ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ; ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ୱ

ଲକ୍ଷ୍ନୗେ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିବା ଦାୟିତ୍ୱ ପଡିଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଏଥିସହ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଟିମ୍ ଘୋଷଣା କରାଯାଇଛି ।

କେନ୍ଦ୍ର ମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସହ ୭ ଜଣଙ୍କୁ ସହପ୍ରଭାରୀ କରାଯାଇଛି । ଓବିସି ସମ୍ପ୍ରଦାୟରୁ ଆସୁଥିବା  ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପିର ନିର୍ବାଚନ କମାଣ ହସ୍ତାନ୍ତର କରାଯାଇଛି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଜୁନ ରାମ ମେଘବାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ୍ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର ମଧ୍ୟ ଏଥିରେ ରହିଛନ୍ତି । ଏହି ଟିମ୍ ଗଠନ ବେଳେ ବିଜେପି ଜାତୀୟ ସମୀକରଣକୁ ଦୃଷ୍ଟିରେ ରଖିଥିବା ନେଇ ସୂଚନା ମିଳିଛି ।

ଓବିସି ଭୋଟ୍ ଉପରେ ନଜର

ଉତ୍ତରପ୍ରଦେଶର ଜନସଂଖ୍ୟାର ସର୍ବାଧିକ ହେଉଛନ୍ତି ଓବିସି ସମ୍ପ୍ରଦାୟ । ଯେଉଁମାନେ କି ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି ।

bjp defated in panchayat election in up

ଉତ୍ତରପ୍ରଦେଶରେ ପଛୁଆ ବର୍ଗଙ୍କୁ ନିଜ ଆଡକୁ ଟାଣିବା ଲାଗି ଚେଷ୍ଟା କରୁଥିବା ସମାଜବାଦୀ ପାର୍ଟିର ଯୋଜନା ଭଣ୍ଡୁର କରିବା ଲାଗି ବିଜେପିର ଏହି କାର୍ଡ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି । ରାଜନୈତିକ ତଥ୍ୟକୁ ଦେଖିଲେ, ପ୍ରାୟ ୧୫ ବର୍ଷ ପରେ ଅର୍ଥାତ୍ ୨୦୧୭ ମସିହାରେ ୟୁପିରେ ବିଜେପି ପ୍ରତ୍ୟାବର୍ତ୍ତନରେ ଓବିସି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଆଉ ଏବେ ୨୦୨୨ ମସିହାରେ ଏହି ଭାେଟକୁ ବାନ୍ଧି ରଖିବାରୂ ଦାୟିତ୍ୱ ମଧ୍ୟ ଧର୍ମେନ୍ଦ୍ରଙ୍କ କାନ୍ଧରେ ରହିଛି ।

Leave a Reply