spot_img
Home Blog Page 1019

କଂଗ୍ରେସ ସହ ମତଭେଦ ଭିତରେ ପିୟୂଷ ଗୋଏଲଙ୍କ ସହ ଫଟୋ ସେୟାର କରି ପ୍ରଂଶସା କଲେ ଶଶୀ ଥରୁର

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ବିପକ୍ଷରେ ଶଶୀ ଥରୁର ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ସହ ଶଶୀ ଥରୁରଙ୍କ ମତଭାଦ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିବାବେଳେ ଏବେ ବିଜେପିର ବରିଷ୍ଠ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହ ସେଲଫି ସେୟାର କରିଛନ୍ତି ଶଶୀ । କେବଳ ଏତିକି ନୁହେଁ ପିୟୂଷଙ୍କୁ ଢ଼େରସାରା ପ୍ରଂଶସା ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଥିବାବେଳେ ଏହି ଫଟୋଟି ରାଜନୈତିକ ଗ୍ରୁପ ମାନଙ୍କରେ ମଧ୍ୟ ବହୁଳ ମାତ୍ରାରେ ସେୟାର କରାଯାଉଛି । କିଏ କହୁଛି ବିଜେପିରେ ମିଶିବେ ତ ଆଉ କିଏ ଶଶୀ ଥରୁରଙ୍କୁ ଧୋକାବାଜ ବୋଲି କହି କମେଣ୍ଟ କରୁଛି । ତେବେ କହି ରଖୁଛୁ କି, କେରଳର ପିନାରାଇ ସରାକାରଙ୍କୁ ପ୍ରଂଶସା କରିବା ସହ ମୋଦିଙ୍କ ବିଦେଶ ଗସ୍ତକୁ ମଧ୍ୟ ବେଶ ପ୍ରଂଶସା କରିଥିଲେ ଶଶୀ ଥରୁର । ଏହାସହ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ କଂଗ୍ରେସ ଏବଂ ଶଶୀଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ଫଟୋ ପୋଷ୍ଟ କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।

ଯୁବରାଜ ସିଂଙ୍କ ବାପା ହେବେ କି ପାକିସ୍ତାନର କୋଚ୍ ? ଜାଣନ୍ତୁ କାହିଁକି କହିଲେ ବର୍ଷକରେ..

ନନ୍ଦିଘୋଷ ବ୍ୟୁରୋ: ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନର ପରାଜୟ ପରେ ସବୁଠି ସମାଲୋଚନା କରାଯାଉଛି । ପାକିସ୍ତାନ ଟିମକୁ ସୋସିଆଲ ମିଡିଆରେ ବିଭିନ୍ନ ଟ୍ରୋଲ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ପାକିସ୍ତାନକୁ ପ୍ରଶିକ୍ଷଣ ଦେବେ କି ଯୁବରାଜ ସିଂଙ୍କ ବାପା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂ । କାହିଁକି ନା ଯୋଗରାଜ କହିଛନ୍ତି କି, ମୁଁ ଯଦି ପାକିସ୍ତାନର କୋଚ ହୁଏ ତାହେଲେ ଗୋଟିଏ ବର୍ଷ ମଧ୍ୟରେ ଏକ ଭଲ ଦଳ ଗଢ଼ିପାରିବି । ତେବେ ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ଏବଂ ଓ୍ବାସିମ ଆକ୍ରାମ ପାକିସ୍ତାନର ଖେଳାଳିଙ୍କୁ ସମାଲୋଚନା କରୁଥିବାବେଳେ ଏହା ଯୋଗରାଜଙ୍କୁ ପସନ୍ଦ ଆସିନାହିଁ । କହିଛନ୍ତି କି, ଓ୍ବାସିମ ଆକ୍ରାମ ଜଣେ ଏତେ ବଡ଼ ଖେଳାଳି ହୋଇ ଏପରି କହିବା ଉଚିତ୍ ନୁହେଁ । ଲୋକେ ତାଙ୍କ ଉପରେ ହସୁଛନ୍ତି । ତୁମେ ଏଠାରେ କମେଟ୍ରି କରି ଟଙ୍କା କମାଉଛ । ଏପରି କହିବା ଉଚିତ୍ ନୁହେଁ । ତୁମେ ପ୍ରଥମେ ନିଜ ଦେଶକୁ ଯାଇ ନିଜ ଖେଳାଳିଙ୍କ କ୍ୟାମ୍ପରେ ଯୋଗ ଦେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଅ । ଦଳରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି । ସେମାନେ ଆଗାମୀ ବିଶ୍ବକପ ମଧ୍ୟ ଜିତାଇପାରିବେ । ଏହାସହ ସେ କହିଛନ୍ତି କି, ଯଦି ମୋତେ ସୁଯୋଗ ମିଳେ ତାହେଲେ ଏମିତି ଏକ ଟିମ୍ ଗଠନ କରିବି ଯାହାକୁ ସମସ୍ତେ ମନେ ରଖିବେ ।

ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଛେପ ପକାଇ ଛେପ ଢୋକିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିବନି ବୋଲି କହିବା ପରେ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ଉପମୁଖ୍ୟ ସଚେତକ କଡା କାଉଣ୍ଟର କରିଛନ୍ତି । ଏମିତି ଭୁଲ କରୁଛ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବାରମ୍ବାର ପକେଇବା ଛେପ ଢୋକୁଛ କାହିଁକି ? ମନ୍ତ୍ରୀ କିଛି କହିବା ପୂର୍ବରୁ ଭାବି ଚିନ୍ତି କୁହନ୍ତୁ । ଆଗ କହିଲେ କଟନି ଛଟନି ହେଉନି । କିନ୍ତୁ ପରେ ମାନିଲେ । ମନ୍ତ୍ରୀଙ୍କ ବିଭ୍ରାନ୍ତକର ମନ୍ତବ୍ୟ ପାଇଁ ତାଙ୍କ ସମ୍ମାନ ହାନି ହେଉଛି ବୋଲି କହିଛନ୍ତି ପ୍ରତାପ । ସେହିପରି କଂଗ୍ରେସ ମଧ୍ଯ ଯୋଗାଣ ମନ୍ତ୍ରୀଙ୍କୁ ଘେରିଛି । ସରକାର ଯାହା ନିଷ୍ପତ୍ତି ନେଉଛନ୍ତି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ଡବଲ ଇଞ୍ଜିନ୍ ସରକାରରେ କାହା ଭିତରେ କାହାର ସାମଞ୍ଜସ୍ୟ ନାହିଁ । ମନ୍ତ୍ରୀ ଗୋଟେ କଥା କହିଲେ ସଚିବ ଆଉ ଗୋଟେ କଥା କହୁଛନ୍ତି । ରାସନ କାର୍ଡ ତାଲିକାରୁ ନାଁ କାଟି ଲୋକଙ୍କୁ ହଇରାଣ କରନ୍ତୁନି । ଧାନ କଟନି ଛଟନି ଜାରି ରହିଛି ।  କୁଇଣ୍ଟାଲ ପିଛା ୧୦ ପ୍ରତିଶତ ଧାନ କାଟୁଛନ୍ତି । ଠନ ଠନ କହିଥିଲେ କିନ୍ତୁ ୪୮ ଦିନ ପରେ ବି ପଇସା ଦେଖା ନାହିଁ । ଚାଷୀ ହଇରାଣ ହେଉଛନ୍ତି ସେମାନଙ୍କ କଥା ଚିନ୍ତା କରନ୍ତୁ ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ।

 

ସିଏଜି ରିପୋର୍ଟ : ଜାଣନ୍ତୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେମିତି ହେଲା ୨ହଜାର କୋଟିର କ୍ଷତି ?

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲା ପାଇଁ ଆପ ସରକାର ଦିଲ୍ଲୀରୁ କ୍ଷମତାସୀନ ହୋଇଥିବା ରାଜନୈତିକ ସମୀକ୍ଷକମାନେ ବାରମ୍ବାର ମତ ଦେଇ ଆସୁଛନ୍ତି । ଏପରିକି ଏହି ଘଟଣା ପାଇଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଅବକାରୀ ମନ୍ତ୍ରୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେଲ ଯିବାକୁ ପଡ଼ିଲା । ଆଉ ଏବେ ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ଏହି ଘଟଣାକୁ ଅଧିକ ଗୁରୁତ୍ବର ସହ ନେଇଛି । ରେଖା ଗୁପ୍ତାଙ୍କ ନେତୃତ୍ବାଧିନ ବିଜେପି ସରକାର ପ୍ରଥମ ଅଧିବେଶନରେ CAG ରିପୋର୍ଟ ପ୍ରକାଶ କରିଛନ୍ତି । ୨୦୧୨-୨୦୨୨ ଆଇନ ଯୋଗୁଁ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ତେବେ ଦିଲ୍ଲୀ ବିଧାନସଭାରେ ପୂର୍ବ ସରକାରଙ୍କ ବିପକ୍ଷରେ ୧୪ଟି ସିଏଜି ରିପୋର୍ଟ ପ୍ରକାଶ ହେବାକୁ ଯାଉଛି । ଯେଉଁଥିରେ ଏହି ମଦ ନୀତି ମାମଲା ଅନ୍ୟତମ ।

ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ, ଦିଲ୍ଲୀର ରାଜକୋଷକୁ ୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଅଣ-ଅନୁପାଳନ ୱାର୍ଡରେ ଖୁଚୁରା ଦୋକାନ ନ ଖୋଲିବା ଯୋଗୁଁ 941.53 କୋଟି ଟଙ୍କାର କ୍ଷତି ହୋଇଛି, ଆତ୍ମସମର୍ପଣ କରାଯାଇଥିବା ଲାଇସେନ୍ସଗୁଡ଼ିକର ପୁନଃ ଟେଣ୍ଡର ନ ହେବା ଯୋଗୁଁ 890 କୋଟି ଟଙ୍କାର କ୍ଷତି ହୋଇଛି, ଅବକାରୀ ବିଭାଗର ପରାମର୍ଶ ସତ୍ତ୍ୱେ କୋଭିଡ-19 କାରଣ ଦର୍ଶାଇ ଜୋନାଲ ଲାଇସେନ୍ସ ଫି ଛାଡ଼ କରିବା ଫଳରେ 144 କୋଟି ଟଙ୍କାର କ୍ଷତି ହୋଇଛି, ଜୋନାଲ ଲାଇସେନ୍ସଗୁଡ଼ିକରୁ ଠିକ୍ ଭାବରେ ସୁରକ୍ଷା ଜମା ନ ନେବା ଯୋଗୁଁ 27 କୋଟି ଟଙ୍କାର କ୍ଷତି ହୋଇଛି। ଯଦି ଆମେ ଏସବୁକୁ ମିଶାଇବା, ତେବେ CAG ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛି ଯେ ମୋଟ କ୍ଷତି ୨ ହଜାର କୋଟି ଟଙ୍କା ହେବ।

ଲାଇସେନ୍ସ ପ୍ରଦାନରେ ଅନିୟମିତତା

CAG ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଦିଲ୍ଲୀ ମଦ ନୀତି 2010 ର ନିୟମ 35 କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ଯାହା ଯୋଗୁଁ ହୋଲସେଲରମାନଙ୍କୁ ଲାଇସେନ୍ସ ଦିଆଯାଇଥିଲା। ଏହା ସମଗ୍ର ମଦ ଶୃଙ୍ଖଳାକୁ ପ୍ରଭାବିତ କରିଥିଲା।

ରାଜସ୍ୱ ହ୍ରାସ ପାଇଲା କିନ୍ତୁ ହୋଲସେଲରମାନେ ଲାଭବାନ ହେଲେ

ଏହି କାରଣରୁ, ମଦ ଉତ୍ପାଦନ, ପାଇକାରୀ ଏବଂ ଖୁଚୁରା ବ୍ୟବସାୟ ମଧ୍ୟରେ ସମନ୍ୱୟ ବାଧାପ୍ରାପ୍ତ ହେଲା। ଏହି କାରଣରୁ, ପାଇକାରୀ ବ୍ୟବସାୟୀଙ୍କ ଲାଭ 5 ରୁ 12 ପ୍ରତିଶତ ବୃଦ୍ଧି ପାଇଲା କିନ୍ତୁ ରାଜସ୍ୱ ହ୍ରାସ ପାଇଲା।

କୌଣସି ତଦନ୍ତ ମଧ୍ୟ କରାଯାଇ ନଥିଲା।

ଆମ ଆଦମୀ ପାର୍ଟି ସରକାର କୌଣସି ତଦନ୍ତ ବିନା ଖୁଚୁରା ବିକ୍ରେତାମାନଙ୍କୁ ଲାଇସେନ୍ସ ଦେଇଥିଲା। ଏହି ପରିପ୍ରେକ୍ଷୀରେ, ତାଙ୍କର ଆର୍ଥିକ ଡକ୍ୟୁମେଣ୍ଟ କିମ୍ବା ଅପରାଧିକ ରେକର୍ଡକୁ ବିଚାରକୁ ନିଆଯାଇ ନଥିଲା।

ବିଶେଷଜ୍ଞ ପ୍ୟାନେଲକୁ ଅଣଦେଖା କରାଯାଇଛି

ଏହି ରିପୋର୍ଟରେ କୁହାଯାଇଛି ଯେ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ଉଲ୍ଲଂଘନ କରାଯାଇଥିଲା। ଏହା ସହିତ, ମଦ ନୀତିରେ ପରିବର୍ତ୍ତନ ପାଇଁ ଗଠିତ ବିଶେଷଜ୍ଞ ପ୍ୟାନେଲର ସୁପାରିଶଗୁଡ଼ିକୁ ମଧ୍ୟ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଅଣଦେଖା କରିଥିଲେ।

କ୍ୟାବିନେଟ ଅନୁମୋଦନ ପାଇବାରେ ବିଳମ୍ବ

ରିପୋର୍ଟରେ କୁହାଯାଇଛି ଯେ ପ୍ରତିଯୋଗିତା ହ୍ରାସ ପାଇବା ଯୋଗୁଁ ସରକାରଙ୍କୁ ରାଜସ୍ୱ କ୍ଷତି ମଧ୍ୟ ସହିବାକୁ ପଡିଛି। କ୍ୟାବିନେଟର ଅନୁମୋଦନ କିମ୍ବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ପରାମର୍ଶ ବିନା ପ୍ରମୁଖ ଆର୍ଥିକ ପ୍ରଭାବ ସହିତ ଛାଡ ଏବଂ ରିହାତି ଦିଆଯାଇଥିଲା। ସିଏଜି ମଧ୍ୟ ଏହାକୁ ଠକେଇ ଭାବରେ ଦେଖିଛନ୍ତି।

ଯେଉଁଠାରେ ନିଷିଦ୍ଧ ଥିଲା ସେଠାରେ ଦୋକାନ ଖୋଲାଗଲା

ମଦର ମୂଲ୍ୟ ନିର୍ଣ୍ଣୟ କରିବାରେ ମଧ୍ୟ ସ୍ୱଚ୍ଛତା ବଜାୟ ରଖାଯାଇ ନଥିଲା। ଦିଲ୍ଲୀର ୨୦୨୧ ମାଷ୍ଟର ପ୍ଲାନ୍ ଅନୁଯାୟୀ, କିଛି ସ୍ଥାନରେ ମଦ ଦୋକାନ ଖୋଲିବା ଉପରେ ପ୍ରତିବନ୍ଧକ ଥିଲା। କିନ୍ତୁ କେଜ୍ରିୱାଲ ସରକାରଙ୍କ ଦ୍ୱାରା ପ୍ରଚଳିତ ଉତ୍ପାଦ ନୀତି 2021-22 ରେ ପ୍ରତ୍ୟେକ ୱାର୍ଡରେ ଅତି କମରେ ଦୁଇଟି ଖୁଚୁରା ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ମଦ ମୂଲ୍ୟରେ ସ୍ୱଚ୍ଛତାର ଅଭାବ

ରିପୋର୍ଟରେ ସବୁଠାରୁ ଗମ୍ଭୀର କଥା ହେଉଛି ଯେ ଗ୍ରାହକମାନଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ଏହାର ପରିଣାମ ସ୍ୱରୂପ ମଦର ମୂଲ୍ୟ ମନଇଚ୍ଛା ବୃଦ୍ଧି କରାଯାଇପାରିବ। ଏଥିପାଇଁ, ସିଏଜି ରିପୋର୍ଟରେ ଲାଇସେନ୍ସ ପ୍ରକ୍ରିୟାରେ ହେରଫେରକୁ ଗମ୍ଭୀରତାର ସହିତ ଉଲ୍ଲେଖ କରାଯାଇଛି।

 

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା। ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡାଦେଶ। ରାୟ ଶୁଣାଇଲେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ। ୧୯୮୪ ନଭେମ୍ବର ୧ରେ ୨ ଶିଖଙ୍କ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ୨୦୧୮ରେ ସଜ୍ଜନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ହେଲେ କୋର୍ଟଙ୍କ ରାୟ ବିରୋଧରେ ଅପିଲ କରିଥିଲେ ସଜ୍ଜନ କୁମାର।

