ଘର ଭିତରୁ ନାବଳିକାଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଭୋଗରାଇ ଅଞ୍ଚଳରୁ ଜଣେ ନାବାଳିକାଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର । ଏକ ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ । ତାଙ୍କୁ ଦୁର୍ଷ୍କମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଗତ କାଲି ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି । ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଘଟଣାରେ ବସନ୍ତ ମାଝି ନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।  ସମ୍ପୃକ୍ତ ନାବାଳିକା ଙ୍କ ବାପା,  ମାଆ ଏବଂ ଭାଇ ବାହାର ରାଜ୍ଯ ରେ କାମ କରୁଥିବା ବେଳେ ମୃତ ନାବାଳିକା ଜଣକ ମେସରେ ରହି କଲେଜରେ ପଢୁଥିଲେ ।  ଗତ ଦୁଇ ଦିନ ପୂର୍ବରୁ ନାବାଳିକା ଜଣକ ଘରକୁ ଆସି ଏକଟିଆ ରହିଥିଲେ ।  ମୃତ ଛାତ୍ରୀଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି ଯେ ଗତ  ମଙ୍ଗଳବାର  ଦିନ ବସନ୍ତ ମାଝୀ ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବା ବେଳେ ତାଙ୍କ ଭଉଣୀ ଙ୍କ ସହ ଦୁଷ୍କର୍ମ କରିବା ସହିତ ଜୀବନରୁ ମାରି ଦେଇଛନ୍ତି । ଏହାକୁ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଦେଇ ଝୁଲାଇ ଦେଇଛନ୍ତି, ।  ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ମୃତ ଛାତ୍ରୀଙ୍କ ଶରୀରକୁ  ବ୍ଯବଛେଦ କରିବା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି ।