spot_img
Home Blog Page 1080

ଦେଶରେ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ସୃଷ୍ଟି ହୋଇଛି ବଡ଼ଧରଣର ବିପଦ : ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ: ଦେଶରେ ପ୍ରଥମ ଥର ଲାଗି ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ବଡ଼ଧରଣର ବିପଦ ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ରତିଷ୍ଠାନକୁ ଧ୍ବଂସ କରିବା ଲାଗି ଉଦ୍ଯମ ଚାଲିଛି। ଦେଶର ଏକତା, ଅଖଣ୍ଡତାକୁ ବଜାୟ ରଖିବା ଲାଗି ସଂଗ୍ରାମ କରିବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ। କେରଳ ୱାୟନାଡ ଗସ୍ତରେ ଯାଇ ଆୟୋଜିତ ସାଧାରଣ ସଭାରେ ପ୍ରିୟଙ୍କା କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି –ବର୍ତ୍ତମାନଠାରୁ ଲୋକଙ୍କୁ ଏଥିଲାଗି ସଂଗ୍ରାମ କରିବାକୁ ପଡିବ। ୩ ଦିନିଆ ଗସ୍ତକାଳରେ ୱାୟନାଡ ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ନେତୃତ୍ବ ସମ୍ପର୍କରେ ଆଲୋଚନା କରିବେ ପ୍ରିୟଙ୍କା। ଏହା ସହ ଦଳୀୟ ନେତାଙ୍କ ସହ ବିଭିନ୍ନ ବୈଠକରେ ଉପନୀତ ହେବେ। ଆସନ୍ତାବର୍ଷ ପ୍ରାରମ୍ଭରେ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଦଳକୁ ମଜଭୁତ କରିବା ଲାଗି ପ୍ରିୟଙ୍କା ଅଭିଯାନ ଆରମ୍ଭ କରିଛନ୍ତି।

ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ। ଏହି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ପି. ସୁନ୍ଦରରାଜ। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ଜଙ୍ଗଲରେ କମ୍ଵି ଜାରି ରଖିଛନ୍ତି ଏସଟିଏଫ୍‌, ଡିଆରଜି ଯବାନଙ୍କ ମିଳିତ ଟିମ୍। ବସ୍ତର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନକାଉଣ୍ଟରରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ଏବଂ ୨ ଜଣ ଆହତ ହୋଇଛନ୍ତି। କିଛି ଦିନ ହେଲା ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି। ନକ୍ସଲ ସମସ୍ୟାକୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇ ମାସ ଭିତରେ ୮୦ରୁ ଅଧିକ ମାଓ ବାଦୀ ନିହତ ହେଲାଣି। ଏବେ ଗୋଟିଏ ଦିନରେ ଗୋଟିଏ ଅପରେସନରେ ୩୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହେବା ଦ୍ଵାରା ନିଶ୍ଚିତ ଭାବେ ଲାଲବାହିନୀର ମେରୁଦଣ୍ଡ ଭାଙ୍ଗିଯିବ।

୧୫ ସୁଦ୍ଧା EKYC ନ କଲେ ନାଁ କଟିବ : ଯୋଗାଣ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଫେବ୍ରୁଆରି ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଏ ଯାଏଁ EKYC କରି ନାହାନ୍ତି। ଆଉ ଦୁଇ ଚାରି ଦିନରେ କରିବେ ବୋଲି ଆଶା। ନ ହେଲେ ବାଧ୍ୟ  ହୋଇ ନାଁ କାଟିବୁ। ନୂଆ ଆବେଦନକାରୀଙ୍କ ପାଇଁ ପୋର୍ଟାଲ କରାଯିବ। ରାସନ କାର୍ଡ ଫେରାଇ ଦେବାକୁ ଅଧିକ ରୋଜଗାରିଆଙ୍କୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସର୍ଭେ କରିବାକୁ କୁହାଯାଇଛି। ଅଧିକ ରୋଜଗାର କରୁଥିବା ଲୋକ ଯଦି କାର୍ଡ ପାଇଛନ୍ତି, ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ହୋଇ ଯାଇଛି, ଜିଲ୍ଲା ସ୍ତରରେ ସେମାନଙ୍କ ନାଁ କଟା ଯାଉଛି। ଅଧିକ ଆୟ କରୁଥିବା ଲୋକ ଯଦି ସମୟ ସୀମା ଭିତରେ କାର୍ଡ ନ ଫେରାନ୍ତି, ସରକାର କଠୋର ହେବେ ବୋଲି ଚେତାବନୀ ଦେଇଛନ୍ତି କୃଷ୍ଣ ପାତ୍ର।

