼ୁଛି । ଆଜି ୨୫ ନମ୍ବର ଜୋନରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା । ସେତିକି ବେଳେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଲଣ୍ଡା ସାରଗାଁ ପଞ୍ଚାୟତ ମଣ୍ଡାଧାର ଗାଁର ଜଣେ  ଗର୍ଭବତୀ ବନ୍ୟା ପାଣି ଘେରରେ ଥିବା ଖବର ଆସିଥିଲା ।

Balasore MLA Rescued Pregnant Women From Flood Water

ତତକ୍ଷଣାତ୍ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ବଇଞ୍ଚା ପଞ୍ଚାୟତର ଗୁଜୁରୀବଜାରଠୁ ଏକ ବୋଟ ମାଧ୍ୟମରେ ପାଖାପାଖି ୫ କିଲୋମିଟର ବନ୍ୟା ପାଣି ସ୍ରୋତରେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ବୋଟରୁ ନିଜେ ଷ୍ଟ୍ରେଚର ଧରି ମହିଳାଙ୍କୁ ଆଣିଥିଲେ ବିଧାୟକ । ଏଥିସହ ନିଜେ ଗାଡ଼ି ଚଳାଇ ଗର୍ଭବତୀଙ୍କୁ ହସ୍ପିଟାଲ ନେଇ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ବିଧାୟକଙ୍କ ଏହି କାମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave a Reply