spot_img
Home Blog Page 1012

ଯାଜପୁରରେ ଲଜ୍ଜା: ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ ଜନ୍ମ ଦେଲେ ଶିଶୁକନ୍ୟା

ଯାଜପୁର: ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଯାଜପୁରରୁ ଆସିଛି ଏକ ଲଜ୍ୟାଜନକ ଖବର । ଦଶମ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ନବଜାତ ଶିଶୁକନ୍ୟା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଚନ୍ତି । ବରୀ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।

ଛାତ୍ରୀ ଜଣକ ୨ଟି ବିଷୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ବି ପରୀକ୍ଷା ଥିଲା । ହେଲେ ଗତକାଲି ଛାତ୍ରୀ ଜଣଙ୍କ ଅସୁସ୍ଥ ହେବାରୁ ତାଙ୍କୁ ବରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପିଲଶ ଜନ୍ମ ହେବା ପରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଏଡିଏମଓ କହିଛନ୍ତି l

ସେପଟେ ଛାତ୍ରୀ ଜଣକ କଷ୍ଟ ପାଉଥିବା ମେଡିକାଲରେ ରହିଥିବା ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି l ମେଡିକାଲକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ମାଆ ଓ ନବଜାତ ଭଲ ଥିବା କହି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପଚାରିବାରୁ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଗଣମାଧ୍ୟମକୁ ଅଣଦେଖା କରିଛନ୍ତି । ଯାହା ଜଣାପଡୁଛି ଆଗରୁ ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ଜାଣିଥିଲେ ଓ ଏହାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହେଉଛି ।

ସେପଟେ  ଛାତ୍ରୀ ଜଣକ ନିଜ ଘରୁ ସ୍କୁଲକୁ ଯାତାୟାତ କରୁଥିଲେ l ଆଡମିଟ କାର୍ଡ ନେବା ପରଠାରୁ ସେ ଆଉ ସ୍କୁଲ ଆସି ନାହାନ୍ତି l ଏବେ ପ୍ରଶ୍ନ ଉଠୁଛି, ଛାତ୍ରୀ ଜଣଙ୍କ କିପରି ଅର୍ଭବତୀ ହେଲେ ? ଏହି କୁକର୍ମ ପଛରେ କାହାର ହାତ ରହିଛି ? ଅଙ୍ଗନବାଡି କର୍ମୀ, ଶିଶୁ ସୁରକ୍ଷା ଓ ସ୍କୁଲ ଶିକ୍ଷକ କିପରି ଘଟଣା ଜାଣି ପାରିଲେନି ତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାର ଉଚିତ ତଦନ୍ତ କରାଯାଇ ଅଭିଯୁକ୍ତକୁ ଧରିବା ସହ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ଉଠୁଛି ।

ଯୁକ୍ତଦୁଇ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଖାତା ଛଡ଼ାଇ ନେଲେ ଅଧ୍ୟାପକ

କାମାକ୍ଷାନଗର: ଯୁକ୍ତଦୁଇ ପରୀକ୍ଷା ଦେଉଥିବା ଜଣେ ଦିବ୍ୟାଙ୍ଗଙ୍କ ଖାତା ଛଡ଼ାଇ ନେଲେ ଅଧ୍ୟାପକ । ଏମିତି ଅଭିଯୋଗ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପାଖରେ ହୋଇଛି । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଅଭିଭାବକ ଉପ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଅଧ୍ୟାପକ ଜଣଙ୍କ ତାଙ୍କ ଖାତା ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, କାମାକ୍ଷାନଗର ବ୍ଲକ କଦଳୀପାଳ ଗାଁର ବିନୋଦ ବିହାରୀ ମହାଭୋଇଙ୍କ ପୁଅ ଦିବ୍ୟରଞ୍ଜନ ମହାଭୋଇ ପଣ୍ଡୁଆ ସ୍ଥିତ ପାରିମାଳ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତଦୁଇ ଭୋକେସନାଲ ପରୀକ୍ଷା ଦେଉଛନ୍ତି l ଦିବ୍ୟରଞ୍ଜନ ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ ଜଣେ ସାହାଯ୍ୟକାରୀଙ୍କ ସହାୟତାରେ ପରୀକ୍ଷା ଦେଉଛନ୍ତି l ଗତ ୨୪ ତାରିଖରେ ଦିବ୍ୟରଞ୍ଜନ ନିଜ ସାହାଯ୍ୟକାରୀଙ୍କ ସହ ପାରିମାଳ ମହାବିଦ୍ୟାଳୟରେ ବିଜନେସ ମ୍ୟାନେଜମେଣ୍ଟ ବିଷୟରେ ପରୀକ୍ଷା ଦେଉଥିଲେ l ତାଙ୍କ ପାଇଁ ହୋଇଥିବା ନିର୍ଦ୍ଧାରିତ ସମୟର ପ୍ରାୟ ଘଣ୍ଟାଏ ପୂର୍ବରୁ ପରୀକ୍ଷା ପରିଚାଳନା କରୁଥିବା ଅଧ୍ୟାପକ ନିର୍ମଳ କୁମାର ସାହୁ ଦିବ୍ୟରଞ୍ଜନଙ୍କ ସାହାଯ୍ୟକାରୀ ଭାବେ ଲେଖୁଥିବା ଜନୈକା ଛାତ୍ରୀଙ୍କଠାରୁ ଖାତା ଛଡ଼ାଇ ନେଇଥିଲେ ।

ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ପିଲା, ନିଜ ଭବିଷ୍ୟତ ପାଇଁ ସରକାରୀ ନିୟମ ଅନୁସାରେ ସାହାଯ୍ୟକାରୀଙ୍କ ସହାୟତାରେ ପରୀକ୍ଷା ଦେଉଥିବା ବେଳେ କାହିଁକି ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କ ପରୀକ୍ଷା ଖାତା ଛଡ଼ାଇ ନିଆଗଲା । ତାହାର ପ୍ରତିବାଦରେ ଦିବ୍ୟରଞ୍ଜନଙ୍କ ବାପା ବିନୋଦ ବିହାରୀ ମହାଭୋଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଯଦି ପୁଅ ଭବିଷ୍ୟତରେ ପାସ ନକରି ଫେଲ ହୁଏ ତା’ହାଲେ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ଅଧ୍ୟାପକ ଦାୟୀ ରହିବେ ବୋଲି ସେ ଅଭିଯୋଗ କରିଛନ୍ତି l ତେବେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅନୁପସ୍ଥିରେ ସହକାରୀ ଜିଲ୍ଲାପାଳ ଦୀପକ ମିଶ୍ର ଅଭିଯୋଗକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି l

କେଉଁ ଅଭିଯୋଗରେ ଗିରଫ ହୋଇଛନ୍ତି ତେଲୁଗୁ ଚଳଚ୍ଚିତ୍ର ଅଭିନେତା ପୋସାନି କ୍ରିଷ୍ଣା ମୁରଲୀ ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ତେଲୁଗୁ ସିନେମାର ଜଣେ ଦମଦାର ଅଭିନେତା ଭାବରେ ଜଣାଶୁଣା ପୋସାନି କ୍ରିଷ୍ଣା ମୁରଲୀ । କମେଡ଼ି ସାଙ୍ଗକୁ ଖଳନାୟକ ଭୁମିକାରେ ନଜର ଆସନ୍ତି ଏହି ଅଭିନେତା । ପ୍ରସିଦ୍ଧ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏବଂ ଲେଖକ ପୋସାନି କ୍ରିଷ୍ଣା ମୁରଲୀଙ୍କ ସମସ୍ୟା ବଢ଼ିଯାଇଛି। ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ହାଇଦ୍ରାବାଦର ୟେଲାରେଡିଗୁଡ଼ାର ନ୍ୟୁ ସାଇନ୍ସ କଲୋନି ନିକଟସ୍ଥ ତାଙ୍କ ଘରୁ ୬୬ ବର୍ଷୀୟ ଅଭିନେତାଙ୍କୁ ଗିରଫ କରାଯାଇଥିଲା। ପୋସାନିଙ୍କ ବିରୁଦ୍ଧରେ ଜାମିନ ବିହୀନ ଅଭିଯୋଗ ଆସିଛି।

ତେବା କ’ଣ ଥିଲା ପୂରା ଘଟଣା ଜାଣନ୍ତୁ…

ପିଟିଆଇ ରିପୋର୍ଟ ଅନୁଯାୟୀ, କ୍ରିଷ୍ଣା ମୁରଲୀଙ୍କ ପତ୍ନୀଙ୍କୁ ଦିଆଯାଇଥିବା ଗିରଫ ନୋଟିସ ଅନୁଯାୟୀ, ତାଙ୍କୁ BNS ଧାରା ୧୯୬ , ୩୫୩ (2) ଏବଂ ୧୧୧ ସହିତ ୩ (୫) ଏବଂ BNSS ଧାରା ୪୭ (୧) ଏବଂ (୨) ଅନୁଯାୟୀ ଗିରଫ କରାଯାଇଛି। ମୁରଲୀଙ୍କ ଉପରେ ଏକ ରାଜନୈତିକ ଦଳ ଏବଂ ଏକ ସମ୍ପ୍ରଦାୟ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବାର ଅଭିଯୋଗ ଆସିଛି। ଏହି ଅଭିଯୋଗଗୁଡ଼ିକ ମୁରଲୀଙ୍କ ବିରୁଦ୍ଧରେ ଅନେକ ଥର ଲଗାଯାଇଛି।

କ’ଣ ରହିଛି ଏହି ଅଭିଯୋଗ:

ତାଙ୍କୁ ଏକ ନୋଟିସ ପଠାଯାଇଥିଲା ଯାହା ତାଙ୍କ ସ୍ତ୍ରୀ ପାଇଥିଲେ। ଏହି ନୋଟିସରେ କୁହାଯାଇଛି ଯେ ମୁରଲୀଙ୍କ ବିରୋଧରେ ଅଭିଯୋଗ ବହୁତ ଗମ୍ଭୀର ଏବଂ ଜାମିନ ବିହୀନ, ଅର୍ଥାତ୍ ଏହି ଅଭିଯୋଗରେ ଗିରଫ ହେବା ପରେ, ମୁରଲୀଙ୍କର କୋର୍ଟରୁ ଜାମିନ ପାଇବାର ଅଧିକାର ନାହିଁ। ମୁରଲୀଙ୍କୁ ମିଳିଥିବା ନୋଟିସ ଅନୁଯାୟୀ, ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ଅଭିନେତାଙ୍କ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆସିଛି। ମୁରଲୀଙ୍କ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଅପମାନଜନକ ଶବ୍ଦ ବ୍ୟବହାର କରିବାର ଅଭିଯୋଗ ଆସିଛି।

ପୋସାନି କୃଷ୍ଣ ମୁରଲୀ YSRCP ଅର୍ଥାତ୍ ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି ଏବଂ Y.S ଜଗନମୋହନ ରେଡ୍ଡୀଙ୍କ ସକ୍ରିୟ ସମର୍ଥକ ରହିଆସିଛନ୍ତି। ପୋସାନିଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ତାଙ୍କର କମେଡି ଏବଂ ଚରିତ୍ର ଭୂମିକା ପାଇଁ ଜଣାଶୁଣା। ପୋସାନି ତେଲୁଗୁ ସିନେମାର ଏକ ବଡ଼ ନାମ। କେବଳ ଅଭିନୟ ନୁହେଁ, ପୋସାନି ଜଣେ ପ୍ରସିଦ୍ଧ ଲେଖକ ଏବଂ ନିର୍ଦ୍ଦେଶକ ମଧ୍ୟ। ସେ ୧୫୦ ରୁ ଅଧିକ ତେଲୁଗୁ ଚଳଚ୍ଚିତ୍ରରେ ଲେଖକ ଭାବରେ କାମ କରିଛନ୍ତି ଏବଂ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ଠାକୁରଙ୍କ ନାଁରେ ଭୋଟ ନେଇ ତାଙ୍କ ସେବାରେ ଅବହେଳା, ଭଗବାନ ଦଣ୍ଡଦେବେ: ଭକ୍ତ ଚରଣ ଦାସ

ଭୁବନେଶ୍ବର: ଗତକାଲି ମହା ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଅଘଟଣରେ ଆହତ ସେବାୟତଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କ୍ୟାପିଟାଲ ହସ୍ପିଟାଲକୁ ଯାଇ ତାଙ୍କ ଆହତ ସେବାୟତଙ୍କ ସହ କଥା ହେଲେ । ଏହାସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଏହାସହ ଏମିତି ଘଟଣାକୁ ନେଇ ସେ ସରକାରଙ୍କୁ ଘେରିଛନ୍ତି । ପ୍ରଶାସନିକ ସ୍ଥରରେ ଅବହେଳା ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଏମିତି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା । ହେଲେ ଏଥର ବାଲି ପଡ଼ି ନଥିଲା । ସରକାର ବାଲି ପକାଇବାକୁ ଭୁଲିଗଲେ । ଯାହାର ପରିଣାମ କ’ଣ ହେଲା କାଲି ସମସ୍ତେ ଦେଖିଲେ । ସେବାୟତଙ୍କ ଗୋଡ଼ ଭାଙ୍ଗିଛି ଓ ମୁହଁରେ ଆଘାତ ଲାଗିଛି । ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଆମେ ଦାବି କରୁଛୁ ।

ଏହାସହ ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ପଡ଼ିଯିବା କଥା ବି ଉଠାଇଲେ ଭକ୍ତ । ସେ କହିଛନ୍ତି, ରଥଯାତ୍ରା ସମୟରେ ବଡ଼ ଠାକୁର ପଡ଼ିଗଲେ । ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ଶ୍ବତପତ୍ର ଜାରିକଲେଣି ସରକାର । ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଗଲେ । ୩୦ ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି, କେବେ ଏମିତି ଘଟଣା ଘଟି ନଥିଲା । ଏବେର ସରକାର ଅବହେଳା କରିଛନ୍ତି । ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା, ହେଲେ ଏଥିପ୍ରତି ଆଖି ବୁଜି ଦେଲେ । ଯାହା ଦ୍ବାରା ଏତେବଡ଼ ଅଘଟଣ ଘଟିଗଲା । ଏହି ଘଟଣାର ମଧ୍ୟ ଶ୍ବତପତ୍ର ସରକାର ଆଣନ୍ତୁ ।

ଆଗକୁ ସେ କହିଛନ୍ତି, ଠାକୁରଙ୍କ ନାଁ କହି ସରକାରକୁ ଆସିଛନ୍ତି । ଆଉ ଜିତିବା ପରେ ଏବେ ଠାକୁରଙ୍କ ପ୍ରତି ସିରିୟସ ନାହାନ୍ତି । ବାରମ୍ବାର ଠାକୁରଙ୍କ ରୀତିନୀତିରେ ଅଘଟଣ ଘଟୁଛି । ଠାକୁର ଏ ସରକାରକୁ ଦଣ୍ଡ ଦେବେ ।

ଟ୍ରମ୍ପଙ୍କ’ଗୋଲ୍ଡ କାର୍ଡ଼’ ବଦଳରେ ଆପଣ ଭାରତରେ ପାଇପାରିବେ ଏସବୁ ବିଳାସପୂର୍ଣ୍ଣ ସାମଗ୍ରୀ ଜାଣନ୍ତୁ…

