ସୁନା କାରବାର ନାଁରେ ୨୦ କୋଟି ଠକେଇ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ
1 min read
ଭୁବନେଶ୍ବର : ସୁନା କାରବାର ନାଁରେ ୨୦ କୋଟି ଠକେଇ । ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ୟୁନିଟ ୯ ଅଞ୍ଚଳରେ ରହୁଥିବା ରମେଶ ମାଝୀ ନାମକ ଯୁବକକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ସୁନା ବନ୍ଧକ ଅଛି । ଠିକ ସମୟରେ ଋଣ ଟଙ୍କା ପୈଠ ନକଲେ ସୁନା ନିଲାମ ହେବ । ଏଣୁ ନିଲାମ ସୁନା କିଣି ପରେ ବିକ୍ରି କଲେ ଅଧିକ ଲାଭ ମିଳିବ । ଏଭଳି ମନ ମତାଣିଆ କଥା କହି ଲୋକଙ୍କୁ ଚୂନା ଲଗାଉଥିଲା ଠକ ଜଣକ । MBA ଡିଗ୍ରୀ ଧାରୀ ଏହି ଯୁବକ ୫ ବର୍ଷରୁ ଅଧିକ ହେବ ଠକେଇ ସିଣ୍ଡିକେଟ ଚଳାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ବ୍ୟକ୍ତି । ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଜଣକ ଅନୁସୂଚିତ ଜନଜାତିର ହୋଇଥିବାରୁ ସେ ଜାତିଆଣ କେସ ଦେବାକୁ କହି ଧମକାଉଥିଲା । ଘରକୁ ଗଲେ ଭଡାଟିଆ ଗୁଣ୍ଡା ଲଗାଇ ମାରିବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗହୋଇଛି। ସେପଟେ ଅତ୍ୟଧିକ ସୁଧ ନେବା ପରେ ଏତଲାକାରୀ ତାଙ୍କ ପୁଅ ବିରୋଧରେ ମିଛ ଅଭିଯୋଗ କରୁଥିବା ରମେଶଙ୍କ ପରିବାର ଲୋକେ କହିଛନ୍ତି ।