spot_img

Latest Posts

ଓଡ଼ିଶାରେ ମହିଳା ଅସୁରକ୍ଷିତ,ସଂସଦ ଭବନ ବାହାରେ ବିଜେଡିର ପ୍ରତିବାଦ

ନୂଆଦିଲ୍ଲୀ : ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯାତନା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦିଲ୍ଲୀରେ ବିଜେଡିର ପ୍ରତିବାଦ। ବିଜେଡି ସାଂସଦମାନେ ସଂସଦ ଭବନ ବାହାରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି।  ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ମୁନ୍ନା ଖାଁ ନାରୀ ନିର୍ଯାତନା ବିରୋଧରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ।

ବର୍ତ୍ତମାନ ସମୟରେ ନାରୀ, ଛୋଟ ଶିଶୁ ସମସ୍ତେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ତାର ପ୍ରତିବାଦରେ ବିଜେଡି ଆଜି ଶାନ୍ତିପୂର୍ଣ୍ଣଭାବେ ଧରଣା ଦେଇଛି । ଏହା ସମାଧାନ ତୁରନ୍ତ ରାଜ୍ୟ ସରକାର ବହାର କରନ୍ତୁ  । ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଭଳି ଘଟଣାରେ ଦୋଷୀଙ୍କୁ ଠାବ କରିବାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।  ଏ ସବୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଏ ସରକାରରେ ନାରୀ ସୁରକ୍ଷିତ ନାହାନ୍ତି । ରାଜ୍ୟରେ ନାରୀ ଅସୁରକ୍ଷିତ ମନେ କରୁଛନ୍ତି । ଏହି ପ୍ରସଙ୍ଗକୁ ଦିଲ୍ଲୀରେ ପହଞ୍ଚାଇବା ପାଇଁ ଆମେ ଆଜି ପ୍ରତିବାଦ କରୁଛୁ । ନାରୀଙ୍କୁ ସୁରକ୍ଷା ନ ମିଳିବା ଯାଏଁ ଲଢେଇ ଜାରି ରହିବ  । ନାରୀ ସୁରକ୍ଷା ପ୍ରସଙ୍ଗ ସଂସଦରେ ବିଜେଡି ଉଠାଇବ ବୋଲି କହିଛନ୍ତି ଶୁଭାଶିଷ ଖୁଣ୍ଟିଆ ।

ଅନ୍ୟପଟେ ବର୍ତ୍ତମାନ କେହି ସୁରକ୍ଷିତ ନାହାନ୍ତି, ସମସ୍ତଙ୍କ ଉଜ୍ଜତ କେଉଁଠି ନା କେଉଁଠି ବିପଦରେ ଅଛି । କୁମ୍ଭକର୍ଣ୍ଣ ନିଦରେ ନ ଶୋଇ ଡବଲ ଇଞ୍ଜିନ ସରକାର ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି ସୁଲତା ଦେଓ । ସାଂସଦ ସସ୍ମିତ ପାତ୍ର କହିଛନ୍ତି , ରାଜ୍ୟରେ ଏଫଆଇଆର ରୁଜୁ ହେଉଛି କିନ୍ତୁ ନ୍ୟାୟ ମିଳୁ ନାହିଁ । ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ନାରୀ ନିର୍ଯାତନାକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା ବେଳେ ଆଜି ସଂସଦ ଭବନ ବାହାରେ ମଧ୍ୟ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରତିବାଦ କରିଛି। ବାଲେଶ୍ବର  FM ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ବଳଙ୍ଗା ପୀଡିତାଙ୍କ ପାଇଁ ନ୍ୟାୟ ଦାବିରେ ମଧ୍ୟ ବିଜେଡି ବିକ୍ଷୋଭ କରିଛି ।

Latest Posts

Don't Miss