ଗୋଇଠା ମାରି ହୋମଗାର୍ଡ ନିଲମ୍ବିତ, ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ କରିବେ ଅତିରିକ୍ତ ଡିସିପି

Bhubaneswar DCP Suspends Home Guard For Asulting Minor

ଭୁବନେଶ୍ୱର: ପୋଲିସ କର୍ମଚାରୀ ଜଣେ ନାବାଳକଙ୍କୁ ଗୋଇଠା ମାରିବା ଭିଡିଓ ଭାଇରାଲ୍ ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଗୋଇଠା ମାରିଥିବା ପୋଲିସ କର୍ମଚାରୀଙ୍କୁ ଭୁବନେଶ୍ୱର ଡିସିପି ଉମାକାନ୍ତ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋମଗାର୍ଡ ଏ.କେ. ବିଶ୍ୱାଳ ୨୯ ନମ୍ବର ପିସିଆରର ଡ୍ରାଇଭର । ଏହା ଛଡ଼ା ଘଟଣା ଦିନ ପିସିଆର୍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି ।

Bhubaneswar DCP Suspends Home Guard For Asulting Minor

ଏଥିପାଇଁ ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି । ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଲାତ୍ ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ । ଓମଫେଡ୍ ବୁଥରୁ ନିଆଯାଇଥିବା ବ୍ରେଡ୍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗର ତଦନ୍ତ କରିବେ ଅତିରିକ୍ତ ଡିସିପି । ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବ ପୋଲିସ ।

Bhubaneswar DCP Suspends Home Guard For Asulting Minor

ଗତ ୨୯ ତାରିଖରେ କେସୁରା ଛକରେ ଦୋକାନ ଖୋଲା ଥିବା ଦେଖି ପିସିଆର୍ ଆସିଥିଲା । ନାବାଳକ ଜଣଙ୍କୁ ପୋଲିସ କର୍ମଚାରୀ ଧମକାଇବା ସହ ବୁଥରେ ଥିବା କ୍ଷୀର ଓ ବ୍ରେଡ୍ ଜରି ମୁଣାରେ ଭର୍ତ୍ତି କରି ନେଇ ଯାଇଥିଲେ । ଏଥିସହ ନାବାଳକଙ୍କୁ ଅମାନୁଷିକ ଭାବେ ହୋମଗାର୍ଡ ଜଣଙ୍କ ୨୦ ସେକେଣ୍ଡରେ ୧୦ ଗୋଇଠା ମାରିଥିବା ଭିଡିଓ ସିସିଟିଭିରେ ରେକର୍ଡ ହୋଇଥିଲା । ଭିଡିଓ ଲୋକ ଲୋଚନକୁ ଆସିବା ପରେ ସମସ୍ତେ ପୋଲିସକୁ ନିନ୍ଦା କରୁଛନ୍ତି ।

ଏଥିସହ ପଢ଼ନ୍ତୁ: କାହିଁକି ଦୋକାନ ଖୋଲିଛ କହି ନାବାଳକଙ୍କୁ ଲାତ୍ ମାରିଲେ ପୋଲିସ ବାବୁ

Leave a Reply