‘ଲୋକଙ୍କ ସମସ୍ୟା ବୁଝିବାକୁ ପ୍ରଶାସନକୁ ଗାଁକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ କାହିଁକି ଅସୁବିଧା ହେଉଛି?’

1 min read

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଛଦ୍ମବେଶରେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଛି । ଏହି ଘଟଣାରେ ବିରୋଧୀଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଗାଁକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବାରେ ବିରୋଧୀଙ୍କ ସମସ୍ୟା ହେଉଛି । ପ୍ରଶାସନକୁ ଗାଁକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସମସ୍ୟା ଶୁଣିବାକୁ ପ୍ରଶାସନକୁ ଗାଁକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକଙ୍କ ସମସ୍ୟା ଶୁଣିବାରେ ଅସୁବିଧା କେଉଁଠି ରହିଲା ବୋଲି ଇପସିତା ପ୍ରଶ୍ନ କରିଛନ୍ତି । ପୃଥିବୀର କୌଣସି ବି ଶକ୍ତି ଏହାକୁ ଅଟକାଇ ପାରିବେନି ବୋଲି କହିଛି ବିଜେଡି । ଭୁବନେଶ୍ବରରେ ଏସି କୋଠରୀରେ ବସିଲେ ସମସ୍ୟା ସମାଧାନ ହେବନି । ଦୂରଦୂରାନ୍ତ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରାଯାଉଛି । ଯାହାକି ବିରୋଧୀଙ୍କୁ ସମସ୍ୟା ହେଉଛି ବୋଲି କହିଛି ବିଜେଡି । ସୂଚନାଥାଉକି, ସୁବର୍ଣ୍ଣପୁରର ଉଲୁଣ୍ଡାଠାରେ 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଥିଲେ ବିଜେପିର ଏକ ଗୋଷ୍ଠୀ । ତେବେ ନିଜ ମୁଖା ଖୋଲିଯିବା ଭୟରେ ବିଜେପିର ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀର କିଛି କର୍ମୀ ଆମ୍ ଆଦମୀ ପାର୍ଟିର ଟୋପି ପିନ୍ଧି ଏହି କାଣ୍ଡ ଭିଆଇବାକୁ ଉଦ୍ୟମ କରିଥିଲେ ।