୩ ରାଜ୍ୟ, ୬ ମାସ; ଇସ୍ତଫା ଦେଲେଣି ବିଜେପିର ୪ ମୁଖ୍ୟମନ୍ତ୍ରୀ

BJP 4 Chief Ministers Resigned Of 3 States In 6 Months

ନୂଆଦିଲ୍ଲୀ: ବଦଳୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ପରେ ଗୁଜରାଟରେ ଡ୍ୟାମେଜ୍ କଣ୍ଟ୍ରୋଲ ମୁଡରେ ବିଜେପି । ଗୁଜରାଟ ବିଧାନସଭା ନିର୍ବାଚନକୁ ପାଖାପାଖି ୧୫ ମାସ ସମୟ ବାକି ଅଛି । ଏହା ପୂର୍ବରୁ ଶନିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ରୂପାଣୀଙ୍କ ଇସ୍ତଫା ପରେ କିଏ ହେବ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତା’କୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି ।

ବିଗତ ୬ ମାସ ମଧ୍ୟରେ ବିଜେପି ୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରି ସାରିଲାଣି । ମାର୍ଚ୍ଚରେ ବିଜେପି ଉତ୍ତରାଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ଲୋକସଭା ସଦସ୍ୟ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା । ଜୁଲାଇରେ ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥଙ୍କୁ ୪ ମାସ ନ ଯାଉଣୁ ହଟାଇ ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା ବିଜେପି । ଉତ୍ତରାଖଣ୍ଡ ପରେ କର୍ଣ୍ଣାଟକରେ ବିଜେପି ବିଏସ୍ ୟେଦିୟୁରପ୍ପାଙ୍କୁ ହଟାଇ ବିଏସ୍ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଥିଲା ।

କୁହାଯାଉଛି ଗୁଜରାଟ ବିଜେପିର ଏକ ଗୋଷ୍ଠୀ ରୂପାଣିଙ୍କୁ ହଟାଇବା ଲାଗି ଦାବି କରିଥିଲେ । ଏପରିକି ବିଜୟ ରୂପାଣୀଙ୍କ ନେତୃତ୍ୱରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଜିତିବା ମୁସ୍କିଲ୍ ବୋଲି କହିଥିଲେ ।

Leave a Reply