ବିଜେଡି କର୍ମୀଙ୍କୁ ଜୋର ଜବରଦସ୍ତ ବିଜେପିରେ ସାମିଲ କରିବାକୁ ଉଦ୍ୟମ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଧରାପଡିଲା ବିଜେପିର ଚାଲାକି । ବିଜେଡି କର୍ମୀଙ୍କୁ ଜୋର ଜବରଦସ୍ତ ବିଜେପିରେ ସାମିଲ କରିବାକୁ ଉଦ୍ୟମ । ଲଇକେରା ବ୍ଲକ ବାବୁଚିପିଡ଼ିହି ପଞ୍ଚାୟତରେ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲୋକେନ୍ଦ୍ର ରାଉତ ବିଜେପିରେ ସାମିଲ ହୋଇଥିବା ନେଇ ଘୋଷଣା କରିଥିଲା ବିଜେପି । ହେଲେ ଏହା ପଛରେ ବିଜେପିର ଯେଉଁ ହୀନ ଚକ୍ରାନ୍ତ ଥିଲା ତାହା ପଦାରେ ପଡିଛି ।

ବିଜେପିର କିଛି କର୍ମୀ ଲୋକେନ୍ଦ୍ରଙ୍କୁ ଏହି ସଭାକୁ ଡ଼ାକିନେଇ ହଠାତ୍ ବିଜେପିରେ ମିଶିଥିବା ଘୋଷଣା କରିଥିଲେ  । ତେବେ ଏହି ଘଟଣାରେ ସେ ମର୍ମାହତ ଥିବା ଦର୍ଶାଇ ପୂର୍ବପରି ବିଜୁ ଜନତା ଦଳରେ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି  । ଶ୍ରୀ ରାଉତଙ୍କ ଘର ବାହୁଡା଼ ଅବସରରେ ବିଜେଡି କାର୍ଯ୍ୟାଳୟ ପରିସରରେ ରାଜ୍ୟ ପାଣ୍ୟାଗାର ନିଗମରେ ଅଧକ୍ଷ ମହେନ୍ଦ୍ର ବଢ଼େଇ ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।