spot_img

Latest Posts

ନୂଆ ରୂପ ନେଉଛି ବିଜେଡ଼ି ସଂଗଠନ, ଜିଲ୍ଲାସ୍ତରରୁ ନିଯୁକ୍ତ ହେଲେଣି ନିର୍ବାଚନୀ ଅଧିକାରୀ

ଭୁବନେଶ୍ବର : ନୂଆ ରୂପ ନେଉଛି ବିଜେଡ଼ି ସଂଗଠନ। ଜିଲ୍ଲାସ୍ତରରୁ ନିଯୁକ୍ତ ହେଲେଣି ନିର୍ବାଚନୀ ଅଧିକାରୀ । ୪ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା । ଓ୍ବାର୍ଡସ୍ତରରୁ ରାଜ୍ୟ କାର୍ଯ୍ୟକାରିଣୀ ଯାଏ ନବକଳେବର। ଅଢେଇରୁ ୩ ମାସ ଭିତରେ  ସରିବ ବିଜେଡ଼ିର ସାଂଗଠନିକ ନିର୍ବାଚନ ପର୍ବ । ଓ୍ବାର୍ଡସ୍ତରରୁ ରାଜ୍ୟ କାର୍ଯ୍ୟକାରିଣୀ ଯାଏ ନୂଆରୂପ ନେବ ସଂଗଠନ। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଉପାଦେ ଆଗେଇଛି ଦଳ । ଜିଲ୍ଲାସ୍ତରରେ ନିର୍ବାଚନୀ ଅଧିକାରୀ ନିଯୁକ୍ତିକୁ ତ୍ବରାନ୍ବିତ କରିଛନ୍ତି ଦଳ। ତୃଣମୂଳସ୍ତରରୁ ସଂଗଠନ ଅଧିକ ଶକ୍ତିଶାଳୀ କରିବା ସହ ନିର୍ଦ୍ଦାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ବରିଷ୍ଠ ବିଜେଡ଼ି ବିଧାୟକ ତଥା ନିର୍ବାଚନୀ ଅଧିକାରୀ ପ୍ରତାପ ଦେବ କହିଛନ୍ତି। ଓ୍ବାର୍ଡ, ପଂଚାୟତ, ବ୍ଲକ, ପୌର ପରେ ଜିଲ୍ଲା,  ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯିବ। ପ୍ରତ୍ୟେକ ନିର୍ବାଚନୀମଣ୍ଡଳିରୁ ଜଣେ ଲେଖାଏ ରାଜ୍ୟ ପରିଷଦକୁ ନିର୍ବାଚିତ ହେବେ। ରାଜ୍ୟ ପରିଷଦର ସଦସ୍ୟ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ କରିବେ। ରାଜ୍ୟ କାର୍ଯ୍ୟକାରିଣୀର ମୋଟ  ୮୦ ନିର୍ବାଚିତ ସଦସ୍ୟ ସଭାପତି ଚୟନ କରିବେ। ସଭାପତି ଚୟନ ପରେ ବିଭିନ୍ନ ପଦ ପଦବୀ ନାଁ ଘୋଷଣା କରାଯିବ। ଏସବୁ ପ୍ରକ୍ରିୟା ପାଇଁ ଅଢେଇରୁ  ୩ମାସ ସମୟ ଲାଗିବ ବୋଲି ବିଜେଡି ନିର୍ବାଚନୀ ଅଧିକାରୀ ବିଧାୟକ ପ୍ରତାପ ଦେବ କହିଛନ୍ତି ।

ଶାସନ କ୍ଷମତାରୁ ଗଲା ପରେ ବି ବିଜେଡ଼ି ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ ଭାବେ ଉଭା ହୋଇଛି । ୨୦୨୪ ନିର୍ବାଚନରେ ବିଜେଡ଼ି ସର୍ବାଧିକ ଭୋଟ ପାଇଁ ବିରୋଧୀ ଦଳ ଭୂମିକା ନିଭାଉଛି । ଦଳର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ନେତାମାନେ ନୂଆ ଟିମ ସହ ନୂଆ ଜୋଶରେ ସଂଗଠନକୁ ଆଗେଇ ନେବାକୁ ପ୍ରସ୍ତୁତ ହେଉଛନ୍ତି । ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି ଯେ ପୂନର୍ବାର ନବୀନ ପଟ୍ଟନାୟକ ଦଳର ସଭାପତି ନିର୍ବାଚିତ ହେବେ । ନବୀନଙ୍କ ଲୋକପ୍ରିୟତା  ଦିନକୁ ଦିନ ତୃଣମୂଳସ୍ତରୁ ବିଜେଡିକୁ ଅଧିକ ଶକ୍ତିଶାଳୀ କରୁଛି । ବିଜେଡ଼ି ସଂଗଠନକୁ ନୂଆରୂପ ଦେବାରେ ଲାଗିଛନ୍ତି  ସୁପ୍ରିମୋ ନବୀନ ପଟ୍ଟନାୟକ । ସାଂଗଠନିକ ନିର୍ବାଚନ ପରେ ଦଳର ସବୁ ଛାମୁଆ ସଂଗଠନକୁ  ମଧ୍ୟ ନୂଆରୂପ ଦେଇ ଦଳ ଓଡ଼ିଶାର ହକ ପାଇଁ ଲଢେଇ ଜାରି ରଖିବ ବୋଲି ଦଳୀୟ ନେତା କହିଛନ୍ତି । ତେବେ ନବୀନଙ୍କ ନୂଆ ଟିମର ରୂପରେଖକୁ ନେଇ ସସପେନ୍ସ ଜାରି ରହିଛି

Latest Posts

Don't Miss