ଲୁଟେରାଙ୍କ ନୂଆ ଚାଲ୍

ଭୁବନେଶ୍ବର: ସମ୍ଭ୍ରାନ୍ତ ବେଶରେ ବାହାଘର ଓ ରିସେପ୍ସନକୁ ଯାଉଛନ୍ତି । ଫୁଲତୋଡା ଦେଉଛନ୍ତି । ପରିବାର ସଦସ୍ୟଙ୍କୁ ଭେଟୁଛନ୍ତି । ତାପରେ କଳାକନା ବୁଲାଉଛନ୍ତି । ରାଜଧାନୀରେ ଏଭଳି ମାତିଛନ୍ତି ବାହାଘର ଲୁଟେରା । ଗହଳିର ସୁଯୋଗ ଦେଖି ଆସୁଛନ୍ତି । ରିସେପ୍ସନ ପାର୍ଟିରେ ବନ୍ଧୁ ଓ ବାହାଘରରେ ବରଯାତ୍ରୀ ବେଶରେ ଆସି କନିଆକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ଲୁଟି ନେଉଛନ୍ତି । ବଡଗଡ ଥାନା  ଅଂଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟି ନେଇ ଚାଲି ଯାଇଛି ଲୁଟେରା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ ଭିଡିଓ । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଚୋର ଓ ଲୁଟେରାଙ୍କ କାରନାମା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ ହୋଇଛି । ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।