ଜନ୍ମଦିନରେ ଘରକୁ ଡାକି ପ୍ରେମିକାର ବେକ କାଟିଲା ପ୍ରେମିକ

ବେଙ୍ଗାଲୁରୁ: ପ୍ରେମିକାର ଜନ୍ମଦିନ ପାଳନ କଲା ତା’ ପରେ ବେକ କାଟିଲା । ଜନ୍ମଦିନରେ ପ୍ରେମିକା ବେକ କାଟି ଏପରି ଗିଫ୍ଟ ଦେଇଛି ପ୍ରେମିକ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏପରି ଆଶ୍ଚର୍ଯ୍ୟ କଲାଭଳି ଘଟଣା । ପ୍ରଥମେ ପ୍ରେମିକାକୁ ଡାକି ଜନ୍ମଦିନ ପାଳନ କଲା । ପ୍ରେମିକା କେକ ବି କାଟିଲା । କିଛି ସମୟ ପରେ ପ୍ରେମିକାର ବେକ କାଟି ହତ୍ୟା କଲା ପ୍ରେମିକ ।

ସୂଚନା ଅନୁସାରେ, ପ୍ରେମିକାର ଅନ୍ୟ ଜଣଙ୍କ ସହ ଆଫେୟାର ଚାଲିବା ନେଇ ପ୍ରେମିକ ସନ୍ଦେହ କରୁଥିଲା । ପୋଲିସର କହିବା ଅନୁସାରେ, ମୃତକ ନଭ୍ୟାଙ୍କ ବୟସ ୨୪ ବର୍ଷ । ସେ ପୋଲିସ ବିଭାଗର କ୍ଲର୍କ ଥିଲେ । ଅନ୍ୟପଟେ ପ୍ରେମିକର ନାମ ପ୍ରଶାନ୍ତ । ଯୁବକଙ୍କ ସହ ନଭ୍ୟାଙ୍କର ୬ ବର୍ଷ ହେବ ଆଫେୟାର ଥିଲା । ଉଭୟ ସମ୍ପର୍କୀୟ ଭାଇ ଭଉଣୀ ହେବେ । ଏହି ଖବର ଘର ଲୋକ ଜାଣି ନଥିଲେ । କିନ୍ତୁ ନଭ୍ୟାଙ୍କର ଅନ୍ୟ କାହା ସହ ଆଫେୟାର ଥିବା ନେଇ ପ୍ରଶାନ୍ତ ତାଙ୍କୁ ସନ୍ଦେହ କରୁଥିଲେ । ଏଥିପାଇଁ ସେ ହତ୍ୟା ପାଇଁ ପ୍ଲାନ୍ କରିଥିଲେ ।

ଜନ୍ମଦିନରେ ନଭ୍ୟାଙ୍କୁ ଘରକୁ ଡାକି ହତ୍ୟା କରିବେ ବୋଲି ପ୍ରଶାନ୍ତ ପ୍ଲାନ୍ କରିଥିଲେ । ଜନ୍ମଦିନ ପାଇଁ ପୂରା ରୁମକୁ ଭଲରେ ସଜାଇଥିଲେ । ତା ପରେ ନଭ୍ୟାଙ୍କୁ ଡାକି କେକ କଟାଇଥିଲେ । ଏହାର କିଛି ସମୟ ପରେ ପ୍ରଶାନ୍ତ ନଭ୍ୟାଙ୍କ ବେକକୁ ଛୁଟି ସାହାଯ୍ୟରେ କାଟି ହତ୍ୟା କରିଥିଲେ । ଏହା ପରେ ଘରଲୋକ ନଭ୍ୟାଙ୍କ ନିଖୋଜ ନେଇ ପୋଲିସରେ ଏଫଆଇଆର ଦେଇଥିଲେ । ପୋଲିସ ଯାଞ୍ଚ କରିବାରୁ ନଭ୍ୟାଙ୍କ ଫୋନର ଲାଷ୍ଟ ଲୋକେସନ ପ୍ରଶାନ୍ତର ଘର ଥିଲା ।

ଏହା ପରେ ପୋଲିସ ପ୍ରଶାନ୍ତର ଘରୁ ନଭ୍ୟାଙ୍କ ଲାସ ଜବତ କରିଥିଲା । ପ୍ରଶାନ୍ତ ନଭ୍ୟାଙ୍କୁ ମାରିଛି ବୋଲି ପୋଲିସ ଆଗରେ ସତ ମାନିଥିଲା । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।