ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହିଦ ନଗର ତାରିଣୀ ବସ୍ତିରେ ଗୁଣି ଗାରେଡି ସନ୍ଦେହରେ ପରିବାରକୁ ଆକ୍ରମଣ । ୩୦ ରୁ ୪୦ ଜଣ  ଲୋକ ସଂଘବଦ୍ଧ ଭାବେ ପୁରା ପରିବାରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ମାଡ଼ମାରି ମୁହଁ ଫଟାଇବା ସହ ପରିବାରର ଝିଅକୁ ଦୁର୍ବ୍ୟବହାର ନେଇ ଶହୀଦନଗର ଥାନାରେ ଏତଲା ହୋଇଛି । ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ଆକ୍ରମଣର ଶିକାର ପରିବାର ଲୋକେ । ତେବେ ଘଟଣାପଛରେ ଆଉ କିଛି କାରଣ ରହିଥିବା ପୋଲିସର ସନ୍ଦେହ କରୁଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ପୋଲିସର ସୂଚନା ଦେଇଛି। ଏତଲା ପରେ ଉଭୟ ପକ୍ଷକୁ ଥାନାରେ ଡକାଇ ପଚରାଉଚରା କରୁଛି ପୋଲିସ।