ସୁନା ବିସ୍କୁଟ କାରବାର ନାଁରେ ପାଖାପାଖି ୨୦ କୋଟି ଠକେଇ, ଠକ ସର୍ଦ୍ଦାର ରମେଶ ମାଝୀ ଗିରଫ
1 min read
ଭୁବନେଶ୍ୱର : ଠକେଇ ଟଙ୍କାରେ କରୁଥିଲା ମର୍ସିଡିଜ ମେଣ୍ଟେନ। ସୁନା ମୁକାଳିବା ନାଁ ରେ କୋଟି କୋଟି ଚଳୁ । ସ୍ପେଶାଲ କ୍ରାଇମ ୟୁନିଟ ଜାଲରେ ଜାଲି ସର୍ଦ୍ଦାର। ୨୦ କୋଟି ଠକେଇ ଅଭିଯୋଗରେ ରମେଶ ମାଝୀ ଗିରଫ। ସୁନା ବନ୍ଧକ ଅଛି । ଠିକ ସମୟରେ ଋଣ ଟଙ୍କା ପୈଠ ନକରିବାରୁ ସୁନା ନିଲାମ ହେବ । ଏଣୁ ନିଲାମ ସୁନା କିଣି ପରେ ବିକ୍ରି କଲେ ଅଧିକ ଲାଭ ମିଳିବ ” । ଏଭଳି ମାନମତାଣିଆ କଥା କହି ଲୋକଙ୍କୁ ଚୁନା ଲଗାଉଥିଲା ଠକ । ସୁନା କାରବାର ନାଁ ରେ ୨୦ କୋଟି ଠକେଇ ନେଇ ଏତଲା ପରେ ଅଭିଯୁକ୍ତ ରମେଶ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଧରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ୟୁନିଟ ୯ ଅଞ୍ଚଳରେ ରହୁଥିବା ରମେଶ MBA ଡିଗ୍ରୀ ଧାରୀ । ବେଶ ଉଚ୍ଚଶିକ୍ଷିତ । ଏହି ଯୁବକ ୫ ବର୍ଷରୁ ଏହି ଠକେଇ ସିଣ୍ଡିକେଟ ଚଳାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ବ୍ୟକ୍ତି । ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ଅଭିଯୋଗ ଦେବା ପରେ ସେମାନଙ୍କ କହିବା କଥା ହେଉଛି ଅଭିଯୁକ୍ତ ଜଣଙ୍କ ଅନୁସୂଚିତ ଜନଜାତିର ହୋଇଥିବାରୁ ସେ ଜାତିଆଣ କେସ ଦେବ କହି ଧମକାଉଥିଲା । ଘରକୁ ଗଲେ ଭଡାଟିଆ ଗୁଣ୍ଡା ଲଗାଇ ମାରିବାକୁ ଧମକ ମଧ୍ୟ ଦେଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ।
ଭଲକରି ଦେଖନ୍ତୁ ଏହି ଗାଡିକୁ । ନାଲି ରଙ୍ଗର ମର୍ସିଡିଜ କାର । ଠକେଇ ଟଙ୍କାରେ କୁଆଡେ ଅଭିଯୁକ୍ତ କିଣିଥିଲା ଏହି ଗାଡି । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ ଠକେଇ ଟଙ୍କାରେ ଫରେନ ବୁଲୁଥିଲା ଓ ଅୟସ ଆରାମ କରୁଥିଲା ଏହି ଠକ । ସେପଟେ ଅତ୍ୟଧିକ ସୁଧ ନେବା ପରେ ଏତଲାକାରୀ ତାଙ୍କ ପୁଅ ବିରୋଧରେ ମିଛ ଅଭିଯୋଗ କରୁଥିବା ରମେଶଙ୍କ ପରିବାର ଲୋକେ କହିଛନ୍ତି । ଜଣେ ବିଲ୍ଡର ତାକୁ ତଳିତଳାନ୍ତ କରିଦେଇଥିବା ନିଜେ ଅଭିଯୁକ୍ତ କହିଛି । ସ୍ପେଶାଲ କ୍ରାଇମ ୟୁନିଟରେ ବର୍ତ୍ତମାନ ପାଖାପାଖି ୨୦ ଜଣ ଅଭିଯୋଗ କରିଛନ୍ତି। ଯଦି ଆଉ କେହି ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସୂଚନା ଦେଇଛି କମିଶନରେଟ ପୋଲିସ ।