ଦିଲ୍ଲୀ କାଣ୍ଟନମେଣ୍ଟ ଦଙ୍ଗା ଘଟଣାରେ ବି ସଜ୍ଜନଙ୍କୁ ମିଳିଥିଲା ଆଜୀବନ ଜେଲଦଣ୍ଡ। ୧୯୮୪ରେ ଦିଲ୍ଲୀ ସରସ୍ବତୀ ବିହାର ଅଞ୍ଚଳରେ ଘଟିଥିଲା ଦଙ୍ଗା। ଏହି ବହୁଚର୍ଚ୍ଚିତ ମାମଲାରେ ସଜ୍ଜନଙ୍କୁ ମୃତ୍ଯୁଦଣ୍ଡ ଦେବା ଲାଗି ପୋଲିସ କରିଥିଲା ଆବେଦନ। ମାମଲାର ଶୁଣାଣି ବେଳେ ଉପସ୍ଥିତ ଥିଲେ ଦିଲ୍ଲୀ ପୋଲିସ ଓ ପୀଡ଼ିତଙ୍କ ପରିବାର। ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାନବ ସମୁଦାୟ ବିରୋଧରେ ଏକ ଅପରାଧ ବୋଲି ଆବେଦନରେ ଦର୍ଶାଯାଇଥିଲା।

୧୯୮୪ ନଭେମ୍ବର ୧ରେ ଯଶବନ୍ତ ସିଂ ଓ ପୁଅ ତରୁଣଦୀପ ସିଂଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିଲା। ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ଯା ପରେ ଦିଲ୍ଲୀରେ ହୋଇଥିଲା ଶିଖ୍ ବିରୋଧୀ ଦଙ୍ଗା। ଉତ୍ତର ଦିଲ୍ଲୀର ସରସ୍ବତୀ ବିହାର ଥାନାରେ ଏନେଇ ରୁଜୁ ହୋଇଥିଲା ମାମଲା। ୧୯୮୪ ଦଙ୍ଗା ମାମଲାର ତଦନ୍ତ ଲାଗି ଗଠିତ ରଙ୍ଗନାଥ ମିଶ୍ର କମିଶନ ନିକଟରେ ପୀଡିତଙ୍କ ପରିବାର ପକ୍ଷରୁ ଦାୟର ସତ୍ୟପାଠ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଧାର୍ମିକ ବର୍ଗଙ୍କୁ ଅତି ଅମାନୁଷିକ ଭାବେ ଟାର୍ଗେଟ କରାଯାଇଥିଲା ବୋଲି ପୋଲିସ ଦର୍ଶାଇଥିଲା।

RBI ବ୍ୟାନ୍ କରିଥିବା ବ୍ୟାଙ୍କରୁ ୧୮ କୋଟିର ଲୋନ୍ ନେଇଥିଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ନନ୍ଦିଘୋଷ ବ୍ୟୁରୋ : ଫିଲ୍ମରୁ ଦୂରେଇ ରହିବା ପରେ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବର୍ତ୍ତମାନ ତାଙ୍କ ବ୍ୟବସାୟ, ସୋସିଆଲ ମିଡିଆ ଏବଂ ଆଇପିଏଲରୁ ରୋଜଗାର କରୁଛନ୍ତି । ଏମିତିରେ ତ ସେ କୋଟି କୋଟି ସମ୍ପର୍ତ୍ତି ମାଲିକାଣି । ହେଲେ ତାଙ୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ପ୍ରୀତି ଜିଣ୍ଟା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କରୁ ମଧ୍ୟ ଋଣ ନେଇଥିଲେ, ହେଲେ ଏହି ବ୍ୟାଙ୍କକୁ ଆରବିଆଇ ରଦ୍ଦ କରିଦେଇଛି । ହେଲେ ସୂଚନା ରହିଛି କି ଏହି ବୁଡିଯାଉଥିବା ବ୍ୟାଙ୍କ୍ ତାଙ୍କ ଋଣ ଛାଡ଼ କରିଦେଇଛି ।

୧୮ କୋଟି ଟଙ୍କାର ଋଣ ମାମଲା ?

ପ୍ରକୃତରେ, ପ୍ରୀତି ଜିଣ୍ଟା ମଧ୍ୟ ମହାକୁମ୍ଭରେ ଯୋଗ ଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ତାଙ୍କ ନାମରେ ୧୮ କୋଟି ଟଙ୍କାର ଋଣ ଥିବା କଥା ଚର୍ଚ୍ଚା ଜୋର ଧରିଥିଲା , ଯାହାକୁ ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଛାଡ କରିଛି। ଯାହା ପରେ ପ୍ରୀତି ଜିଣ୍ଟା ଏକ ବିବୃତ୍ତିରେ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଥିଲେ ଏବଂ ଏହି ବିଷୟରେ ତାଙ୍କର ସ୍ପଷ୍ଟୀକରଣ ଉପସ୍ଥାପନ କରିଥିଲେ।  ସୂଚନା ମୁତାବକ, ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଗଣମାଧ୍ୟମ ରିପୋର୍ଟରେ ବ୍ୟାଙ୍କରେ ବଡ଼ ଧରଣର ଆର୍ଥିକ ଭୁଲ ପରିଚାଳନା ଏବଂ ଦୁର୍ନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା, ଯାହା ଯୋଗୁଁ RBI ଏହି ବ୍ୟାଙ୍କର କାର୍ଯ୍ୟ ଉପରେ ରୋକ ​​ଲଗାଇଥିଲା।

ପୂରା ଘଟଣା କ’ଣ?

ରିପୋର୍ଟ ଅନୁଯାୟୀ, ଶାଖା ପରିଚାଳକଙ୍କ ଅଜାଣତରେ ବ୍ୟାଙ୍କ ଦ୍ୱାରା ୨୫ କୋଟି ଟଙ୍କାର କର୍ପୋରେଟ୍ ଋଣ ମଞ୍ଜୁର କରାଯାଇଥିଲା। ପାଣ୍ଠି ସ୍ଥାନାନ୍ତର ଯୋଗୁଁ ଏହି ଋଣଗୁଡ଼ିକ ମଧ୍ୟରୁ ଅନେକ ଗୋଟିଏ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ସମ୍ପତ୍ତିରେ ପରିଣତ ହୋଇଥିବା ରିପୋର୍ଟ ହୋଇଛି। ସେହି ସମୟରେ, ସବୁଠାରୁ ହାଇ-ପ୍ରୋଫାଇଲ୍ ମାମଲାରେ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଉପରେ ମଧ୍ୟ ଏହି ବ୍ୟାଙ୍କରୁ ୧୮ କୋଟି ଟଙ୍କା ଋଣ ଥିବା ଅଭିଯୋଗ ହୋଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଋଣ ଉପଯୁକ୍ତ ପୁନରୁଦ୍ଧାର ପ୍ରକ୍ରିୟା ଅନୁସରଣ ନକରି ନିଆଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ,ଏପରି ଅଭିଯୋଗକୁ ନେଇ ପ୍ରୀତି ଜିଣ୍ଟା ତାଙ୍କ ଲିଗାଲ ଟିମ୍ ମାଧ୍ୟମରେ ପୋର୍ଟାଲରେ ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ୧୨ ବର୍ଷରୁ ଅଧିକ ସମୟ ପୂର୍ବେ ତାଙ୍କର ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କରେ ଏକ ଓଭରଡ୍ରାଫ୍ଟ ସୁବିଧା ଥିଲା। ୧୦ ବର୍ଷରୁ ଅଧିକ ସମୟ ପୂର୍ବରୁ, ସେ ଏହି ଓଭରଡ୍ରାଫ୍ଟ ସୁବିଧା ପାଇଁ ସମସ୍ତ ବକେୟା ରାଶି ସମ୍ପୂର୍ଣ୍ଣ ପରିଶୋଧ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ଆକାଉଣ୍ଟଟି ବନ୍ଦ କରିଦିଆଯାଇଛି।

ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ , ୧୨ ଆପ୍ ବିଧାୟକ ଦିନକ ଲାଗି ସସପେଣ୍ଡ

ନୂଆଦିଲ୍ଲୀ : ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ। ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୧୨ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଛି ସସପେଣ୍ଡ। ବିଧାନସଭା ବାହାରେ ଆପ୍ ବିଧାୟକ କରିଛନ୍ତି ନାରାବାଜି। ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନକୁ ନେଇ ହୋଇଛି ତୀବ୍ର ହଟ୍ଟଗୋଳ। ଫ୍ଲାଗଷ୍ଟାଫ ରୋଡସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ବାସଭବନର ଆଧୁନିକୀକରଣ ଲାଗି ବିପୁଳ ଅର୍ଥବ୍ୟୟ ଓ ଦିଲ୍ଲୀରେ ମୋହଲା କ୍ଲିନିକର ବିଫଳତା ଆଦି ପ୍ରସଙ୍ଗ ସିଏଜି ରିପୋର୍ଟରେ ଥିବା ସୂଚନା ମିଳିଛି। ଗତ ବିଧାନସଭା ନିର୍ବାଚନରେ ସିସମହଲର ଆଧୁନିକୀକରଣ ନାମରେ ବିପୁଳ ଅର୍ଥବ୍ଯୟକୁ ନିର୍ବାଚନ ପ୍ରସଙ୍ଗ କରିଥିଲା ବିଜେପି।

୨୦୧୫ ଫେବୃଆରୀରୁ ଅକ୍ଟୋବର ୨୦୨୪ ଯାଏ ଏହି ଭବନରେ ରହିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସିସମହଲ ଲାଗି ପୂର୍ତ୍ତ ବିଭାଗ ପ୍ରଥମେ ୭ କୋଟି ୯୧ ଲକ୍ଷ ଟଙ୍କାର ଆକଳନ କରିଥିଲା। ପରେ ଏହି ପରିମାଣ ବଢି ହୋଇଥିଲା ୩୩ କୋଟି ୬୬ ଲକ୍ଷ ଟଙ୍କା। ଅର୍ଥାତ ମୂଳ ଆକଳନରୁ ଏହା ବଢ଼ିଥିଲା ୩୪୨ ଦଶମିକ ୩୧ ପ୍ରତିଶତ। ସେହିପରି ୨୦୧୬ରୁ ୨୦୨୩ ମଧ୍ଯରେ ଦିଲ୍ଲୀରେ ପ୍ରତିଷ୍ଠା ହୋଇଥିବା ମୋହଲା କ୍ଲିନିକ ଲାଗି ୩୫ କୋଟି ୧୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଖର୍ଚ୍ଚ କରିଥିଲା ମାତ୍ର ୯ କୋଟି ୭୮ ଲକ୍ଷ। ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀରେ ୧ ହଜାର ମୋହଲା କ୍ଲିନିକ ପ୍ରତିଷ୍ଠା ଲକ୍ଷ୍ୟ ରହିଥିବାବେଳେ ମାତ୍ର ୫୨୩ଟି କ୍ଲିନିକ ପ୍ରତିଷ୍ଠା ହୋଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ମାତ୍ର ୩୧ଟି ସାନ୍ଧ୍ୟକାଳୀନ ମୋହଲା ପ୍ରତିଷ୍ଠା ହୋଇଥିଲା। ଅକ୍ଟୋବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ଯରେ ମୋହଲା କ୍ଲିନିକକୁ ଯାଇଥିବା ରୋଗୀଙ୍କ ମଧ୍ଯରୁ ୭୦ ପ୍ରତିଶତ ରୋଗୀଙ୍କୁ ମାତ୍ର ୧ ମିନଟ ଲେଖାଏ ସମୟ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।

ଋଣ ବୋଝ ପାଇଁ ସାଜିଲା ସୈତାନ ; ପ୍ରେମିକା ସହ ୫ଜଣଙ୍କୁ ହାଣିଲା ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ : ଋଣ ବୋଝ ପାଇଁ ସୈତାନ ସାଜିଲା ପ୍ରେମିକ । ପ୍ରେମିକା ସହ ୫ଜଣଙ୍କୁ ହତ୍ୟା କଲା  । ପୋଲିସ ଷ୍ଟେସନର ଆତ୍ମସମର୍ପଣ କରି ବଖାଣିଲା ଚାଞ୍ଜଲ୍ୟ କାହାଣୀ ୨୩ ବର୍ଷୀୟ ଯୁବକ । ସୋମବାର କେରଳ ଥିରୁବନନ୍ତପୁରମ୍‌ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ନିଜ  ପ୍ରେମିକା ସହ ପରିବାରର ୫ ଜଣଙ୍କୁ ହତ୍ୟା କରିଛି  ଅଭିଯୁକ୍ତ ଅଫାନ । ହାମର ସହ ଚାପଡରେ ହାଣି କରିଛି ହତ୍ୟା । ନିଜ ମା, ବୁଢ଼ିମା, ନାବାଳକ ଭାଇ, ଦାଦା, ଉଭଣୀ ସହ ପ୍ରେମିକାକୁ ହାଣିଛି ।

ହତ୍ୟା ପରେ ଥାନାରେ ଯୁବକ ଆତ୍ମସମର୍ପଣ କରିଛି। ବ୍ୟବସାୟରେ କ୍ଷତି ଯୋଗୁଁ ଅତ୍ୟଧିକ ଋଣ କରିଥିଲା ଯୁବକ। ଋଣ ସୁଝିବାକୁ ପରିବାର ଲୋକେ ରାଜି ହୋଇନଥିବାରୁ ହତ୍ୟା କରିଥିବା କହିଛି ହତ୍ୟାକାରୀ ଯୁବକ। ଥାନାକୁ ଆସି ଭୟଙ୍କର ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କରିଛି। ଘଟଣା ପରେ   ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକଙ୍କ ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେ ଚିକିତ୍ସାଧୀନ ଅଛନ୍ତି ।

ମୃତ ୫ ଜଣ ହେଲେ ଅଭିଯୁକ୍ତ ଅଫାନଙ୍କ ୧୩ ବର୍ଷୀୟ ଭାଇ ଅହସାନ, ଜେଜେମାଆ ସଲମା ବିବି, ତାଙ୍କ ଦାଦା ଲତିଫ, ଖୁଡି ସାହିହା ଓ ପ୍ରେମିକା ଫର୍ସାନା। ଅଫାନଙ୍କ ମାଆ ଗୁରୁତର ଅଛନ୍ତି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜୀବନ ମରଣ ସହ ଲଢୁଛନ୍ତି। ଅଭିଯୁକ୍ତ ଅଫାନ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୬ ଜଣଙ୍କୁ ହତ୍ୟା କରିବା ସହ ସେ ବିଷ ପିଇଥିବା ପୋଲିସକୁ କହିଛନ୍ତି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ଋଣ ସୁଝି ନପାରିବାରୁ ଏମିତି କରିଥିବା କୁହାଯାଉଛି।

ପଲିଥିନ ବ୍ୟାଗ ଭିତରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ବାଲେଶ୍ବର :  ପଲିଥିନ ବ୍ୟାଗ ଭିତରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ବାଲେଶ୍ବର ଜିଲ୍ଲା ଜଳେଶ୍ବର ୬୦ ନଂ ଜାତୀୟ ରାଜପଥ ରୁପସା ଥାନା ଧାରି ପୋଲ ନିକଟରୁ ଉଦ୍ଧାର କରିଛି ପୋଲିସ। ରାଜପଥ ପାର୍ଶ୍ବରେ ପଲିଥିନ ବ୍ୟାଗ ଭିତରୁ ପିଲାଟିର କାନ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ  ପୋଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରାଯିବ। କେହି ପିଲାଟିକୁ ଜନ୍ମ ଦେବା ପରେ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

ଭାରତୀୟଙ୍କୁ ବେଆଇନ ଭାବେ ଆମେରିକା ପଠାଉଥିବା ଘଟଣାରେ ଆକ୍ସନ୍, ୪୦ ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବର କେତେକ ଟ୍ରାଭେଲ୍‌ ଏଜେଣ୍ଟ ଲୋକଙ୍କୁ ବେଆଇନ ଭାବେ ଡଙ୍କି ରୁଟ୍‌ ଦେଇ ଆମେରିକା ଓ ଅନ୍ୟ ଦେଶକୁ ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅମୃତସରର ୪୦ଟି ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।

ଆମେରିକାରୁ ନିକଟରେ ବିଦା ହୋଇଥିବା ଭାରତୀୟମାନଙ୍କୁ ଉକ୍ତ ଏଜେଣ୍ଟମାନେ ସେଠାକୁ ପଠାଇଥିବା ଜଣାପଡ଼ିଛି । ଅମୃତସର ଡେପୁଟି କମିଶନର ସାକ୍ଷୀ ସାହନିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଜାଲ୍‌ ଟ୍ରାଭେଲ୍‌ ଏଜେଣ୍ଟଗୁଡ଼ିକ ଉପରେ ଚଢ଼ାଉ କରିଥିଲା। ଏଥିସହିତ ଲାଇସେନ୍ସ ନବୀକରଣ କରି ନ ଥିବା ୨୭୧ ଟ୍ରାଭେଲ ଏଜେଣ୍ଟଙ୍କୁ ନୋଟିସ ଜାରି ହୋଇଛି। ଟ୍ରାଭେଲ ଏଜେଣ୍ଟଙ୍କ କାର୍ଯ୍ୟାଳୟ ଏବଂ ଇମିଗ୍ରେଶନ କନ୍‌ସଲ୍ଟାଣ୍ଟର ଦସ୍ତାବିଜ୍‌ ଯାଞ୍ଚ କରିବାକୁ ଏସ୍‌ଡିଏମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପଞ୍ଜାବ ପୋଲିସ ପୀତିତାଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ କହିଛନ୍ତି ଯେ, କିଛି ଟ୍ରାଭେଲ ଏଜେଣ୍ଟ ସେମାନଙ୍କୁ ବେଆଇନ ଭାବେ ଆମେରିକା ପଠାଇବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ମୋଟ ୮ଟି FIR ଦାୟର କରିଥିଲା ।