ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି, ପ୍ରତ୍ୟେକ ଦିନ ଯୋଗ ଦେଉଛନ୍ତି ଶତାଧିକ କର୍ମୀ

1 min read

ତିର୍ତ୍ତୋଲ/ଭୁବନେଶ୍ୱର,   ଆସନ୍ତା ନଭେମ୍ବର ୩ରେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ଗତ ୯ ତାରିଖରେ ନିର୍ବାଚନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜନୈତିକ ଘଟଣାକ୍ରମରେ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ କିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି ।

ସେପଟେ ଶାସକ ବିଜେଡି ଏବଂ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ । ମାତ୍ର ବିଜେଡି ସ୍ଥାନୀୟ ଅଞ୍ଚଳରେ ସଙ୍ଗଠନ ଉପରେ ଅଧିକ ଗୁରୁତ୍ୱ ଦେଇଛି ।  ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ପ୍ରତିଦିନ ବିରୋଧୀ କଂଗ୍ରେସ ଏବଂ ଭାଜପାର କର୍ମୀମାନେ ବିଜେଡିରେ ମିଶୁଛନ୍ତି । ସେହିକ୍ରମରେ ରବିବାର ମୁଲିସିଂହ ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ରରେ  ହୋଇଥିବା ଏକ  ମିଶ୍ରଣ ପର୍ବରେ ୫୦ ଅଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।  ଗଞ୍ଜାମ ଜିଲା ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଆବାହକତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ବିଜେଡିରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ରହିଛନ୍ତି- ଓମ ପ୍ରକାଶ ସାହୁ, ଯୁଗଳ କିଶୋର ନାୟକ, ବିସନପୁର ସରପଞ୍ଚ ବସନ୍ତ ମହାପାତ୍ର, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ସୁଜାତା ମହାନ୍ତି ଓ ରଘୁନାଥପୁର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ରଜତ ପାତ୍ର  । ସବୁଠୁ ଉଲ୍ଲେଖନୀୟ କଥା ଏହିକି ଯେ, ଏହି ମିଶ୍ରଣ ପର୍ବରେ କୋଭିଡ଼ ସଂକ୍ରାନ୍ତୀୟ ସମସ୍ତ ନିୟମ ପାଳନ କରାଯାଇଥିଲା । ମିଶ୍ରଣ ପର୍ବରେ କର୍ମୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

 

Leave a Reply