ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା, ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ ରୀତା

1 min read

ମୋ ବିଜୟ ନବୀନ ବାବୁଙ୍କ ପାଇଁ । ତାଙ୍କର ଆଶୀର୍ବାଦ ଓ ପ୍ରଚେଷ୍ଟାରୁ ଏ ବୃହତ୍ ବିଜୟ ସମ୍ଭବ ହୋଇଛି । ବିଜେପୁରବାସୀ ତାଙ୍କ ପାଖରେ କୃତଜ୍ଞ । ଆଜି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ଅବସରରେ କିଛି ଏଭଳି କହିଛନ୍ତି ବିଜେପୁରର ନବ ନିର୍ବାଚିତ ବିଧାୟିକା ରୀତା ସାହୁ ।

ଗତକାଲି ବିଜେପୁର ଉପ ନିର୍ବାଚନରେ ବିଜେଡି ପାଖାପାଖି ୯୮ ହଜାର ଭୋଟରେ ବିଜୟୀ ହୋଇଛି । ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ ରୀତା । ନବୀନଙ୍କୁ ସାକ୍ଷାତ କରିବା ସହ ଧନ୍ୟବାଦ ଜଣାଇଛନ୍ତି, ଏ ବିଜୟ ନବୀଙ୍କ ଲୋକପ୍ରିୟତା ପାଇଁ ଏବଂ ସମସ୍ତ କର୍ମୀ ଓ ଜନସାଧାରଣଙ୍କ ଉଦ୍ୟମରୁ ସମ୍ଭାବ ହେଲା ବୋଲି କହିଛନ୍ତି । ରିତା ବିଜେପୁରର ବିକାଶ ପାଇଁ କାମ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ')}

Leave a Reply