ନନ୍ଦିଘୋେଷ ବ୍ୟୁରୋ:  ନିଜର ମନ୍ତବ୍ୟ ଏବଂ ନିଷ୍ପତ୍ତିକୁ ନେଇ ଅନେକ ସମୟ ଗଣମାଧ୍ୟମ ରେ ଚର୍ଚ୍ଚାରେ ଥାଆନ୍ତି ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କର ପ୍ରତି ଟି ନିଷ୍ପତ୍ତି କୁ ନେଇ କରାଯାଏ ତନାଘନା । ଏହାରି ଭିତରେ ଟ୍ରମ୍ପ ଗୋଲ୍ଡ କାର୍ଡ଼ ଲଞ୍ଚ କରିବାର ଯୋଜନା କରୁଛନ୍ତି । ଏହା EB-5 ଭିସା କାର୍ଯ୍ୟକ୍ରମକୁ ବଦଳାଇବ। ଏହି ଗୋଲ୍ଡ କାର୍ଡ ଅଧୀନରେ, ବିଦେଶୀ ନିବେଶକମାନେ ବିପୁଳ ପରିମାଣର ନିବେଶ କରି ଆମେରିକାର ସ୍ଥାୟୀ ବାସିନ୍ଦା ହୋଇପାରିବେ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ସୁନା କାର୍ଡର ମୂଲ୍ୟ ପ୍ରାୟ ୫ ମିଲିୟନ ଡଲାର (୪୩ କୋଟି ଟଙ୍କା) ହେବ। ଏହାକୁ କିଣିବା ଦ୍ୱାରା ଆପଣ ଗ୍ରୀନ କାର୍ଡ ଭଳି ସୁବିଧା ପାଇବେ।

ଟ୍ରମ୍ପଙ୍କର ଏହି କାର୍ଡ଼ ବଦଳରେ ଆପଣ ଭାରତରେ ଏସବୁ କିଛି ପାଇପାରିବେ…

ଏବେ, ଗୋଲ୍ଡ କାର୍ଡ କିଣିବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାରେ, ଆପଣ ଭାରତରେ ୩ଟି ଭଲ ଦାମୀ  ଗାଡ଼ି ସହିତ , ଏକ ବିଳାସପୂର୍ଣ୍ଣ ଘର ଏବଂ ଅନ୍ୟାନ୍ୟ ଜିନିଷ କିଣିପାରିବେ। ତେବେ ଆସନ୍ତୁ  ଏ ସମ୍ପର୍କରେ ସଂକ୍ଷେପରେ କିଛି ଜାଣିବା। ମୁମ୍ବାଇ ଭଳି ସହରରେ, ଆପଣ ୪୩ କୋଟି ଟଙ୍କାରେ ବିଳାସପୂର୍ଣ୍ଣ ସମ୍ପତ୍ତି ପାଇପାରିବେ। ଦିଲ୍ଲୀ, ଗୁଡ଼ଗାଓଁ, ନୋଏଡା, ବାଙ୍ଗାଲୋର ଭଳି ସହରରେ ଆପଣ ଅନେକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିପାରିବେ। କୋଲକାତାରେ, ଆପଣ ଏହି ମୂଲ୍ୟରେ ଅତ୍ୟଧିକ ବିଳାସପୂର୍ଣ୍ଣ ସମ୍ପତ୍ତି ମଧ୍ୟ ପାଇପାରିବେ।

ଯଦି ଆପଣ ସ୍ଥାୟୀ ଜମାରେ ୪୩ କୋଟି ଟଙ୍କା ନିବେଶ କରନ୍ତି। ଏପରି ପରିସ୍ଥିତିରେ, ଆପଣ ଟିକସ ବିନା ବାର୍ଷିକ ପ୍ରାୟ ୩ କୋଟି ଟଙ୍କାର ନିଷ୍କ୍ରିୟ ଆୟ ପାଇପାରିବେ। ଯଦି ଆପଣ ଷ୍ଟକ୍ ମାର୍କେଟ କିମ୍ବା ସୁନାରେ ନିବେଶ କରନ୍ତି, ତେବେ ଆପଣ ଅଧିକ ଲାଭ ପାଇପାରିବେ। ଯଦି ଆପଣ ଜଣେ ଗାଡ଼ି ପ୍ରେମୀ। ଏପରି ପରିସ୍ଥିତିରେ, ଆପଣ ସେହି ୪୩ କୋଟି ଟଙ୍କାରେ Rolls Royce Phantom VIII EWB ଭଳି ତିନୋଟି ଲଗଜରୀ କାର କିଣିପାରିବେ। ଏହାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା। ସରକାରଙ୍କ ଅନୁଯାୟୀ, ଜଣେ ପିଲାର ଖାଦ୍ୟ ଖର୍ଚ୍ଚ ୯.୨୯ ଟଙ୍କା। ଏପରି ପରିସ୍ଥିତିରେ, ଆପଣ ୪୩ କୋଟି ଟଙ୍କାରେ ୪.୬୮ କୋଟି ପିଲାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିପାରିବେ।

ଏହା ବ୍ୟତୀତ, ୪୩ କୋଟି ଟଙ୍କାରେ, ଆପଣ ୨୦ ଲକ୍ଷ ଟଙ୍କା ବଜେଟରେ ୨୧୭ ଥର ସାରା ବିଶ୍ୱ ଭ୍ରମଣ କରିପାରିବେ। iPhone 16 Proର ମୂଲ୍ୟ ୧,୨୦,୦୦୦ ଟଙ୍କା। ଏପରି ପରିସ୍ଥିତିରେ, ଆପଣ ଭାରତରେ ୪୩ କୋଟି ଟଙ୍କାରେ ୩,୬୨୯ ଟି iPhone 16 Pro କିଣିପାରିବେ। ଏହା ବ୍ୟତୀତ, ଆପଣ ଭାରତରେ ୪୩ କୋଟି ଟଙ୍କାରେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରିପାରିବେ।

 

ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ ରବୀନା, ଜାଣିବା ପରେ କିଛି ଏପରି କହିଲେ ପତ୍ନୀ ସୁନିତା…

ନନ୍ଦିଘୋଷ ବ୍ୟୁରୋ:  ଗତ କିଛି ଦିନ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ବିଷୟରେ ଗୁଜବ ଚାଲିଛି ଯେ ସେମାନେ ଛାଡପତ୍ର ନେବାକୁ ଯାଉଛନ୍ତି। ଗୋବିନ୍ଦା ହୁଏତ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଥିବାର ଦେଖାଯାଇଥାନ୍ତା, କିନ୍ତୁ ତାଙ୍କ ଓକିଲ କହିଛନ୍ତି ଯେ ସୁନୀତା ପ୍ରାୟ ଛଅ ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ହୋଇଯାଇଛି। ହଁ, ଏହି କଥାଗୁଡ଼ିକରେ କେତେ ସତ୍ୟତା ଅଛି ତାହା କେବଳ ସେତେବେଳେ ସ୍ପଷ୍ଟ ଭାବରେ ଜଣାପଡିବ ଯେତେବେଳେ ଦମ୍ପତି ସତ୍ୟ କହିବେ। ଏହି ସମୟରେ, ଆଉ ଏକ ଖବର ସମ୍ନାକୁ ଆସିଛି ଯାଉଁଠାରେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା କହିଛନ୍ତି ଯେ ଜଣେ ଅଭିନେତ୍ରୀ ଗୋବିନ୍ଦାଙ୍କୁ  ବିବାହ କରିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାର ସମୟରେ, ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା କହିଥିଲେ ଯେ ୯୦ ଦଶକରେ ଗୋବିନ୍ଦା ବହୁତ ବ୍ୟସ୍ତ ଥିଲେ ଏବଂ ତାଙ୍କ ପରିବାରର ସଦସ୍ୟମାନେ ତାଙ୍କୁ ଭେଟି ପାରୁ ନଥିଲେ। ଗୋବିନ୍ଦ କିଛି ଘଣ୍ଟା ପାଇଁ ଘରକୁ ଆସି ଶୋଇଯାଉଥିଲେ ଏବଂ ପରିବାର ଲୋକ ଉଠିବା ପୂର୍ବରୁ ନୁଜ ସୁଟିଂ ସେଟ୍ କୁ ଫେରିଯାଉଥିଲେ। ଯେତେବେଳେ ତାଙ୍କ ଝିଅ ଟିନା ଜନ୍ମ ହୋଇଥିଲା, ସୁନିତା ତାଙ୍କ ସହିତ ବ୍ୟସ୍ତ ରହିଗଲେ ଏବଂ କିଛି ଦିନ ସେ ଗୋବିନ୍ଦାଙ୍କର ଧ୍ୟାନ ରଖିପାରିନଥିଲେ ।

ସୁନିତା ଆହୁରି କହିଲେ, ‘ମୁଁ ମୋ ପିଲାମାନଙ୍କ ସହିତ ବ୍ୟସ୍ତ ଥିଲି, ତେଣୁ ସମୟ କେତେବେଳେ ବିତିଗଲା ଜାଣିପାରିଲି ନାହିଁ। ଗୋବିନ୍ଦା ପୂର୍ବରୁ ଆଉଟଡୋର ​​ସୁଟିଂ କରୁଥିଲେ, ତେଣୁ କେତେବେଳେ ଆମେ ଆଉଟଡୋର ​​ସୁଟିଂ ପାଇଁ ମାଡ୍ରାସ ଏବଂ ହାଇଦ୍ରାବାଦ ମଧ୍ୟ ଯାଉଥିଲୁ। ପ୍ୟାକଅପ୍  ପରେ ଯେତେବେଳେ ଆମକୁ ସମୟ ମିଳୁଥିଲା, ଆମେ ସେଠାରେ ସମୟ ବିତାଉଥିଲୁ।” ସୁନିତା କହିଥିଲେ ଯେ ସେ ମନୀଷା କୋଇରାଲା ଏବଂ ରବିନା ଟଣ୍ଡନଙ୍କ ଭଳି ଅଭିନେତ୍ରୀଙ୍କ ସହ ସେଟରେ ବହୁତ ମଜା ମଧ୍ୟ ହେଉଥିଲା ।

ରବୀନା ଟଣ୍ଡନ ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ….

ସୁନୀତା କହିଥିଲେ ଯେ ରବୀନା ଟଣ୍ଡନ ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସୁନିତା କହିଥିଲେ, “ସୁଟିଂ ପରେ ଆମେ ସମସ୍ତେ ଏକାଠି ବସି ଖାଉଥିଲୁ। ଆଜି ମଧ୍ୟ ରବୀନା ମତେ ଦେଖାହେଲେ କହୁଛି, ଚିଚି ( ଗୋବିନ୍ଦାଙ୍କ ଡ଼ାକ ନାମ) ଙ୍କ ସହିତ  ଯଦି ତୁମ ପୂର୍ବରୁ ମୋର ଭେଟ ହୋଇଥାନ୍ତା , ତେବେ ମୁଁ ତାଙ୍କୁ ବିବାହ କରିଥାନ୍ତି। ମୁଁ  ମଜ୍ଜାରେ କୁହେ , ଏବେ ବି ସମୟ ଅଛି ନେଇଯାଅ… ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଫିଲ୍ମରେ ରବୀନା ଟଣ୍ଡନ ଏବଂ କରିସ୍ମା କପୁରଙ୍କ ସହ ଗୋବିନ୍ଦାଙ୍କ ଯୋଡ଼ି ପସନ୍ଦ ବହୁତ ଭଲ ଲାଗେ ।

 

 

 

 

 

 

 

 

 

ଦକ୍ଷିଣରେ ବଢ଼ିଲା ଭାଷା ବିବାଦ, ବିଧାନସଭା ନିର୍ବାଚନ ପୂର୍ବରୁ ଭାଷା କାର୍ଡ ଖେଳିଲେ ଷ୍ଟାଲିନ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୀ ଭାଷାକୁ ଅଧିକ ଟାର୍ଗେଟ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ଏନେଇ ସେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି। ଗତ ୧୦୦ ବର୍ଷ ମଧ୍ଯରେ କେବଳ ହିନ୍ଦୀ ଭାଷା ୨୫ଟି ଉତ୍ତର ଭାରତୀୟ ଭାଷାକୁ ଧ୍ବଂସ କରିଦେଇଛନ୍ତି ବୋଲି କହିଛନ୍ତି ଷ୍ଟାଲିନ। ଉତ୍ତରପ୍ରଦେଶ ଓ ବିହାରକୁ ହିନ୍ଦୀ ଭାଷାଭାଷୀ ରାଜ୍ୟ କୁହାଯାଉଥିଲେ ବି ସେହି ରାଜ୍ୟ ଗୁଡିକର ମୁଖ୍ୟ ଭାଷା ବିଲୋପ ହୋଇଯାଇଛି ବୋଲି ସେ କହିଛନ୍ତି। ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଷ୍ଟାଲିନଙ୍କ ଭାଷା କାର୍ଡ ରାଜ୍ୟ ରାଜନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ଆଶା ରହିଛି। ହିନ୍ଦୀ ଭାଷା ଅନେକ ସଂସ୍କୃତି ଓ ଜାତିକୁ ବି ବିନାଶ କରିଦେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ହିନ୍ଦୀର ପ୍ରସାର ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନୂଆ ଶିକ୍ଷାନୀତି ଅନୁସାରେ ଅନେକ ରାଜ୍ଯ ସଂସ୍କୃତକୁ ପ୍ରାଧାନ୍ୟ ଦେଉଛନ୍ତି। ନୂଆ ଶିକ୍ଷାନୀତିରେ ଥିବା ତ୍ରିଭାଷା ଫର୍ମୂଲା ଅନୁସାରେ ମାତୃଭାଷା, ଇଂରାଜୀ ଓ ନିଜ ଇଚ୍ଛାନୁସାରେ ଗୋଟିଏ ଭାଷା ପଢିବା ବ୍ୟବସ୍ଥା ରହିଛି। କେବଳ ଆଣ୍ଡାମାନ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ତାମିଲ ପଢାଯାଉନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଆସୁଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ତାମିଲ ଶିକ୍ଷକ ନଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ଯଦି ବିଦ୍ୟାଳୟରେ ଅତି କମରେ ୧୫ ପିଲା ତାମିଲ ପଢିବା ଲାଗି ଆଗ୍ରହୀ ତେବେ ସେଠାରେ ତାମିଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ନୂଆ ସରକାର ଆସିବା ଦିନରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି : ଅନନ୍ତ ନାରାୟଣ ଜେନା

ନନ୍ଦିଘୋଷ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ଜାଗର ବିଭ୍ରାଟ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ସେ କହିଛନ୍ତି, ନୂଆ ସରକାର ଆସିବା ଦିନରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି। ମହାପ୍ରଭୁ ବଳଭଦ୍ର ପଡ଼ି ଗଲେ। ସେ ସମୟରେ ବଳଭଦ୍ର ସଜାଗ କରିଥିଲେ। ହେଲେ ସରକାର କି ପ୍ରଶାସନ ଚେତିଲେନି। ସରକାର ସବୁ ବିଭାଗ ଓ ନେତାଙ୍କୁ ନେଇ ସମୀକ୍ଷା କରିବା କଥା। ହେଲେ କରୁ ନାହାନ୍ତି। ଆମେ ବିରୋଧୀରେ ଥିବା ବିଧାୟକ ମାନଙ୍କୁ କୌଣସି କାର୍ଯ୍ୟକ୍ରମରେ ଡକା ଯାଉନି । ପୂର୍ବ ସରକାର ସମସ୍ତଙ୍କୁ ସମୀକ୍ଷା କରୁଥିଲା । ସମସ୍ତେ ମିଳିମିଶି କାମକୁ ସଫଳ କରିବାକୁ ଶପଥ ନେଉଥିଲ । ଗତକାଲି ସେବାୟତ ପଡିଲେ ଓ ଭିଡ଼ ବି ନିୟନ୍ତ୍ରଣ ହୋଇ ପାରିଲା ନାହିଁ । ମହାଦୀପ ଉଠିବା ପୂର୍ବରୁ ମନ୍ଦିର ଉପରେ ମାଳ ମାଳ ସେବାୟତ କଣ କରୁଥିଲେ? VIP ପାସ ଦିଆଗଲା, ହେଲେ ଆମ ପରି ବିଧାୟକ ମାନଙ୍କୁ ନିମନ୍ତ୍ରଣ ନାହିଁ । ଠିକ ସମୟରେ ସରକାର ସଜାଗ ନ ହେଲେ ଆଗକୁ ଆହୁରି ଅଘଟଣ ଘଟି ପାରେ ବୋଲି କହିଛନ୍ତି ବିଧାୟକ ।

ଦଳ ପରିବର୍ତ୍ତନକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ ବାନାର୍ଜୀ, କହିଲେ ‘ଶେଷ ନିଶ୍ବାସ ପର୍ଯ୍ୟନ୍ତ ଟିଏମସି ସହିତ ରହିବି’

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶଷକ ବାନାର୍ଜୀଙ୍କୁ ନେଇ ଚାଲିଥିବା ମିଥ୍ୟା ପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ । ଅଭିଷେକଙ୍କ ଦଳ ପରିବର୍ତ୍ତନକୁ ନେଇ ହେଉଥିଲା ଅନେକ ଆଲୋଚନା । ଯାହାର ଚର୍ଚ୍ଚା ଗଳିଗଳି ରେ ହେଉଥିଲା । ବିଜେପିରେ ଯୋଗଦେବାକୁ ଯାଉଥିବା ନେଇ ଗୁଜବ ହେଉଥିଲା।ତେବେ ଏହି ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସି ସ୍ପଷ୍ଟିକରଣ କରିଛନ୍ତି ଅଭିଷେକ ।  କହିଛନ୍ତି ମୁଁ ଟିଏମସିର ଜଣେ ବିଶ୍ବସ୍ତ ସିପାହୀ।  ଯଦି ତୁମେ ମୋ ମୁଣ୍ଡ କାଟିଦିଅ, ତେବେ ମୋର କଟା ମୁଣ୍ଡ ମଧ୍ୟ ମମତା ବାନାର୍ଜୀଙ୍କ ନାମ ନେବ।

ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି ଯେ ମୁଁ ବିଜେପିରେ ଯୋଗ ଦେଉଛି ସେମାନେ ଗୁଜବ ପ୍ରଚାର କରୁଛନ୍ତି। ମୁଁ ଗତ ବିଧାନସଭା ନିର୍ବାଚନ ସମୟରେ ଯେପରି କରିଥିଲି, ସେହିପରି ଟିଏମସିର ବିଶ୍ୱାସଘାତକମାନଙ୍କୁ ମୁଁ ପର୍ଦ୍ଦାଫାସ କରିବି। ମୁଁ ଟିଏମସିର ଜଣେ ବିଶ୍ୱସ୍ତ ସୈନିକ, ମୋର ନେତ୍ରୀ ମମତା ବାନାର୍ଜୀ ଥିଲେ ଆଉ ସବୁଦିନ ପାଇଁ ସେ ହିଁ ରହିବେ ।

ବାନାର୍ଜୀ କହିଥିଲେ ଯେ ଗତ ବର୍ଷ ଏହି ସମୟରେ ବିଜେପି-ସିପିଆଇ(ଏମ୍)-କଂଗ୍ରେସ ଏକ ଷଡ଼ଯନ୍ତ୍ର ରଚିଥିଲେ। କିନ୍ତୁ ଆମ ବଙ୍ଗଳାର ଲୋକମାନେ ଏହାକୁ ବିଫଳ କଲେ। ଆମେ ଦିଲ୍ଲୀର ସମର୍ଥନରେ ରହୁନାହୁଁ। ଆମେ ଗୃହ ପାଣ୍ଠି ଯୋଗାଇବା ପାଇଁ ପଦକ୍ଷେପ ନେଇଛୁ।

ନିଜ ନାଁ ରେ ହେଉଥିବା ଏହି ଗୁଜବ କୁ ମିଥ୍ୟା ବୋଲି କହି  ଅଭିଷେକ ନିଜ ଦଳର କର୍ମୀ ମାନଙ୍କୁ ଆଗକୁ ବଢିବାର କିଛି ମନ୍ତ୍ର ମଧ୍ୟ ଦେଇ  କହିଛନ୍ତି ଯେ ବିଜେପି ପାଖରେ ଇଡ଼ି, ସିବିଆାଇ , ଅଛି କିନ୍ତୁ ବିଜେପିର ଟିଏମସି ଭଳି ସମର୍ଥକ ନାହାନ୍ତି। ଆମେ ଭୋଟର ତାଲିକା ଦେଖିଛୁ, ଆମେ ଭୋଟର ତାଲିକା ବିଷୟରେ ଲୋକଙ୍କୁ ସଚେତନ କରୁଛୁ।  ଆମକୁ ଆମର ଆସନ ବୃଦ୍ଧି କରିବାକୁ ପଡିବ। ଷଡ଼ଯନ୍ତ୍ର କରନାହିଁ, ହ୍ୱାଟସଆପ୍ ରାଜନୀତିର କୌଣସି ଲାଭ ନାହିଁ। ଆମେ ବିରୋଧୀ ଦଳକୁ ଗୋଟିଏ ଇଞ୍ଚ ମଧ୍ୟ ଜମି ଦେବୁ ନାହିଁ। ଆମେ ୨୧୫ ରୁ ଅଧିକ ଆସନ ଜିତିବୁ।