ଟ୍ରୋଲ ହେଉଛନ୍ତି ବାବର, ନିଜ ଦେଶର ପ୍ରଂଶସକ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ଟ୍ରୋଲ କରାଯାଉଛି । ତେବେ ତାଙ୍କ ଦେଶର ପ୍ରଂଶସକ ମଧ୍ୟ ତାଙ୍କୁ ଟ୍ରୋଲ କରୁଥିବା ଭିଡିଓ ଓ ଫଟୋ ଦେଖିବାକୁ ମିଳୁଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଏବେ ତ୍ରିରାଷ୍ଟ୍ରୀୟ ସିରିଜ ଖେଳୁଛି । ତେବେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମାତ୍ର ୧୦ ରନ କରିଥିଲେ । ତେବେ ଷ୍ଟାଡିୟମରେ ହିଁ ବାବରଙ୍କ ମଜାକ ଉଡ଼ାଇଥିଲେ ଫ୍ୟାନ୍ସ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ସମୟ ଥିଲା ଯେତେବେଳେ ବାବର ଆଜମ ପାକିସ୍ତାନ ପାଇଁ ତିନୋଟି ଫର୍ମାଟରେ ତାଙ୍କ ବ୍ୟାଟିଂ ଦ୍ୱାରା ଚହଳ ସୃଷ୍ଟି କରୁଥିଲେ। କେବଳ ଏତିକି ନୁହେଁ, ସେ ଦଳର ଅଧିନାୟକ ମଧ୍ୟ ଥିଲେ। ଏହି କାରଣରୁ ବାବର ଆଜମଙ୍କୁ ପାକିସ୍ତାନ ଦଳର କିଙ୍ଗ ମଧ୍ୟ କୁହାଯାଉଥିଲା, କିନ୍ତୁ ବ୍ୟାଟିଂରେ ତାଙ୍କର ଲଗାତାର ବିଫଳତା ଯୋଗୁଁ ସେ କେବଳ ଅଧିନାୟକ ପଦ ହରାଇଲେ ନାହିଁ, ବରଂ ଦଳରେ ତାଙ୍କର ସ୍ଥାନ ମଧ୍ୟ ବିପଦରେ ପଡ଼ିଛି। ଏହି କାରଣରୁ କିଙ୍ଗଙ୍କ ନାମ ଏବେ ଏକ ମଜା ଭାବରେ ବ୍ୟବହୃତ ହେଉଛି।

ବାରବାଟୀରେ ଦେଖିବାକୁ ମିଳିବ ବିରାଟଙ୍କ ବ୍ୟାଟିଂ, ଜୟସ୍ବାଲଙ୍କ ବଦଳରେ ଖେଳିବେ

ନନ୍ଦିଘୋଷ ବ୍ୟୁରୋ: ବାରବାଟୀରେ ଖେଳାଯାଉଛି ଦ୍ବିତୀୟ ଦିନିକିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତିଛି ଭ୍ରମଣକାରୀ ଦଳ । ତେବେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଇଂଲଣ୍ଡ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବିରାଟଙ୍କ ବ୍ୟାଟିଂ ଦେଖିବାକୁ ଓଡ଼ିଶା କ୍ରିକେଟପ୍ରେମୀ ଚାହିଁ ବସିଥିଲେ । ଆଉ ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ପ୍ରଥମ ଦିନିକିଆରେ ଖେଳି ନଥିବା କୋହଲି କିନ୍ତୁ ଆଜି ଖେଳିବାର ସୁଯୋଗ ପାଇଛନ୍ତି । ତାଙ୍କୁ ବାରବାଟୀରେ ସୁଯୋଗ ମିଳିଥିବାବେଳେ ଜୟସ୍ବାଲ ବସିଛନ୍ତି । ସେପଟେ ରୋହିତଙ୍କ ସହ ଗିଲ ଓପନିଂ କରିବେ । କୋହଲି ତୃତୀୟ ସ୍ଥାନରେ ଖେଳିବେ ବୋଲି କୁହାଯାଉଛି । ସେପଟେ ବାରବାଟୀରେ ଡେବ୍ୟୁ କରିବେ ବରୁଣ ଚକ୍ରବର୍ତ୍ତୀ । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ସ୍ଥାନ ପାଇଛନ୍ତି । ଭାରତୀୟ ଦଳରେ ଏହି ୨ଟି ପରିବର୍ତ୍ତନ ହୋଇଥିବାବେଳେ ଇଂଲଣ୍ଡ ଆଜି ୩ଟି ପରିବର୍ତ୍ତନ କରିଛି ।

