ବଳଙ୍ଗା ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ଓଡ଼ିଶାରେ ତେଜିଛି ବିଜେପି ସରକାର ବିରୋଧୀ ଋଣହୁଙ୍କାର

ଭୁବନେଶ୍ବର : ବଳଙ୍ଗା ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ । ବିଜେଡି କହିଲା ଓଡିଶାବାସୀଙ୍କ ମୁଣ୍ଡ ତଳକୁ କରିଦେଲେ ସରକାର । କଂଗ୍ରେସ କହିଲା କ୍ଷମତାରେ ରହିବାର ଅଧିକାର ନାହିଁ ବିଜେପିର । ରାଜନୀତିରେ ଭାଷା କହିଲା ବିଜେପି । ବଳଙ୍ଗା ନାବାଳିକାକୁ ଜୀଅନ୍ତା ଜାଳିବା ନେଇ ଆମେ ଲଜ୍ଜିତ। ସୁପ୍ରିମକୋର୍ଟ ଓଡିଶା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଓଡିଶାରେ ତେଜିଛି ବିଜେପି ସରକାର ବିରୋଧୀ ଋଣହୁଙ୍କାର । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ବିଜେପି ସରକାର ଯୋଗୁଁ ଓଡିଶାବାସୀଙ୍କ ମୁଣ୍ଡ ତଳକୁ ହୋଇଗଲା । ସବୁଠି ଗୋଟିଏ କଥା ଲଜ୍ଜା ଲଜ୍ଜା ଲଜ୍ଜା । ଜାତୀୟ ଲଜ୍ଜା ହୋଇଗଲା ଓଡିଶାର ନାରୀ ନିର୍ଯ୍ୟାତନା । ବିଜେପି ପଶ୍ଚାତାପ ଓ ଅନୁତାପ କରନ୍ତୁ । ଆଗକୁ କିପରି ଆଇନଶୃଙ୍ଖଳା ନ ବିଗିଡିବ , ମହିଳା ହିଂସା ନ ଘଟିବ ତାହାକୁ ଧ୍ୟାନ ଦିଅନ୍ତୁ ବୋଲି ବିଜେଡି ସରକାରଙ୍କୁ ପରାମର୍ଶ ଦେଇଛି । ଓଡିଶାରେ ମହିଳାମାନେ କେତେ ଅସୁରକ୍ଷିତ ହୋଇପଡିଛନ୍ତି ତାହା ଗତକାଲିର ଘଟଣାରୁ ସ୍ପଷ୍ଟ ହୋଇଗଲା । ମନ୍ତ୍ରୀ, ଅଫିସରଙ୍କ ବାସଭବନ ଆଗରେ ତଥା ଭୁବନେଶ୍ୱର ଛାତି ଉପରେ ହଜାର ହଜାର ପୋଲିସ ଉପସ୍ଥିତିରେ ଅଭାବନୀୟ ଘଟଣା ଘଟିଲା । ସରକାରଙ୍କୁ ଦୁର୍ବୃତ୍ତ ଦୁର୍ବଳ ବୋଲି ଭାବିନେଲେଣି । ଯାହାକୁ କଟାକ୍ଷ କରିଛି ବିଜେଡି । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସୁପ୍ରିମକୋର୍ଟଙ୍କ ପ୍ରତିକ୍ରିୟା କିପରି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କେଉଁଭଳି ଲଜ୍ଜା ଦେଉ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି ବିଜେପି ଆଉ କ୍ଷମତାରେ ରହିବା ଉଚିତ ନୁହେଁ । ତୁରନ୍ତ ସରକାର ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେପଟେ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ସରକାର ବିରୋଧରେ ପ୍ରତିବାଦ, ବିକ୍ଷୋଭ କରିବା ପରେ ବି ବିଜେପି ସରକାରଙ୍କୁ ବୁଦ୍ଧି ପଶୁନାହିଁ । ମୁଖ୍ୟ ବିରୋଧୀ ବିଜେଡି ପରି ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଛି । ବାଲେଶ୍ବର ଏଫଏମ କଲେଜ ଘଟଣାରେ ଆସନ୍ତାକାଲି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଦିନ ୯ ଟାରେ ଗୋଟିଏ ମିନିଟ ପାଇଁ ନିରବ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି । ସେପଟେ କଂଗ୍ରେସର ଏପରି ପ୍ରତିବାଦର ଜବାବ ଦେଇଛି ଶାସକ ଦଳ । ଯୋଗାଣ ମନ୍ତ୍ରୀ କହିଛନ୍ତି ବିରୋଧୀମାନେ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣାରେ ଶ୍ରଦ୍ଧାଞ୍ଜଳି ସଭା କରୁଛନ୍ତି । ଏହାର ଅର୍ଥ ସେମାନେ ଔଷଧ ବିକଳରେ ତାଟିଆ କମୁଡୁଛନ୍ତି । ସେଥିପାଇଁ ପୋଲିସ ଅଛି, କୋର୍ଟ କଚେରି ଅଛି । ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ଘଟଣାରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ତେଣୁ ବିରୋଧୀ ରାଜନୀତି ବନ୍ଦ କରନ୍ତୁ। ବିଜେପି ସରକାର ଆସିଲା ଦିନଠୁ ନାରୀ ନିର୍ଯାତନାରେ ଓଡିଶା ଶୀର୍ଷରେ ପହଞ୍ଚିଛି । ଘର, କଲେଜ, ରାସ୍ତା ଘାଟ ଠାରୁ ଆରମ୍ଭ କରି ସବୁଠି ଅସୁରକ୍ଷିତ ହୋଇଛନ୍ତି ମହିଳା । ରାଜ୍ୟରେ ଦୁର୍ବଳ ଶାସନ ଯୋଗୁଁ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ବିରୋଧୀ ଦଳ ବାରମ୍ବାର ପ୍ରତିବାଦ ଓ ବିକ୍ଷୋଭ କରୁଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି ସରକାର । ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ପରେ ସରକାର ସୁଧୁରିଯାଆନ୍ତୁ ବୋଲି ମୁଖ୍ୟ ବିରୋଧୀ ବିଜେଡି ସରକାରଙ୍କୁ ଚେତାଇ ଦେଇଛି ।