ଟ୍ରାନ୍ସପରେଣ୍ଟ ହେବ ତଦନ୍ତ ; ଦେବୀ ମିଶ୍ର

Seashore Chit Fund Case, CBI Raid in Ex Tourist Minister Debi Mishra House

ଭୁବନେଶ୍ବର: ଦିବଂଗତ ନେତା ନବ କିଶୋର ଦାସଙ୍କୁ ହତ୍ୟା ପ୍ରସଙ୍ଗ । ତଦନ୍ତର ଦିଗକୁ ନେଇ ଉଠୁଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଜୁଡିସିଆଲ ତଦନ୍ତ କରାଯିବ । ତାହା ଟ୍ରାନ୍ସପରେଣ୍ଟ ହେବ ।

ତଦନ୍ତର ଫଳାଫଳ କ’ଣ ହେଉଛି ତାକୁ ଅପେକ୍ଷା କରିବାକୁ କହିଛନ୍ତି ଦେବୀ । ସେମାନେ କେଉଁଥିରେ ସନ୍ତୁଷ୍ଟ ନାହାନ୍ତି ? ଯଦି ସେମାନେ କିଛି ଫ୍ୟାକଟ ଜାଣିଛନ୍ତି କିମ୍ବା ତଦନ୍ତରେ କିଛି କମି ରହିବ ବୋଲି ଭାବୁଛନ୍ତି ସେମାନେ ସ୍ପଷ୍ଟ କୁହନ୍ତୁ ବୋଲି କହିଛନ୍ତି । ଅଭିଯୋଗ କରିବା ଚକ୍କରରେ ଅଭିଯୋଗ କରନ୍ତୁ ନାହିଁ । ପ୍ରକୃତ ଦୋଷୀର ଆଭିମୁଖ୍ୟ ଓ ଷଡଯନ୍ତ୍ର ସେଇଟା ପଦାକୁ ଆସିବା ଦରକାର ବୋଲି କହିଛନ୍ତି ଦେବୀ ।