ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଭୁବନେଶ୍ୱର : ଭୁବନେଶ୍ୱରରେ ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ। ଡବଲ ଇଞ୍ଜିନ ସରକାର ବିରୋଧରେ ନାରା ବାଜି। ସିଲିଣ୍ଡର କାନ୍ଧରେ ଧରି ପ୍ରତିବାଦ କରିଛି ସିପିଆଇ। ବିଜେପି ସରକାର ମହିଳା ବିରୋଧୀ ନାରାବାଜି ଦେଇଛନ୍ତି । ଦରଦାମ ନିୟନ୍ତ୍ରଣ ହୋଇ ନଥିବା ବେଳେ ଏବେ ହାଣ୍ଡିଶାଳ ଉପରେ ଆକ୍ରମଣ କରୁଛି  ବିଜେପି। ସରକାରକୁ ୧୦ ମାସ ବିତିଗଲାଣି । କାହିଁକି ଦର ନ କମାଇ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛି ସିପିଆଇ । ବିଜେପି ହେଉଛି ମନୁବାଦୀ ଦଳ। ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି ହେବା ଗରିବ ଲୋକଙ୍କୁ ପେଟକୁ ଲାତ ମାରିବା ସଦୃଶ। ଏବେ ଭୁବନେଶ୍ୱର ପ୍ରତିବାଦ ହୋଇଛି ଆଗାମୀ ଦିନରେ ଗାଁ ଗଣ୍ଡାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସିପିଆଇ।