ତୃଣମୂଳସ୍ତରରେ ଆହୁରି ମଜବୁତ ହେବ ବିଜେଡି, ଉନ୍ନତିମୂଳକ ଯୋଜନା ନେଇ ଲୋକଙ୍କ ପାଖକୁ ଯିବ ଦଳ

1 min read

ଭୁବନେଶ୍ୱର: ତୃଣମୂଳସ୍ତରରେ ଆହୁରି ମଜବୁତ ହେବ ବିଜେଡି । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏଥିପାଇଁ ବିସ୍ତୃତ ଆଲୋଚନା କରାଯାଇଛି । ବୈଠକରେ ରାଜନୈତିକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଓ ଆଶୀର୍ବାଦ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚିବୁ ବୋଲି କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ସେ କହିଛନ୍ତି ଓଡ଼ିଶାରେ ପ୍ରତି ଲୋକଙ୍କର ଆର୍ଥିକ ଉନ୍ନତି ହୋଇଛି । 5T ରୂପାନ୍ତରରେ ଶିକ୍ଷାର ବିକାଶ ଘଟିଛି । ବିଏସକେଓ୍ବାଇ ହେଉଛି ଯୁଗାନ୍ତକାରୀ ଯୋଜନା । ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଅଧିକ ମହିଳା ସଶକ୍ତ ହୋଇଛନ୍ତି । ସଂଗଠନକୁ ସୁଦୃଢ କରିବାକୁ ଓ୍ବାର୍ଡ କମିଟି, ପଂଚାୟତ କମିଟି, ବ୍ଲକ କମିଟି କରାଯିବ ।