ବଲୁଚିସ୍ତାନ ଅକ୍ତିଆର ଦାବି କଲା BLA, କହିଲା ପାକିସ୍ତାନର ଆଉ ନୁହେଁ ବଲୁଚିସ୍ତାନ
1 min read
ନନ୍ଦିଘୋଷ ବ୍ୟୁରୋ : ବଲୁଚିସ୍ଥାନ ଅକ୍ତିଆର କରିଥିବା ଦାବି କଲା ବଲୁଚ ଲିବେରେସନ ଆର୍ମି। ବଲୁଚିସ୍ତାନ ପାକିସ୍ତାନର ଅଂଶବିଶେଷ ନୁହେଁ ଦାବି କଲେ ବଲୁଚିସ୍ତାନର ନେତା ମୀରୟାର ବଲୁଚ । ବଲୁଚିସ୍ଥାନକୁ ଏକ ପୃଥକ ଦେଶ ଭାବେ ଘୋଷଣା କରିବାକୁ ଅନ୍ତର୍ଜାତୀୟ ସମୁଦାୟର ଲୋଡିଛନ୍ତି ସହାୟତା। ବଲୁଚିସ୍ତାନର ଲୋକମାନେ ସେମାନଙ୍କର ଜାତୀୟ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଏବେ ବିଶ୍ୱ ଚୁପ୍ ରହିବା ଉଚିତ୍ ନୁହେଁ ବୋଲି ଦାବି କରିଛନ୍ତି ମୀରୟାର। ଗୋଟିଏ ପଟେ, ବଲୁଚିସ୍ତାନର ଦାବି ଜୋର ଧରିଛି, ଅନ୍ୟପଟେ ସିନ୍ଧର ଲୋକମାନେ ମଧ୍ୟ ଏକ ସ୍ୱତନ୍ତ୍ର ଦେଶ ଦାବି କରୁଛନ୍ତି। ଏହି ସମୟରେ ବେଲୁଚ୍ ନେତା ଦାବି କରିଛନ୍ତି ଯେ ବେଲୁଚିସ୍ତାନ ଆଉ ପାକିସ୍ତାନର ଅଂଶ ନୁହେଁ। ସେ ବେଲୁଚିସ୍ତାନକୁ ଏକ ପୃଥକ ଦେଶ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟଠାରୁ ସାହାଯ୍ୟ ଲୋଡ଼ିଛନ୍ତି।ବଲୁଚିସ୍ତାକୁ ପାକିସ୍ତାନୀ କହିବା ବନ୍ଦ କର ବୋଲି ମୀର ୟାର ବଲୁଚ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟଠାରୁ ସମର୍ଥନ ପାଇଁ ନିବେଦନ କରିଛନ୍ତି। ଏହି ମାମଲାରେ ବିଶ୍ୱ ଆଉ ନୀରବ ଦର୍ଶକ ହୋଇ ରହିପାରିବ ନାହିଁ। ବିଶ୍ୱବାସୀଙ୍କୁ ଏହି ସତ୍ୟକୁ ଚିନ୍ତା କରିବାକୁ ପଡିବ ବୋଲି କହିଛନ୍ତି ବଲୁଚ ନେତା। ପାକିସ୍ତାନ ତାର ଆତଙ୍କବାଦୀ ଆଚରଣ ଯୋଗୁଁ ବଲୁଚିସ୍ତାନ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଜରୁରୀକାଳୀନ ବୈଠକ ଡାକିବା ଉଚିତ। ମୀର ଚେତାବନୀ ଦେଇ କହିଛନ୍ତି ଯେ ଯଦି ପାକିସ୍ତାନ ନଶୁଣେ ତେବେ POKର ଲୋକମାନଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଥିବା ପାକିସ୍ତାନୀ ସେ ଢାକାରେ ପରାଜୟ ଭଳି ଆଉ ଏକ ଲଜ୍ଜାଜନକ ପରାଜୟ ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ।