ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏଯାବତ ୧୨୦ରୁ ଅଧିକ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ସୁଦ୍ଧା ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ଏବେ ବି କିଛି ଲୋକ ବଗି ତଳେ ଫସିରହିଛନ୍ତି । ଏଯାବତ୍ ୧୨୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଏଥିସହିତ ସେ କହିଛନ୍ତି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ । ଯେତିକି ଲୋକ ବଗିରେ ଥିଲେ, ପ୍ରାୟତଃ ସମସ୍ତଙ୍କୁ ଉଦ୍ଧାର କରାଯାଇଛି’  । ତଳେ କେହି ରହି ଯାଇଥିଲେ ବଗି ଉଠାଗଲେ ଜଣାପଡ଼ିବ । କ୍ରେନ ଯୋଗେ ବଗି ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏମିତି ଦୁର୍ଘଟଣା ମୋ କ୍ୟାରିଅରର ପ୍ରଥମ । ଏତେ ଭୟଙ୍କର ଦୁର୍ଘଟଣା ମୁଁ କେବେ ଦେଖିନଥିଲି ବୋଲି କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ ।