କୂଆଖାଇ ନଦୀ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ଯୁବକଙ୍କ ଫଟୋ ଧରି ବସ୍ତିରେ ବୁଲିଲା ପୋଲିସ

1 min read

ଭୁବନେଶ୍ୱର: କୂଅଖାଇ ନଦୀ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । ଯୁବକଙ୍କ ପରିଚୟ ପାଇବାକୁ ମୃତ ଯୁବକଙ୍କ ଫୋଟ ଧରି ବସ୍ତିରେ ବୁଲିଲା ପୋଲିସ । ମୁଣ୍ଡା, ଧିରକୁଟି ବସ୍ତି ସମେତ ବିଭିନ୍ନ ବସ୍ତି ବୁଲି ଲୋକଙ୍କୁ ଫଟୋ ବାବଦରେ ପଚାରି ବୁଝିଛି । ଆଜି ମୃତ ଯୁବକଙ୍କ ଫଟୋକୁ ନେଇ ପୋଷ୍ଟର ମାରିବ ପୋଲିସ । ବ୍ୟାଙ୍କ, ATM, ପୋଷ୍ଟ ଅଫିସ, ପଂଚାୟତ ଅଫିସ, ଢ଼ାବା, ହୋଟେଲ ଓ କର୍ପେର୍ଟର କଯ୍ୟାଳୟରେ ପୋଷ୍ଟର ମାରିବ ବୋଲି ପୋଲିସ ସୂଚନା ଦେଇଛି । ଏଥିଲାଗି ଓଡିଆ ଭାଷାରେ ଶହେ ପୋଷ୍ଟର ତିଆରି କରିଛି ପୋଲିସ ।

ସୂଚନା ଯୋଗ୍ୟ ଯେ, କୂଆଖାଇ ନଦୀପଠାରେ ମୃତଦେହ ପୋତା ଯାଇଥିବା ସମ୍ପର୍କରେ ଜଣାପଡ଼ିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଅନ୍ୟ ପକ୍ଷରେ ଜୋନ୍ ଏସିପି, ଆଇଆଇସି, ସାଇଣ୍ଟିଫିକ୍ ଟିମ୍, ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଆଶ୍ୱସ୍ତିକର ଖବର: ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ, ଶିଶୁଙ୍କୁ ନେଇ ମଧ୍ୟ ଆସିଲା ରିପୋର୍ଟ

Leave a Reply