ବାରବାଟୀରେ ପହଞ୍ଚିଲେ ଖେଳାଳି

ନନ୍ଦିଘୋଷ ବ୍ୟୁରୋ : ଆଜି ବାରବାଟୀ ଫାଇଟ୍। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ କଡ଼ା ସଂଘର୍ଷ। ଭୁବନେଶ୍ଵରରୁ ବାହାରି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଦୁଇ ଦଳର ଟିମ। ଭୁବନେଶ୍ଵରରୁ କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର ଖେଳାଳିଙ୍କୁ ଷ୍ଟାଡିୟମକୁ ନିଆଯାଇଥିଲା। ଆଉ କିଛି ସମୟ ପରେ ଆରମ୍ଭ ହେବ ମ୍ୟାଚ। ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ ସିରିଜର ଆଜି ଦ୍ଵିତୀୟ ମ୍ୟାଚ। ଆଜିର ମ୍ୟାଚକୁ ଯେକୌଣସି ମତେ ହାତେଇବାକୁ ଉଦ୍ଯମ କରିବ ରୋହିତ ବାହିନୀ। ସିରିଜର ପ୍ରଥମ ମ୍ୟାଚ ଭାରତ ଜିତିଥିବାବେଳେ ବାରବାଟୀ ଦଖଲ କରି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ। ବାରବାଟୀ ମ୍ୟାଚ ହାଇସ୍କୋରିଂ ହେବା ଆଶା କରାଯାଉଛି। ଆଜିର ମ୍ୟାଚରେ ବିରାଟ କୋହଲି ଓ ମହମ୍ମଦ ସାମି ଖେଳିପାରନ୍ତି। ଉଭୟେ ଫିଟ୍ ଅଛନ୍ତି। ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ କୋହଲି।ଏଯାଏଁ ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ। ଭାରତ ଖେଳିଛି ୧୭ଟି ମ୍ୟାଚ। ସେଥି ମଧ୍ୟରୁ ଜିତିଛି ୧୩ଟି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଲକ୍ଷ୍ୟ ରଖିଛି। ବାରବାଟୀର ସର୍ବୋଚ୍ଚ ସ୍କୋର ହେଲା ୩୮୧ ରନ, ଯାହାକି ଭାରତ କରିଥିଲା। ଗତ ୨୦୧୭ ଜାନୁଆରୀ ୧୯ରେ ଏହି ମ୍ୟାଚ ହୋଇଥିଲା। ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନନ୍ଦିଘୋଷ ବ୍ୟୁରୋ: ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଗତକାଲି ହୋଇଥିବା କାଉଣ୍ଟିଂରେ ଆପର ପରାଜୟ ପରେ ଆଜି ଆତିଶୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଏଲଜିଙ୍କ ନିକଟକୁ ପଠାଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୧ରେ ସେ ମୁଖ୍ଯମନ୍ତ୍ରୀ ସମ୍ଭାଳିଥିଲେ। ସମୁଦାୟ ୧୩୮ ଦିନ ସେ କ୍ଷମତାର ରହିଥିଲେ। ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ଆସନ ହାସଲ କରିଥିବାବେଳେ ଆପ ପାଇଥିଲା ୨୨ ଆସନ। କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ନଥିଲା। ସେପଟେ ଦିଲ୍ଲୀ ସଚିବାଳୟ ଭିତରୁ କୌଣସି ଫାଇଲ, ନଥିପତ୍ର ଓ ଇଲେକ୍ଟ୍ରୋନିକ ରେକର୍ଡ ନେବା ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ଭିତରକୁ ପ୍ରବେଶ ନିଷିଦ୍ଧ କରାଯାଇଛି। ଗତକାଲିଠାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଚିବାଳୟକୁ ସିଲ୍ କରାଯାଇଥିଲା। ରେକର୍ଡ, ଫାଇଲ ଓ ଇଲେକ୍ଟ୍ରୋନିକ ସାମଗ୍ରୀର ସୁରକ୍ଷା ଉପରେ କଡ଼ା ଦୃଷ୍ଟି ଦିଆଯାଇଛି। କାଲକାଜୀ ଆସନରୁ ବିଜେପି ପ୍ରାର୍ଥୀ ରମେଶ ବିଧୂରୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ଆତିଶୀ। ସେ ୩ ହଜାର ୫୨୧ ଭୋଟରେ ବିଜୟୀ ହୋଇଥିଲେ।

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ।  ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। କିନ୍ତୁ ନକ୍ସଲଙ୍କ ମୃତାହତ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।  କିଛି ଦିନ ହେଲା ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି। ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ଏହାସହ ମିଳିଥିବା ଖବର ମୁତାବକ ପୋଲିସ ପକ୍ଷରୁ କୁହାଯାଉଛି କି, ମୃତକଙ୍କ ସଂଖ୍ୟ ଆହୁରି ବଢ଼ିପାରେ । ଏହା ପୂର୍ବରୁ ୧୬ ଜଣଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଇଥିଲା । ଏବେ ସର୍ଚ୍ଚ ଅପରେସନ ଜାରି ରହିଥିବା କୁହାଯାଇଛି ।

