ପିପିଲି ଉପନିର୍ବାଚନ; ପରିବାର ସହ ଆସି ନବୀନ ନିବାସରୁ ଟିକେଟ୍ ନେଲେ ରୁଦ୍ର

BJD Pipili Candidate Rudra Maharathy Received Party Ticket From Naveen Patnaik

ଭୁବନେଶ୍ୱର: ପିପିଲି ଯୁଦ୍ଧ ଲଢ଼ିବେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର । ପିପିଲି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଇଛି । ରୁଦ୍ର ଆଜି ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଟିକେଟ୍ ନେଇଛନ୍ତି । ଆସନ୍ତା ମଙ୍ଗଳବାର ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ ।

BJD Pipili Candidate Rudra Maharathy Received Party Ticket From Naveen Patnaik

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର । ସେହିଭଳି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ମଧ୍ୟ ପରିବାର ଏକାଠି ହୋଇ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଗତଥର ଅପେକ୍ଷା ଆହୁରି ଅଧିକ ଭୋଟରେ ରୁଦ୍ର ଜିତିବେ ବୋଲି କହିଛନ୍ତି ।

BJD Pipili Candidate Rudra Maharathy Received Party Ticket From Naveen Patnaik

ନବୀନ ନିବାସରେ ଦେବୀ ମିଶ୍ର, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରୁଦ୍ର ଭଉଣୀ ପଲ୍ଲବୀଙ୍କ ସହ ମିଶି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି । ରୁଦ୍ର ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ।

Leave a Reply