ବାନାର୍ଜୀ କହିଛନ୍ତି ଯେ କିଛି ଲୋକ ତାଙ୍କୁ ଗଣମାଧ୍ୟମରେ ରଖିବା ପାଇଁ ଦଳୀୟ ନିୟମ ଭଙ୍ଗ କରୁଛନ୍ତି। ଦଳର ଭାବମୂର୍ତ୍ତି ଖରାପ କରନ୍ତୁ ନାହିଁ। ଆମେ ଅନେକ ଲୋକଙ୍କୁ ଚିହ୍ନଟ କରିଥିଲୁ ଯେଉଁମାନେ ଦଳ ବିରୋଧୀ ଥିଲେ। କିଛି ଲୋକ କହୁଛନ୍ତି ଯେ ଅଭିଷେକ ବିଜେପିକୁ ଯାଉଛନ୍ତି। ଏହି କଥାର ମୁଁ ଗୋଟେ ହିଁ ଉତ୍ତର ରଖିବାକୁ ଚାହଁବି ଯେ, ‘ମୁଁ ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଟିଏମସି ସହିତ ହିଁ  ରହିବି’ ।

 

ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ-ଅଧିନାୟକଙ୍କ ମଧ୍ୟରେ ଅଛି କି ମତଭେଦ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ଆକିଲ୍ ଜାଭେଦ ଏବଂ ଅଧିନାୟକ ମହମ୍ମଦ ରିଜଓ୍ବାନଙ୍କ ମଧ୍ୟରେ ଠିକ୍ ଚାଲିଛି । ଏମିତି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଚାମ୍ପିୟନ୍ସ ଟ୍ରଫିରୁ ଆୟୋଜକ ପାକିସ୍ତାନ ବାଦ୍ ପଡ଼ିବା ପରେ ଏବେ ଉଭୟଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ପଦାରେ ପଡ଼ିଛି । ମୁଖ୍ୟ ପ୍ରଶିକ୍ଷକ ନିଜର ଜଣେ ପସନ୍ଦର ଖେଳାଳିଙ୍କୁ ଦଳରେ ସ୍ଥାନ ଦେବା ପାଇଁ ଯୁକ୍ତି ବାଢ଼ିଥିଲେ । ଯାହାକୁ ପ୍ରଥମରୁ ବିରୋଧ କରିଥିଲେ ଅଧିନାୟକ ମହମ୍ମଦ ରିଜଓ୍ବାନ । ଏବେ ଦଳର ପରାଜୟ ପରେ ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି । ତେବେ କୁହାଯାଉଛି କି, ପ୍ରଶିକ୍ଷକ ହିସାବରେ ଯେଉଁ ଖେଳାଳି ଚୟନ ହୋଇଥିଲେ ତାଙ୍କ ଲାଗି ଟିମରେ ଏକତା ରହି ନଥିଲା ବୋଲି କୁହାଯାଉଛି ।

ତେବେ କହି ରଖୁଛୁ କି, ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଭାରତ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସେମିରୁ ବାଦ୍ ପଡ଼ିଛି । ଦଳର ପରାଜୟ ପରେ ଏବେ ସବୁଠି ସମାଲୋଚନା କରାଯାଉଛି । ଏପରିକି ନିଜ ଦେଶର ପ୍ରଂଶସକ ଏବଂ ପୂର୍ବତନ କ୍ରିକେଟରମାନେ ମଧ୍ୟ ଏହାକୁ ତିବ୍ର ଭାବରେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ରିଜଓ୍ବାଲ ଖୁସଦିଲ୍ ଶାହଙ୍କୁ ଦଳରେ ସ୍ଥାନ ଦେବାକୁ ଚାହୁଁଥିବାବେଳେ ପ୍ରଶିକ୍ଷକ ଜାଭେଦ ପହିମ ଅଶରଫଙ୍କ ଲାଗି ଯୁକ୍ତି ବାଢ଼ିଥିଲେ । ଯେଉଁ କାରଣରୁ ଟିମରେ ଏବେ ଠିକଠାକ ଚାଲିନଥିବା ପାକିସ୍ତାନୀ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଆକାଲ ଜାଭେଦ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ନିଜ ଉପରୁ ଦୋଷ କାଢ଼ିବା ପାଇଁ କହିଥିଲେ କି, ଭାରତୀୟ ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଛନ୍ତି । ପାକିସ୍ତାନ ଦଳରେ କେବଳ ବାବରଙ୍କୁ ଛାଡ଼ିଦେଲେ ସେମିତି ଅଭିଜ୍ଞ ଖେଳାଳିଙ୍କ କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଯାହାକୁ ନେଇ ଏବେ ସେ ସମାଲୋଚନାର ଶିକାର ହେଉଛନ୍ତି ।