କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ଗ୍ରାମରେ ଅଭାବନୀୟ ଘଟଣା । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଚାରି ଭାଇ । ନିଆଁରେ ପୋଡ଼ି ଦୁଇଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଭାଇ ସାମାନ୍ୟ ଆହତ ହୋଇଛନ୍ତି । କରେଣ୍ଟ ନଥିବା ଯୋଗୁଁ ଘରେ ଏକ ମହମବତି ଲଗାଇ ରାତିରେ ଶୋଇଥିଲେ ପରିବାର ଲୋକେ । କୌଣସି କାରଣ ବଶତଃ ମହମବତି ନିଆଁ ନିକଟରେ ଥିବା ପେଟ୍ରୋଲ ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିବା ସହ ନିକଟରେ ଥିବା ଗ୍ୟାସ୍ ସିଲିଣ୍ଡର ମଧ୍ୟ ଜଳି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅନ୍ୟପଟେ ସୁଡ୍ରା ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କ ପରିବାର ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ଘର ସମେତ ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ବୃଦ୍ଧା ମା ନାରସୁ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି ଏବଂ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା କହିଛନ୍ତି ସୁବାସ ।

