spot_img
Home Blog Page 1049

EPFOରେ ହେବ ବଡ଼ ପରିବର୍ତ୍ତନ: ଏଣିକି ପିଏଫ ଅର୍ଥ ଅଧିକ ସୁରକ୍ଷିତ ରହିବ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସରକାର ଏବେ ଇପିଏଫଓ ପାଇଁ ’ସୁଧ ସ୍ଥିରୀକରଣ ରିଜର୍ଭ ଫଣ୍ଡ)’ ପ୍ରସ୍ତୁତ କରିବା ପାଇଁ ବିଚାର କରୁଛନ୍ତି । ଏହାର ଅର୍ଥ ହେଉଛି ଇପିଏଫଓର ୬.୫ କୋଟିରୁଅଧିକ ସଦସ୍ୟଙ୍କୁ ସେମାନଙ୍କର ପ୍ରୋଭିଡେଣ୍ଡ ଫଣ୍ଡ (PF) ଯୋଗଦାନ ଉପରେ ସ୍ଥିର ସୁଧ ଦର ଦେବାକୁ ପଡ଼ିବ । ଏକ ରିପୋର୍ଟ ମୁତାବକ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏ ସମ୍ବନ୍ଧରେ ଏକ ଅନ୍ତରୀଣ ଅଧ୍ୟୟନ ଆରମ୍ଭ କରିଛି । ଏହି ଅଧ୍ୟୟନ ଆଧାରରେ, ଇପିଏଫଓ ସଦସ୍ୟଙ୍କୁ ସେମାନଙ୍କ ନିବେଶ ଉପରେ ମିଳୁଥିବା ରିଟର୍ଣ୍ଣ ଅପେକ୍ଷା ଅଲଗା ଏକ ସ୍ଥିର ସୁଧ ହାର ମିଳିବ । ବଜାର ଉଚ୍ଚ-ନୀଚ ହେଲେ ବି ସଦସ୍ୟଙ୍କୁ ତାହା ମିଳିବା ଜାରି ରହିବ । ବର୍ତ୍ତମାନ ଏହି ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ରହିଛି ଓ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଅନ୍ତିମ ରୂପ ଦିଆଯାଇପାରେ ।

ଯଦି ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ (CBT) ତରଫରୁ ଏହି ଯୋଜନାକୁ ମଞ୍ଜୁରୀ ମିଳିଯାଏ, ତେବେ ଏହାକୁ ୨୦୨୬-୨୭ ଠାରୁ ଲାଗୁ କରାଯାଇପାରେ । ଇପିଏଫଓର ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷତା ଶ୍ରମ ଓ ରୋଜଗାର ମନ୍ତ୍ରୀ କରିଥାନ୍ତି । ଇପିଏଫଓର ସୁଧ ହାର ବର୍ଷକୁ ବର୍ଷ ବଦଳିଥାଏ । ବିତ୍ତୀୟ ବର୍ଷ ୨୦୨୩-୨୪ ପାଇଁ ଇପିଏଫଓ ସଦସ୍ୟଙ୍କ ପାଇଁ ସୁଧ ହାର ୮.୨୫ ପ୍ରତିଶତ ସ୍ଥିର କରିଥିଲା । ଆସନ୍ତା ୨୮ରେ ହେବାକୁ ଥିବା CBT ବୈଠକରେ ଏହି ଦରକୁ ୨୦୨୪-୨୫ ପାଇଁ ସ୍ଥିର ରଖାଯାଇପାରେ ।

ମିଟିଂର ରିପୋର୍ଟ ମୁତାବକ, ଇପିଏଫଓର ସୁଧ ହାର ୧୯୫୨-୫୩ରେ ୩ ପ୍ରତିଶତରୁ ଆରମ୍ଭ ହୋଇ ୧୯୮୯-୯୦ରେ ୧୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏହି ଦର ୨୦୦୦-୦୧ ଯାଏ ଜାରି ରହିଥିଲା । ମାତ୍ର ୨୦୦୧-୦୨ରେ ହ୍ରାସ ପାଇଁ ୯.୫ ପ୍ରତିଶତ ହୋଇଥିଲା । ୨୦୨୧-୨୨ରେ ଏହା ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ତା’ପରେ ସାମାନ୍ୟ ବୃଦ୍ଧି ପାଇ ୮.୨୫ ପ୍ରତିଶତ କରାଯାଇଥିଲା । ପିଏଫ ଆକାଉଣ୍ଟରେ ଜମା ଅର୍ଥ ଏଟିଏମରୁ ଉଠାଣ କରିହେବ, ସେଥିପାଇଁ ଏକ ଅଲଗା ଏଟିଏମ ଦିଆଯିବ ବୋଲି ଗତ ମାସ ପ୍ରାରମ୍ଭରେ କୁହାଯାଇଥିଲା ।

‘ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର’ ପାଇଁ କିପରି କରିବେ ଆବେଦନ ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରାେ: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ  ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ଆଣିଛି ଏକ ନୂତନ ସଂସ୍କରଣ ।ପ୍ରଧାନ ମନ୍ତ୍ରୀ  ଯୋଗ ପୁରସ୍କାର ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପକ୍ରିୟା । ଏହି ପୁରସ୍କାର ସେହି ବ୍ୟକ୍ତି ଏବଂ ସଂଗଠନଗୁଡ଼ିକୁ ପ୍ରଦାନ କରାଯିବ ଯେଉଁମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଗର ପ୍ରଚାର ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଏବଂ ନିରନ୍ତର ଯୋଗଦାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାରର ଲକ୍ଷ୍ୟ ହେଉଛି ଯୋଗ କ୍ଷେତ୍ରରେ ଅନୁକରଣୀୟ ଅବଦାନକୁ ସମ୍ମାନିତ କରିବା ଏବଂ ରୋଗ ନିବାରଣ, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ଜୀବନଶୈଳୀ ବ୍ୟାଧି ପରିଚାଳନାରେ ଯୋଗର ଭୂମିକାକୁ ସୁଦୃଢ଼ ​​କରିବା। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଏହି ପୁରସ୍କାରଗୁଡ଼ିକର ତଦାରଖ କରନ୍ତି।

ଏହି ପୁରସ୍କାରଗୁଡ଼ିକ ୪ଟି ବର୍ଗରେ ପ୍ରଦାନ କରାଯିବ, ଯେଉଁଥିରେ ଭାରତୀୟ ନାଗରିକ ଏବଂ ଦେଶରେ ଅବସ୍ଥିତ ଅନୁଷ୍ଠାନ ବ୍ୟତୀତ, ବିଦେଶୀ ବ୍ୟକ୍ତିତ୍ୱ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ସଂଗଠନଗୁଡ଼ିକୁ ପ୍ରଦାନ କରାଯିବ, ଯେଉଁଥିରେ ପ୍ରତ୍ୟେକ ବିଜେତାଙ୍କୁ ଟ୍ରଫି, ପ୍ରମାଣପତ୍ର ଏବଂ ୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିବ। ବିଜେତାମାନଙ୍କ ନାମ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ (୨୧ ଜୁନ୍ ୨୦୨୫) ରେ ଘୋଷଣା କରାଯିବ। ଯଦି କୌଣସି ବର୍ଗରେ ମିଳିତ ବିଜେତା ଥାଆନ୍ତି, ତେବେ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ।

ଜାଣନ୍ତୁ କେଉଁମାନେ ଓ କିପରି କରିବେ ଆବେଦନ:

ଏହି ପୁରସ୍କାର ପାଇଁ ଆବେଦନ କରୁତିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ, ଯେପରିକି ସେହି ବ୍ୟକ୍ତିଙ୍କ ବୟସ ୪୦ ବର୍ଷ କିମ୍ବା ତା ଠାରୁ ଅଧିକ ହୋଇଥିବା ଆବଶ୍ୟକ । ଏବଂ ତାଙ୍କର ଯୋଗ ଓ ବ୍ୟାୟାମ କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା ଥିବା ଉଚିତ । ଆବେଦନ ପାଇଁ ନାମାଙ୍କନ ଗୁଡ଼ିକର ଶେଷ ତାରିଖ ହେଉଛି ୨୦୨୫ ମାର୍ଚ୍ଚ ୩୧  । ଏହି ସମୟ ଭିତରେ ହିଁ ଆବେଦନ କରିପାରିବେ । MyGov ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2025/) ମାଧ୍ୟମରେ ପୂରଣ କରାଯାଇପାରିବ। ଏହି ଲିଙ୍କ୍ ଆୟୁଷ ମନ୍ତ୍ରଣାଳୟର ୱେବସାଇଟ୍ ଏବଂ ଏହାର ଅନ୍ୟାନ୍ୟ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ।

ସଂଗଠନଗୁଡ଼ିକ ପୁରସ୍କାର ପାଇଁ ସିଧାସଳଖ ଆବେଦନ କରିପାରିବେ କିମ୍ବା ଏକ ପ୍ରମୁଖ ଯୋଗ ସଂଗଠନ ଦ୍ୱାରା ମନୋନୀତ ହୋଇପାରିବେ। ପ୍ରତ୍ୟେକ ଆବେଦନକାରୀ କିମ୍ବା ମନୋନୀତ ବ୍ୟକ୍ତି ପ୍ରତିବର୍ଷ କେବଳ ଗୋଟିଏ ବର୍ଗ (ଜାତୀୟ କିମ୍ବା ଆନ୍ତର୍ଜାତୀୟ) ପାଇଁ ଆବେଦନ କରିପାରିବେ। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ସ୍କ୍ରିନିଂ କମିଟି ସମସ୍ତ ଆବେଦନଗୁଡ଼ିକର ସମୀକ୍ଷା କରିବ ଏବଂ ପ୍ରତ୍ୟେକ ପୁରସ୍କାର ବର୍ଗରେ ସର୍ବାଧିକ ୫୦ ଜଣଙ୍କ ନାମ ମୂଲ୍ୟାଙ୍କନ କରାଯାଇ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ।

 

 

ସେଲିବ୍ରେଟି ବଳଦ, ପବନ ପରି ଦ୍ରୁତଗତିରେ ଧାଇଁ ପାଇଛି ଅନେକ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଆପଣ କେବେ ଭାବିଛନ୍ତି ଯେ ଏକ ବଳଦ ମଧ୍ୟ ଷ୍ଟାର ହୋଇପାରିବ?  ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବଳଦର କାହାଣୀ କହିବୁ ଯିଏ କେବଳ କର୍ଣ୍ଣାଟକରେ ନୁହେଁ ବରଂ ମହାରାଷ୍ଟ୍ରରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ବେଲଗାମ ଜିଲ୍ଲାର ଏକ ଛୋଟ ଗାଁ ସିରୁରର ଏହି ଷଣ୍ଢଟି ଆଜି କୌଣସି ସେଲିବ୍ରିଟିଠାରୁ କମ୍ ନୁହେଁ। ସୋସିଆଲ ମିଡିଆରେ ବଳଦର ବହୁତ ଫଲୋଅର୍ସ ଅଛନ୍ତି ଏବଂ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ବଳଦ ଏପର୍ୟ୍ୟନ୍ତ ୧୦୫ଟି   ଦୌଡ଼ ରେସ୍  ଜିତି ନିଜ ମାଲିକଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି।

ବଳଦଟିର ମାଳିକ ହେଉଛନ୍ତି ବାଲୁ ହଜାରେ, ଯିଏ ଏହି ବଳଦଟିକୁ ମାତ୍ର ୬.୫ ଲକ୍ଷ ଟଙ୍କାରେ କିଣିଥିଲେ। ମାଲିକ ଜଣଙ୍କ କହିଛନ୍ତି ଯେ ସେ ଜାଣି ନ ଥିଲେ ଯେ ଏହି ବଳଦଟି ତାଙ୍କ ଜୀବନ ବଦଳାଇଦେବ ।ଯେତେବେଳେ ଏହି ବଳଦଟି ରେସ୍ ଟ୍ରାକରେ ତାର ଗତି ଦେଖାଇଲା, ସମସ୍ତେ ଆଶ୍ଚର୍ୟ୍ୟ ହୋଇଗଲେ। ଆକାଶରେ ଉଡ଼ୁଥିବା ହେଲିକପ୍ଟର ପରି ଥିଲା ବଳଦଟିର ଦ୍ରୁତ ଦୌଡ଼।ବଳଦଟି ଜିତିଥିବା ପୁରସ୍କାର ତାଲିକା ରହିଛି ଖୁବ୍ ଲମ୍ବା । ମହାରାଷ୍ଟ୍ରର ସିଏମଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛି ଏହି ବଳଦ ।ବଳଦଟି ନିଜ ମାଲିକଙ୍କର ଭାଗ୍ୟ ବଦଳାଇଦେଇଛି ।ଯେତେବେଳେ ଏହି ବଳଦଟି ଦୌଡ଼ ପାଇଁ ଆଖଡ଼ାକୁ ପ୍ରବେଶ କରେ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରରୁ ଆସନ୍ତି ଏବଂ ଏହାର ଟିକେଟ ରାଶି ଏପରି ଯାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ – ୧ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି ବଳଦକୁ ଦେଖିବାର ଟିକେଟ।


 

ପିଏମ ଆବାସ ଯୋଜନାର ଅର୍ଥ କେଉଁମାନଙ୍କୁ ମିଳିନଥାଏ, ଏଥିପାଇଁ କେଉଁମାନେ ଯୋଗ୍ୟ ହୋଇଥାନ୍ତି

ପିଏମ ଆବାସ ଯୋଜନାରେ ୩ଟି କ୍ୟାଟୋଗୋରୀରେ ଫାଇଦା ମିଳିଥାଏ । ଏଥିରେ ଦୁର୍ବଳ ବର୍ଗ (EWS), ନିମ୍ନ ଆୟ ବର୍ଗ (LIG) ଓ ମଧ୍ୟମ ଆୟ ବର୍ଗ (MIG) ସାମିଲ ରହିଥାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫାଇଦା ସେହି ଲୋକମାନଙ୍କୁ ମିଳିନଥାଏ, ଯେଉଁମାନଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପର୍ବରୁ ପକ୍କାଘର ରହିଥାଏ । ନିଜର ଘରଟିଏ ପାଇବା ସମସ୍ତଙ୍କ ଜୀବନର ଏକ ସ୍ବପ୍ନ ରହିଥାଏ । କିଛି ଲୋକ ବିନା କୌଣସି ସହାୟତାରେ ନିଜର ଘର ନିର୍ମାଣ କରିଦେଇଥାନ୍ତି । ମାତ୍ର ଆଉ କିଛି ଲୋକଙ୍କୁ ସରକାରଙ୍କ ତରଫରୁ ଘର ନିର୍ମାଣ ପାଇଁ ସୁବିଧା ମିଳିଥାଏ । ଏପରି ଲୋକଙ୍କ ପାଇଁ କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ଚଳାଇଥାନ୍ତି । ଏହି ଯୋଜନାରେ ଜରୁରୀ ଥିବା ଲୋକଙ୍କୁ ସରକାର ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

ଇନକମ  ଆଧାରରେ ମିଳେ ଫାଇଦା

ଯେଉଁ ଲୋକମାନେ ଏଥିପାଇଁ ଯୋଗ୍ୟ ହୋଇନଥାନ୍ତି ସେମାନଙ୍କୁ ପିଏମ ଆବାସ ଯୋଜନାର ଫାଇଦା ମିଳିନଥାଏ । ଯଦି ଆପଣମାନେ ଏହି ସରକାରୀ ଯୋଜନାର ଫାଇଦା ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ସବିଶେଷ ତଥ୍ୟ ଜାଣିବା ନିହାତି ଆବଶ୍ୟକ । ୨୦୧୫ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଏହି ଯୋଜନାର ଫାଇଦା ଉଠାଇ ସାରିଛନ୍ତି । ହିତାଧିକାରୀଙ୍କ ଇନକମ ଆଧାରରେ ଏହି ଯୋଜନାର ଫାଇଦା ମିଳିଥାଏ । ଅଲଗା ଅଲଗା ଇନକମ କ୍ୟାଟେଗୋରୀରେ ଲୋକଙ୍କୁ ଅଲଗା ଅଲଗା ଲାଭ ମିଳିଥାଏ ।

କିଏ କରିପାରିବ ଆବେଦନ

ପିଏମ ଆବାସ ଯୋଜନାରେ ୩ଟି କ୍ୟାଟେଗୋରୀରେ ଲାଭ ମିଳିଥାଏ । ସେଥିମଧ୍ୟରେ EWS, LIG ଓ MIG ସାମିଲ ରହିଛନ୍ତି । ବାର୍ଷିକ ୩ ଲକ୍ଷରୁ କମ୍ ଇନକମ ଅଧୀନରେ ଆସୁଥିବା EWS ବର୍ଗଙ୍କୁ ଏହି ଯୋଜନାର ଫାଇଦା ମିଳିଥାଏ । ବାର୍ଷିକ ୩ରୁ ୬ ଲକ୍ଷ ଆୟ କରୁଥିବା ଲୋକମାନେ LIGରେ ଆସିଥାନ୍ତି ଓ ବାର୍ଷିକ ୬ରୁ ୧୨ ଲକ୍ଷ ଆୟ କରୁଥିବା ଲୋକମାନେ MIGରେ ଆସିଥାନ୍ତି । ଏହି ୩ଟି ବର୍ଗର ଲୋକମାନେ ଏଥିରେ ଆବେଦନ କରି ଫାଇଦା ଉଠାଇଥାନ୍ତି ।

କେଉଁମାନଙ୍କୁ ମିଳେନି ଲାଭ

ଏହି ଯୋଜନାର ଫାଇଦା ସେହି ଲୋକମାନଙ୍କୁ ମିଳେନାହିଁ, ଯେଉଁମାନଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପୂର୍ବରୁ ହିଁ ପକ୍କାଘର ରହିଥାଏ । ଏଥିସହିତ ଯଦି ଆପଣ ପୂର୍ବରୁ କୌଣସି ସରକାରୀ ହାଉସିଂ ସ୍କିମର ଫାଇଦା ନେଇଥିବେ, ତେବେ ଆପଣଙ୍କୁ ପିଏମ ଆବାସ ଯୋଜନାର ଲାଭ ମିଳିନଥାଏ । ଆପଣ ଯଦି ଏହି ଯୋଜନା ପାଇଁ ଯୋଗ୍ୟ, ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ ଓ୍ବେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଏଥସହିତ ନିକଟସ୍ଥ ସରକାରୀ ବ୍ୟାଙ୍କ ବା ଅଧିକୃତ କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରିପାରିବେ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ, ଭିଡ଼ ଜଗିବ AI କ୍ୟାମେରା

ଶ୍ରୀମନ୍ଦିରରେ ଭିଡ଼ ଜଗିବ AI କ୍ୟାମେରା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ । ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା । ସେପଟେ ଚଳିତବର୍ଷ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବ AI କ୍ୟାମେରା। ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସହରର ପ୍ରମୁଖ ସ୍ଥାନ, ସାହି ଗଳି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ AI କ୍ୟାମେରା। । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ।

ବ୍ଲାକ କଫି ଓ ଗ୍ରୀନ ଟି’ ମଧ୍ୟରୁ କେଉଁଟି ଶରୀର ପାଇଁ ଅଧିକ ଲାଭଦାୟକ ଜାଣନ୍ତୁ….

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ଏକ ଚ୍ୟାଲେଞ୍ଜ ପାଲଟିଛି। ସୁସ୍ଥ ଆଉ ଫିଟ୍ ରହିବା ପାଇଁ ଆଜିର ଯୁବପିଢି ମାନେ ଅନେକ ଉପାୟ ଆପଣାଉଛନ୍ତି । ସଠିକ୍ ଖାଦ୍ୟଠାରୁ ଆରମ୍ଭ କରି ସୁସ୍ଥ ପାନୀୟ ପର୍ଯ୍ୟନ୍ତ, ସବୁକିଛି ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାର କଥା ଆସେ, ବ୍ଳାକ କଫି ଏବଂ ଗ୍ରୀନ ଟି  ଏହି ଦୁଇଟି ସବୁଠାରୁ ଲୋକପ୍ରିୟ ପାନୀୟ ଭାବରେ ଉଭା ହୁଏ। ଉଭୟ ଶରୀରପାଇଁ ଯୋଗାଇଥାନ୍ତି ଅନେକ ଫାଇଦା । କିନ୍ତୁ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ବ୍ଳାକ କଫି, ଗ୍ରୀନ ଟି ଭିତରୁ କେଉଁଟି ଅଧିକ ଲାଭଦାୟକ ? କାହାକୁ ପିଇଲେ ଅଧିକ ଫାଇଦା ମିଳିବ । ଓଜନ ହ୍ରାସ ପାଇଁ ସବୁଜ ଚା ଭଲ ନା କଳା କଫି ଅଧିକ ପ୍ରଭାବଶାଳୀ? ଅତ୍ୟଧିକ କ୍ୟାଫିନ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ କି? ଯଦି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ଯାହା  ତେବେ ଆମେ ଗ୍ରୀନ ଟି ଏବଂ ବ୍ଳାକ କଫିର ଲାଭ ଓ କ୍ଷତି ସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ତଥ୍ୟ ଯାହା  ଦ୍ୱାରା ଆପଣ ନିଜ ପାଇଁ ସଠିକ୍ ପାନୀୟ ବାଛିପାରିବେ।

ବ୍ଲାକ କଫିର ଫାଇଦା:

ବ୍ଳାକ କଫି ଶରୀରକୁ ଇନଷ୍ଟାନ୍ଟ ଶକ୍ତି ଦେଇଥାଏ । ଯାହା ପାଇଁ ଅନେକ ଲୋକ ଏହାର ବ୍ୟବହାର କରନ୍ତି । ଏହାକୁ ପିଇବା ଦ୍ୱାରା ମନ ତୁରନ୍ତ ସକ୍ରିୟ ହୋଇଯାଏ ଏବଂ ଶରୀରକୁ ଶକ୍ତି ମିଲିଥାଏ।  ବ୍ଳାକ ଟିର ଅନେକ ସ୍ୱାସ୍ଥ୍ୟ ଲାଭ ଅଛି।ବ୍ଳାକ ଟିରେ ପ୍ରଚୁର ପରିମାଣର କ୍ୟାଫିନ୍ ଥାଏ, ଯାହା ମସ୍ତିଷ୍କକୁ ସକ୍ରିୟ କରିଥାଏ ଏବଂ ମାନସିକ ସତର୍କତା ବୃଦ୍ଧି କରିଥାଏ। ଏହା ଥକାପଣ ଦୂର କରେ ଏବଂ ଶରୀରକୁ ଶକ୍ତିଶାଳୀ କରିଥାଏ। ବ୍ଳାକ କଫି ମେଟାବୋଲିଜିମକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ, ଯାହା ଦ୍ଵାରା ଶରୀରରେ ଥିବା ଫ୍ୟାଟ କମିଥାଏ। ବ୍ୟାୟାମ ପୂର୍ବରୁ ଏହାକୁ ପିଇବା ଦ୍ୱାରା ଅଧିକ କ୍ୟାଲୋରୀ ନଷ୍ଟ ହୁଏ। ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହିତ  ଆଲଜାଇମର ଏବଂ ପାର୍କିନ୍ସନ ଭଳି ସ୍ନାୟୁ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ।

ଗ୍ରୀନ ଟିର ଫାଇଦା:

ଗ୍ରୀନ୍ ଟିକୁ ଏକ ସୁସ୍ଥ ଏବଂ ଡିଟକ୍ସିଫାଏ କରୁଥିବା ପାନୀୟ ଭାବରେ ବିବେଚନା କରାଯାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର। ଏହି ପାନୀୟ ଶରୀରକୁ ଅନେକ ଲାଭ ମଧ୍ୟ ପ୍ରଦାନ କରେ। ଗ୍ରୀନ୍ ଟିରେ ଥିବା କ୍ୟାଟେଚିନ୍ ମେଟାବୋଲିଜିମ୍ ବୃଦ୍ଧି କରେ, ଯାହା ଚର୍ବି ଶୀଘ୍ର ନଷ୍ଟ କରିବାରେ ସାହାଯ୍ୟ କରେ। ଏହା ଶରୀରରେ ଚର୍ବି ଜମାକୁ ହ୍ରାସ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ। ଗ୍ରୀନ୍ ଟି ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ଚର୍ମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ। ଏହା ସହିତ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିଥାଏ, ଯାହା ରୋଗକୁ ରୋକିଥାଏ।

ତେବେ   କେଉଁଟି ଅଧିକ ଲାଭଦାୟକ?

ଏବେ ପ୍ରଶ୍ନ ହେଉଛି, ବ୍ଳାକ କଫି ଏବଂ ଗ୍ରୀନ ଟି  ମଧ୍ୟରୁ  କିଏ ଅଧିକ ସ୍ୱାସ୍ଥ୍ୟକର? ତେଣୁ ଏହାର ଉତ୍ତର ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆବଶ୍ୟକତା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ ଶୀଘ୍ର ଶକ୍ତି ଆବଶ୍ୟକ ଏବଂ ମାନସିକ ଧ୍ୟାନ ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ବ୍ଳାକ ଟି ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। କିନ୍ତୁ ଯଦି ଆପଣ ଓଜନ ହ୍ରାସ କରିବାକୁ, ଶରୀରକୁ  ଡିଟକ୍ସ ରଖିବାକୁ ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବାକୁ ଚାହାଁନ୍ତି, ତେବେ ଗ୍ରୀନ ଟି ଆପଣଙ୍କ ପାଇଁ ମ୍ୟାଜିକ ଭଳି କାମ କରିବ ।

୧୩ ବର୍ଷ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ସଲମାନ ଖାନ୍ ଏବଂ ସଞ୍ଜୟ ଦତ୍ତ…

ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ର ଏକ ହିଟ୍ ଯୋଡ଼ି ହୋଇ ରହିଆସିଛନ୍ତି ସୁପରଷ୍ଟାର ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ । ୨୦୧୨ ମସିହାରେ ଯେତେବେଳେ ପରଦାରେ ଏକାଠି ନଜର ଆସିତିଲେ ଅଗଣିତ ଦର୍ଶକଙ୍କ ମନ କିଣିନେଇଥିଲେ । କିନ୍ତୁ ସେହି ସିନେମା ପରଠାରୁ ଦୁଇ ଜଣଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପାଇଁ ବସିରହିଛନ୍ତି ଦର୍ଶକ । କିନ୍ତୁ ଦର୍ଶକଙ୍କ ପାଇଁ ଆସିଛି ଏକ ଖୁସି ଖବର । ପୁଣିଥରେ ଏକାଠି ପରଦାକୁ ଆସୁଛନ୍ତି ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ।  ଶୁଣିବାକୁ ମିଳୁଛି ଯେ ଉଭୟ କୌଣସି ବଲିଉଡ୍ ପ୍ରୋଜେକ୍ଟ ନୁହେଁ, ବରଂ ଏକ ହଲିଉଡ୍ ଫିଲ୍ମ ରେ ନଜର ଆସିବେ ।

ସଞ୍ଜୟ ଦତ୍ତ ଏବଂ ସଲମାନ ଖାନ ଏକ ହଲିଉଡ ଥ୍ରୀଲର ପାଇଁ ଏକାଠି ଆସୁଛନ୍ତି। ନିକଟରେ ମିଡ୍ ଡେର ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ିଛି ଯେ ଏହି ଫିଲ୍ମଟି ଏକ ବଡ଼ ବଜେଟରେ ନିର୍ମିତ ହେଉଛି। ଇତିମଧ୍ୟରେ ସଞ୍ଜୁ ବାବା ଏବଂ ସଲ୍ଲୁ ଭାଇ ଫିଲ୍ମର ସୁଟିଂ ପାଇଁ ସାଉଦି ଆରବରେ ପହଞ୍ଚି ସାରିଛନ୍ତି। ସଞ୍ଜୟ ଦତ୍ତ ଏବଂ ସଲମାନ ଖାନ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ଏପରି ପରିସ୍ଥିତିରେ, ପ୍ରଶଂସକମାନେ ସେମାନଙ୍କୁ ଭବିଷ୍ୟତରେ ମଧ୍ୟ ଏକାଠି କାମ କରୁଥିବା ଦେଖିବାକୁ ଚାହାଁନ୍ତି। ଏବେ ସେହି ସୁଯୋଗ ଆସିଗଲା। ରିପୋର୍ଟ ଅନୁସାରେ, ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ଏକ ବଡ଼ ବଜେଟ୍ ହଲିଉଡ୍ ଥ୍ରୀଲର୍ ପାଇଁ ଏକାଠି ହୋଇଛନ୍ତି। ପ୍ରକୃତରେ, ଫିଲ୍ମର ସୁଟିଂ ଆଜି ଅର୍ଥାତ୍ ୧୭ ଫେବୃଆରୀରୁ ଆରମ୍ଭ ହୋଇଛି  ।

ଏହି ଆମେରିକୀୟ ଥ୍ରୀଲର୍ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ। କିନ୍ତୁ ରିପୋର୍ଟରୁ ଜଣାପଡିଛି ଯେ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ ଏକାଠି ନଜର ଆସିବେ। ପ୍ରକୃତରେ, ଉଭୟ ସୁପରଷ୍ଟାର କେବଳ ବଲିଉଡରେ ନୁହେଁ ମଧ୍ୟପ୍ରାଚ୍ୟରେ ମଧ୍ୟ ବହୁତ ଲୋକପ୍ରିୟ। ସଞ୍ଜୁ ବାବା ଏବଂ ସଲ୍ଲୁ ଭାଇଙ୍କ ଦୃଶ୍ୟଗୁଡ଼ିକୁ ଏକ ସ୍ୱତନ୍ତ୍ର ଉପାୟରେ ଡିଜାଇନ୍ କରାଯାଉଛି ଯାହା ଦ୍ୱାରା ସେମାନେ ବିଶ୍ୱବ୍ୟାପୀ ଦର୍ଶକଙ୍କୁ ପ୍ରଭାବିତ କରିପାରିବେ। ଫିଲ୍ମର ସୁଟିଂ ତିନି ଦିନ ଧରି ଚାଲିବ।

 

 

ମ୍ୟାଚ ପୂର୍ବରୁ ବିବାଦ, ଷ୍ଟାଡିୟମରୁ ହଟାଯାଇଛି ଭାରତୀୟ ପତାକା

ନନ୍ଦିଘୋଷ ବ୍ୟୁରୋ: ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟାନ୍ସ ଟ୍ରଫି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନରେ ମ୍ୟାଚ୍ ଖେଳିବ ନାହିଁ । ଭାରତୀୟ ଦଳ ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ତେବେ ମ୍ୟାଚ ପୂର୍ବରୁ ଏକ ବଡ ବିବାଦ ଦେଖାଯାଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କରାଚୀର ନ୍ୟାସନାଲ ଷ୍ଟାଡିୟମର, ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକର ପତାକା ଉତ୍ତୋଳନ କରାଯାଇଛି, କିନ୍ତୁ ଏଥିରେ ଭାରତୀୟ ପତାକା ନାହିଁ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ବିବାଦ ଆରମ୍ଭ ହୋଇଛି। ଏଥିରେ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । 

ଦେଖନ୍ତୁ ଭାଇରାଲ ହୋଇଥିବା ଭିଡିଓ ..

https://x.com/Arslan1245/status/1891231413292151288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1891231413292151288%7Ctwgr%5E5fe43974de728ddb15ce327a7658e676d77414f1%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Fworld%2Fpakistan-s-shameful-act-removed-indian-flag-before-champions-trophy-claim-on-social-media-2886079

ଏହା ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, କିନ୍ତୁ ବିଶ୍ୱାସ କରାଯାଉଛି ଯେ ଟିମ୍ ଇଣ୍ଡିଆ ଦୁବାଇରେଏହାର ମ୍ୟାଚ୍ ଖେଳିବ, ସେଥିପାଇଁ ଭାରତୀୟ ପତାକା ଉତ୍ତୋଳନ କରାଯାଇ ନାହିଁ। ଏ ସମ୍ପର୍କରେ ପିସିବି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ । ଭିଡିଓ ଭାଇରାଲ ହେବା ପରେ ସବୁ ମହଲରୁ ପାକିସ୍ତାନକୁ କଡା ସମାଲୋଚନା କରାଯାଉଛି । 

ପ୍ରେମିକାଙ୍କ ନାମରେ ପର୍ସନାଲ ଲୋନ୍ ନେଇ ଅଏସ କରୁଥିଲା ଠକ ପ୍ରେମିକ, ମିଳୁନି ଯୁବକର ସନ୍ଧାନ

କିଛି ଲୋକଙ୍କୁ ଆମେ ଅନ୍ଧ ଭଳି ବିଶ୍ବାସ କରିଥାଉ । ହେଲେ ଯେତେବେଳେ ସେହି ଲୋକଠୁ ଧୋକା ମିଳେ ବଞ୍ଚିବାର ଆଶା ସରିଗଲା ଭଳି ମନେ ହୁଏ । କେରଳର ମଲାପ୍ପରମ ଜିଲ୍ଲାର ଏକ ଘଟଣା ଯାହା କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ୍ ନୁହେଁ। କେରଳରେ ରହୁଥିବା ଜଣେ ଯୁବକଙ୍କର ଥିଲା ୩୦ ପ୍ରେମିକା । ଏତେ ଚରୁରାତର ସହ ସେ ନିଜ ପ୍ରେମିକାମାନଙ୍କଠୁ ଟଙ୍କା ଲୁଟୁଥିଲା ଯେ ଅନେକ ଦିନ ଯାଏଁ କାହାକୁ ବି ଟିକେ ସନ୍ଦେହ  ହେଲାନି । କିନ୍ତୁ କଥା ରେ ଅଛି ସତ କେଭେ ଲୁଚିରହେନି । ଦିନେ ନା ଦିନେ ସତ ସାମ୍ନାକୁ ଆସିଥାଏ । କେରଳର ସେହି  ବ୍ୟକ୍ତିଙ୍କ ନାମ ହେଉଛି  ଅବଦୁଲ ଲଥିଫ୍ ଓରଫ ମୁମ୍ପାରା ମାନୁ ।

ଯୁବକ ଜଣକ ଜଣେ କି ଦୁଇ ଜଣଙ୍କଠୁ ନୁହେଁ ୩୦ ଜଣ ମହିଳାଙ୍କ ନାଁରେ ନେଇଛନ୍ତି ବ୍ୟକ୍ତିଗତ ଲୋନ୍ । ଆପଣଙ୍କୁ କହି ରଖୁଛୁ ଯେ ମାନୁ ନାମକ ଏହି ବ୍ୟକ୍ତି ରାଜନୀତିରେ ମଧ୍ୟ ବହୁତ ସକ୍ରିୟ ଥିଲା। ସେ ୩୦ ରୁ ଅଧିକ ମହିଳାଙ୍କ ନାମରେ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଇଥିଲେ ଏବଂ ଋଣ  ନେବା ପରେ, ସେ ପୁରା ଅଦୃଶ୍ୟ ହୋଇଯାଉଥିଲା ।  ଏପରି କରି ଧିରେ ଧିରେ ମହିଳା ମାନଙ୍କ  ସନ୍ଦେହ କୁ ଆସିଥିଲା ଯୁବକ ।

ମହିଳାମାନଙ୍କୁ ଯୁବକ ଜଣକ ଏତେ ଚମତ୍କାର କଥା ବୁଝାଉଥିଲା ଯେ ସମସ୍ତେ ତାକୁ ବିଶ୍ୱାସ କରିବାକୁ ଲାଗିଲେ। ସେ କହୁଥିଲା  ତୁମେ ମାନେ କେବଳ ଋଣ ଦିଅ, ମୁଁ ମ୍ୟୁନିସିପାଲ୍ କର୍ପୋରେସନ୍‌ରୁ ଟଙ୍କା ପାଇବା ମାତ୍ରେ ସବୁକିଛି ଦେଇଦେବି। ମହିଳାମାନେ ଯୁବକଙ୍କୁ ବିଶ୍ବାସ କରି ପଇସା ଦେଇଦେଉଥିଲେ କିନ୍ତୁ ଯୁବକ କେବଳ ପ୍ରତିଶ୍ରୁତି ଦେଇଥିଲା,  ହେଲେ ଟଙ୍କା ଦେବାର କୌଣସି ଉଦ୍ଦେଶ୍ୟ ନଥିଲା। ଠକାମିର ଶିକାର ହୋଇଥିବା ମହିଳାମାନେ କହିଥିଲେ ଯେ ସେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ବ୍ୟାଙ୍କ ଋଣ ପରିଶୋଧ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ନଗର ନିଗମରୁ ଜୀବନ ଯୋଜନା ରାଶି ପାଇବା ପରେ, ସେ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଦେବ  ବୋଲି ଆମକୁ କଥା ଦେଇଥିଲା। କେରଳର ଜାନକୀ ସମିତି ଅଭିଯୋଗ କରିଛି ଯେ ଉକ୍ତ ଯୁବକ ଜଣକ  ପେରିନ୍ଥଲମନ୍ନାର କୁନ୍ନପାଲି କୋଲ୍ଲାକୋଡେ ମୁକର ୨୨ ନଂ ୱାର୍ଡର 30 ରୁ ଅଧିକ ମହିଳାଙ୍କ ନାମରେ ବ୍ୟକ୍ତିଗତ ଋଣ ନେବା ପରେ ଫେରାର୍ ହୋଇଯାଇଛନ୍ତି।ଏକ ସାମ୍ବାଦିକ ସମ୍ମିଳନୀରେ ଜାନକୀ ସମିତିର ସଭାପତି ରାଧା କୃଷ୍ଣନ୍, ସାଧାରଣ ସଂଯୋଜକ ପି.ଭି. ଉପସ୍ଥିତ ଥିଲେ। ଏବେ ଦେଖିବା  ବାକି ରହିଲା ଯେ ପୋଲିସ ଅଭିଯୁକ୍ତ ମାନୁକୁ ଖୋଜିବା ପାଇଁ କେତେ ସମୟ ନେବ ଆଉ କେବେ ସେ ଗିରଫ ହେବ ।

 

 

୮ବର୍ଷ ପରେ ଡାନିଏଲ ମ୍ୟାକଲୋକ୍ଲିନଙ୍କୁ ମିଳିଲା ନ୍ୟାୟ, ଦୋଷୀଙ୍କୁ ଆଜୀବନ

ନନ୍ଦିଘୋଷ ବ୍ୟୁରୋ: ୮ବର୍ଷର ଲଢେଇ ପରେ ବିଦେଶୀ ମହିଳାଙ୍କୁ ମିଳିଲା ନ୍ୟାୟ । ଗୋଆ ଅଦାଲତ ଆର୍ୟଲ୍ୟାଣ୍ଡ ବାସିନ୍ଦା ଡାନିଏଲ ମ୍ୟାକଲୋକ୍ଲିନଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ଫଇସଲା ଗୋଆର ମଡଗାଓଁ  ପ୍ରଧାନ ଜିଲ୍ଲା ଏବଂ ସତ୍ର ନ୍ୟାୟାଳୟ ଶୁଣାଣି କରିଛନ୍ତି । ଏହି ଘଟଣା ୨୦୧୭ର ଅଟେ । ସେହି ସମୟରେ କୈନାକୋନାରେ ଆର୍ୟଲ୍ୟାଣ୍ଡ ପର୍ଯ୍ୟଟକ ଡାନିଏଲ ମ୍ୟାକଲୋକ୍ଲିନଙ୍କୁ ହତ୍ୟା କରାଯାଇଥିଲା  । ଏହି ଘଟଣାରେ ବିକେଟ ଭଗତ ନାମକ ବ୍ୟକ୍ତିଙ୍କୁ  ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଛି । ଦୋଷୀ ଜଣକ ପୀଡିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

୨୦୧୭ ଫେବୃୟାରୀ ଆସିଥିଲେ ଗୋଆ

ସୂଚନା ଅନୁଯାୟୀ ଡାନିଏଲ ଆର୍ୟଲ୍ୟାଣ୍ଡର ବାସିନ୍ଦା ଅଟନ୍ତି । ପ୍ରକୃତରେ ସେ ବ୍ରିଟେନ ଏବଂ ଆର୍ୟଲ୍ୟାଣ୍ଡର ନାଗରିକତା ଗ୍ରହଣ କରିଛନ୍ତି । ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ବ୍ରିଟେନ ପାସପୋର୍ଟରେ ୨୦୧୭ ଫେବୃୟାରୀ ମାସରେ ଗୋଆ ବୁଲିବାକୁ ଆସିଥିଲେ । ୧୩ମାର୍ଚ୍ଚ ସନ୍ଧ୍ୟାରେ ପାଲୋଲିମ ବେଳାଭୂମି ପାଖ ଗାଆଁରେ ହେଉଥିବା ଏକ ହୋଲି ପାର୍ଟୀରେ ଯୋଗ ଦେବାକୁ ଯାଇଥିଲେ । ପାର୍ଟରେ ବିଳମ୍ବ ହେଇଯିବାରୁ ସେ ବିଳମ୍ବିତ ରାତିରେ ହୋଟେଲକୁ ଏକା ଫେରୁଥିଲେ । କିନ୍ତୁ ହୋଟେଲ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା ।

ପଥରରେ ମୁହଁକୁ ନଷ୍ଟ କରାଯାଇଥିଲା

ଘଟଣାର ପରଦିନ ଅର୍ଥାତ ୧୪ ମାର୍ଚ୍ଚରେ ଡାନିଏଲଙ୍କ ମୃତଦେହ କାନାକୋନାର ଦେବବାଗ ବେଳାଭୂମି ନିକଟସ୍ଥ ଏକ ଖାଲି ସ୍ଥାନରେ ପଡିଥିଲା । ମୃତଦେହ ଉପରେ କୌଣସି କପଡା ନଥିବା ବେଳେ ମୁଣ୍ଡ ଏବଂ ମୁହଁକୁ ପଥର ଦ୍ବାରା ନଷ୍ଟ କରାଯାଇଥିଲା । ଯେତେବେଳେ ଡାନିଏଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ସେତେବେଳେ ତାଙ୍କୁ ଦୁଷ୍ମର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ତାଙ୍କର ମୃତ୍ୟୁ ଗଳା ଚିପିବା ପରେ ବ୍ରେନ ହାମରେଜରେ ହେଇଥିଲା ।

ହତ୍ୟାକାରୀର ରେକର୍ଡ

ଡାନିଲଏଙ୍କ ମୃତ୍ୟୁର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା କି ଭାରତ ଆସିବା ପରେ ଡାନିଏଲଙ୍କ ବିକଟ ଭଗତ ସହ ବନ୍ଧୁତା ହୋଇଥିଲା । ଗୋଆର ବହୁ ସ୍ଥାନରେ ଦୁହିଁଙ୍କୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଅନୁଯାୟୀ ଭଗତ ଜଣେ ହିଷ୍ଟ୍ରୀସିଟର ଥିଲା । କିନ୍ତୁ ଡେନିଆଲ ଏହା ଜାଣନଥିଲେ ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଗଲା । ପରେ  ଦୋଷୀ ଭଗତ ସତ ମାନିଥିଲା । ଶୁନଶାନ ଜାଗା ଦେ୍‌ଖି ପ୍ରଥମେ ସେ ଡାନିଏଲଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଧରାପଡିଯିବା ଭୟରେ ତାଙ୍କଚ ହତ୍ୟା କରିଥିଲା ।