ଭଦ୍ରକ ସହରର ଫଳ ଓ ଡ୍ରାଇଫୁଡ ମାର୍କେଟରେ ବଏକଟ ତୁର୍କୀର ପ୍ରଭାବ

ଭଦ୍ରକ : ଆତଙ୍କବାଦର ପେଣ୍ଠସ୍ଥଳୀ ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନକୁ ନେଇ ସାରା ଭାରତରେ ବଏକଟ ତୁର୍କୀ ଟ୍ରେଣ୍ଡ କରୁଥିବା ବେଳେ ଏହାର ପ୍ରଭାବ ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଭଦ୍ରକ ସହରର ଫଳ ଓ ଡ୍ରାଇଫୁଡ ମାର୍କେଟରେ ବଏକଟ ତୁର୍କୀର ପ୍ରଭାବ ଦେଖିବାକୁ ମିଳିଛି । ସହରରେ ଥିବା ଫଳ ବ୍ୟବସାୟୀମାନେ ତୁର୍କୀରୁ ଆମଦାନୀ ଫଳ ଉପରେ ରୋକ ଲଗାଇଛନ୍ତି । ତୁର୍କୀର ଭୂମିକମ୍ପ ସମୟରେ ଭାରତ ଯେଉଁଭଳି ସାହାଯ୍ୟ କରିଥିଲା ତାହା ସାରା ବିଶ୍ୱକୁ ଜଣାଅଛି । ମାତ୍ର ସେ ସବୁକୁ ଭୁଲି ଭାରତ ପାକିସ୍ତାନ ଯୁଦ୍ଧରେ ପାକିସ୍ତାନକୁ ଖୋଲା ସମର୍ଥନ ଜଣାଇଛି ତୁର୍କୀ । ଯାହାକୁ ଭଦ୍ରକର ବ୍ୟବସାୟୀମାନେ ବିରୋଧ କରିବା ସହିତ ତୁର୍କୀରୁ ଆମଦାନୀ ସେଓ ଓ କେତେକ ଡ୍ରାଇଫୁଡ ଉପରେ ରୋକ ଲଗାଇଛନ୍ତି । କେବଳ ବ୍ୟବସାୟୀ ନୁହଁନ୍ତି ଗ୍ରାହକ ମାନଙ୍କ ମଧ୍ୟରେ ମଧ୍ୟ ତୁର୍କୀ ବିରୋଧ ଆଭାସ ଦେଖିବାକୁ ମିଳିଛି । ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ତୁର୍କୀ ସାମଗ୍ରୀ ବଏକଟ କରିବାକୁ ଗ୍ରାହକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି।