ଦୁଲୁକୁଛି ବରଗଡ଼, ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା

1 min read

ବରଗଡ଼: ଦୁଲୁକୁଛି ବରଗଡ଼ । ସୋମବାରଠାରୁ ଆରମ୍ଭ ହୋଛି ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ଧରି ବରଗଡ଼ ଓ ଅମ୍ବାପାଲିର ସର୍ବବୃହତ୍ତ ରଙ୍ଗମଞ୍ଚରେ ଚାଲିବ ଯାତ୍ରା । ବରଗଡ଼ ସାଜିଲା ମଥୁରା କଟକ ଓ ଅମ୍ବାପାଲି ଗୋପପୁର । ଉଦଘାଟନୀ ଉତ୍ସବରରେ ୧୯ଟି ସାଂସ୍କୃତିକ ଦଳ ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିଥିବାବେଳେ ଦୁଲୁଦୁଲି, ଦଣ୍ଡ ନାଚ, ଘୁଡକି, ଭାଙ୍ଗଡା, ଆଦିବାସୀ ନୃତ୍ୟରେ ଗାନ୍ଧୀଚ୍ଛକ ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଏଁ ହୋଇଥିଲା ଶୋଭଯାତ୍ରା ।

କମ୍ପିଲା ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ଧରି କଂସର ଅଟ୍ଟହାସ୍ୟରେ କମ୍ପିବ ଦରବାର । ବରଗଡ଼ ହେବ ମଥୁରା, ଅମ୍ବାପାଲି ସାଜିର ଗୋପପୁର । ଜିରା ନଦୀରେ ବହିବ ଯମୁନାର ଜୁଆର । ଉଦଘାଟନୀ ଉତ୍ସବରେ ଦୁଲୁକିଛି ବରଗଡ଼ ସହର । ଏକ ବିଶାଳ ଶୋଭାଯାତ୍ରା ଗାନ୍ଧିଛକ ଠାରୁ ବାହାରି ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଛି । ସେଠାରୁ ପୂଜାର୍ଚ୍ଚନା ପରେ ହାଟପଦା ସ୍ଥିତ କଂସ ଦରବାରରେ ପହଞ୍ଚିଛି ଶୋଭାଯାତ୍ରା । ଏଥିରେ ୧୯ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ । ଦୁଲୁଦୁଲି, ଦଣ୍ଡ ନାଚ, ଘୁଡକି, ଭାଙ୍ଗଡା, ଆଦିବାସୀ ନୃତ୍ୟରେ କମ୍ପିଥିଲା ପୂରା ଅଞ୍ଚଳ । ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ ବରଗଡ଼ ଏସପି ଓ ଜିଲ୍ଲାପାଳ ।

୧୧ ଦିନ ଧରି ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ଧନୁଯାତ୍ରା । ବରଗଡ଼ ଓ ଅମ୍ବାପାଲିର ନାଗରିକ ଓ ଦର୍ଶକ ଅଜାଣତରେ ପାଲଟି ଯିବେ ଜଣେ ଜଣେ କଳାକାର । ଜିଲ୍ଲା ପ୍ରଶାସନ ନୁହେଁ ଚାଲିବ କଂସାସୁରର ରାଜୁତି । ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବରଗଡ଼ ଆରକ୍ଷୀ ଅଧିକ୍ଷକ ସମେତ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, 12ଜଣ ଇନ୍ସପେକଟର, 105ଜଣ ସବ୍ ଇନ୍ସପେକଟର ଓ ASI, 12 ପ୍ଲାଟୁନ ଫୋର୍ସ ଓ 5ରୁ 6 ପ୍ଲାଟୁନ ହୋମ୍ ଗାର୍ଡ ନିଯୁକ୍ତ ରହିବେ ।