କେନ୍ଦୁଝରରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି

କେନ୍ଦୁଝର : ବିଜେଡିରେ ମିଶିଲେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ସତ୍ୟବ୍ରତ ନାୟକ ଓ ତାଙ୍କ ସମର୍ଥକ । ଏଥିସହ କେନ୍ଦୁଝର ଜିଲା ହ୍ୟୁମାନ ରାଇଟ୍ସ ଡିଫେଣ୍ଡରର ଅନେକ ସଦସ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ସତ୍ୟବ୍ରତ ଏହା ପୂର୍ବରୁ ୨୦୦୪ରେ କଂଗ୍ରେସ ଓ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଥଲେ । ସେ ବଣେଇର ବିଜେପି କୃଷକ ମୋର୍ଚ୍ଚାର ପ୍ରଭାରୀ ଥିଲେ । ଏମାନଙ୍କ ଯୋଗଦାନ ଫଳରେ ପାଟଣା ନିର୍ବାଚନ ମଣ୍ଡଳୀ ସଶକ୍ତ ହୋଇଛି ବୋଲି କହିଛନ୍ତି ସସ୍ମିତ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସକ୍ରିୟ ସଦସ୍ୟ ହେବାକୁ ସମସ୍ତେ ବିଜେଡିରେ ଯୋଗ ଦେଇଛନ୍ତି । ସମସ୍ତେ ଶପଥ ନେଇଛନ୍ତି ପାଟଣା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବେ । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି ପାଟଣା ପର୍ଯ୍ୟବେକ୍ଷକ ଡାକ୍ତର ହରିଶ ଚୌଧରୀ । ଦଳରେ ଯୋଗଦେଇଥିବା ସତ୍ଯବ୍ରତ କହିଲେ, ତାଙ୍କ ଜନ୍ମ ବିଜୁ ପରିବାରରେ । ବିଜୁ ବାବୁଙ୍କ ଆଦର୍ଶରେ ତାଙ୍କ ବାପା ବିଧାୟକ ହୋଇଥିଲେ । ୩୨ ବର୍ଷ ପରେ ପରିବାରକୁ ଫେରିଛି । ଶୃଙ୍ଖଳିତ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି ସତ୍ଯବ୍ରତ ।