ଏଫଏମ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ବର : ବାଲେଶ୍ବର ଏଫଏମ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜେପି ସାଂସଦଙ୍କୁ କଡା ଜବାବ ଦେଇଛି ବିଜେଡି । ବିଜେପି ସାଂସଦଙ୍କ ପ୍ରେସ ମିଟକୁ ବିଜେଡିର କାଉଣ୍ଟର । ଯେଉଁ ଝିଅ ସାତ ମାସ ଧରି ନ୍ୟାୟ ପାଇଁ ଲଢିଲା । ବାର ଦୁଆର ହେଲା ତାକୁ ସରକାର ନ୍ୟାୟ ଦେଇପାରିଲେ ନାହିଁ । ଆତ୍ମଦାହ କରି ବାଲେଶ୍ବର ଝିଅ ଜୀବନ ହାରିଦେଲା । ଝିଅର ପରିବାର ପ୍ରତି ସମବେଦନା ଜଣାଇବା ପରିବର୍ତ୍ତେ ଶସ୍ତା ରାଜନୀତି କରୁଛନ୍ତି । ବିଜେପି ସାଂସଦଙ୍କ ଅଭିଯୋଗର କାଉଣ୍ଟର କରି ପ୍ରବଳ ବର୍ଷିଛି ବିଜେଡି । କହିଛି, ଏହା ଅତ୍ୟନ୍ତ ଦୁଃଖର କଥା । ବିଜେପି ସମବେଦନା ଜଣାଇବା ପରିବର୍ତ୍ତେ ଶସ୍ତା ଏବଂ ଅତି ଅପରିପକ୍ବ, ହୀନ ରାଜନୀତି କରୁଛନ୍ତି । ସାମ୍ବାଦିକ ସମ୍ମିଳନୀ କରି କଣ କହିବାକୁ ଚାହୁଁଛନ୍ତି ? କଣ ଜଣାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଆପଣଙ୍କ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ତୁଟିଗଲାଣି । ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହାସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ୨କୋଟି ଟଙ୍କା ଦେବାକୁ ବିଜେଡି ଦାବି କରିଛି । ଗୋଟେ ଫୁଟ ଓଭର ବ୍ରିଜ କରିଦେଇ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛି ବିଜେଡି ।