ଆମରଣ ଅନଶନରେ ଶତାଧିକ ଛାତ୍ରଛାତ୍ରୀ
1 min read
ବରଗଡ : ADM ଅଫିସ ସମ୍ମୁଖରେ ଆମରଣ ଅନଶନରେ ଶତାଧିକ ଛାତ୍ରଛାତ୍ରୀ । CBSE ପରୀକ୍ଷା ଫଳ ପ୍ରକାଶିତ ନହେବାରୁ ଅସନ୍ତୋଷ ପ୍ରକାଶ କରିବା ସହ ହରତାଳରେ ବସିଛନ୍ତି । ସୂଚନା ଅନୁସାରେ CBSE ପରୀକ୍ଷା ଫଳ ଗତ ମେ ୧୩ ତାରିଖରୁ ପ୍ରକାଶ ପାଇସାରିଛି । କିନ୍ତୁ CBSE ପରିଚାଳିତ ଉପଖଣ୍ଡ ପଦ୍ମପୁରର ୬ଟି ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀର ୧ ହଜରା ୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଦୀର୍ଘ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରକାଶ ପାଇନି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ପାଇଁ ଅଳ୍ପ ଦିନ ଥିବାବେଳେ ପରୀକ୍ଷା ଫଳ ପ୍ରକାଶିତ ନ ହେବାକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ କଣ କରିବେ ? ବାଧ୍ୟ ହୋଇ ଆମରଣ ଅନଶନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଏହାର କିଛି ସମାଧାନର ବାଟ ନଫିଟିବ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ପ୍ରଶାସନିକ ଅବହେଳା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହା ଚାପରେ ଉପଖଣ୍ଡ ପଦ୍ମପୁରର ଛାତ୍ରଛାତ୍ରୀଙ୍କ ଆସିନି ରେଜଲ୍ଟ କରିଛନ୍ତି ପ୍ରଶ୍ନ ।