ଅରବାଜ- ମଲାଇକାଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲା ସଲମାନ, ପୁତୁରାଙ୍କୁ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ମଲାଇକା ଏବଂ ଅରବାଜଙ୍କ ବିବାହ ବିଚ୍ଛେଦକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ସଲମାନ ଖାନ୍ । ପୁତୁରା ଅରହାନଙ୍କ ପୋଡକାଷ୍ଟରେ ଯୋଗ ଦେଇଥିଲେ ସଲମାନ । ଯେଉଁଥିରେ ବହୁ ଉପଦେଶ ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ପୋଡକାଷ୍ଟରେ ଅରବାଜ ଏବଂ ମଲାଇକାଙ୍କ ଛାଡ଼ପତ୍ର ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଯାହାକୁ ନେଇ ସଲମାନ ଅରହାନଙ୍କୁ କହିଛନ୍ତି କି, ବାପା ମାଙ୍କ ଛାଡ଼ପତ୍ର ପାଇଁ ଏହି ପିଲା ବହୁ ଉତଥାନ ପତନର ସାମ୍ନା କରିଛନ୍ତି । ଏହାସହ ଏବେ ନିଜ ଗୋଡ଼ରେ ନିଜକୁ ଛିଡ଼ା ହେବାକୁ ପଡ଼ିବ । ପରିବାର ସହ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ଏକାଠି ଖାଇବାର ମଜା ଅଲଗା । ଏଣୁ ପରିବାର ଲୋକଙ୍କୁ ସମ୍ମାନ ଦେବା ଉଚିତ । ଏହାସହ ବ୍ରେକଅପକୁ ନେଇ ଉଭୟ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

କହି ରଖୁଛୁ କି, ୧୯୯୮ ମସିହାରେ ଅରବାଜ ଏବଂ ମଲାଇକାଙ୍କ ବିବାହ ହୋଇଥିଲା । ଦୀର୍ଘ ୧୯ ବର୍ଷର ସମ୍ପର୍କ ପରେ ଏବେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି । ୨୦୧୭ ମସିହାରେ ଉଭୟ ଅଲଗା ହୋଇଛନ୍ତି ।

 

ସୈଫଙ୍କ ପୂର୍ବରୁ ଏହି ଦୁଇ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମୃତା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମ୍ରିତା ୮୦ ଦଶକରେ ବେଶ ଚର୍ଚ୍ଚାରେ ରହୁଥିଲେ । ତାଙ୍କର ହିଟ୍ ଫିଲ୍ମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଥିଲା । କିନ୍ତୁ ପରେ ତାଙ୍କର ବହୁ ଫିଲ୍ମ ଫ୍ଲପ ହେବା ପରେ ସିନେମାଠାରୁ ଦୂରେଇ ରହିଥିଲେ । ତେବେ ଅମ୍ରିତା ସୈଫ ଅଲ୍ଲି ଖାନଙ୍କୁ ବିବାହ କରି ସେମାନଙ୍କ ବିଚ୍ଛେଦ ହୋଇ ସାରିଛି । ମାତ୍ର ସୈଫଙ୍କ ପୂର୍ବରୁ ୨ ଜଣ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମ୍ରିତା । ଜଣେ ୧୫୦ରୁ ଅଧିକ ଫିଲ୍ମ କରି ସାରିଥିବାବେଳେ ଅନ୍ୟଜଣେ କ୍ରିକେଟର ଜଣାଶୁଣା ଚେହେରା ।

କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଭାଙ୍ଗିଗଲା ନିର୍ବନ୍ଧ

କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲା ଅମ୍ରିତାଙ୍କ ନାମ । ଉଭୟଙ୍କ ପ୍ରେମ ଏତେ ଆଗକୁ ଯାଇଥିଲା କି, ସେମାନେ ବିବାହ ପର୍ଯ୍ୟନ୍ତ କଥା ବଢ଼ାଇଥିଲେ । ଏମିତିକି ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହାର ମୁଖ୍ୟ କାରଣ ରହିଥିଲା କି, ରବି ଶାସ୍ତ୍ରୀ ବିବାହ ପୂର୍ବରୁ କହିଥିଲେ କି, ତୁମେ ବିବାହ ପରେ ଆଉ ଫିଲ୍ମ କରିବ ନାହିଁ । ଯାହାକୁ ମନା କରିଥିଲେ ଅମ୍ରିତା । ଆଉ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିନଥିଲା ।

ଅଭିନେତା ବିନୋଦ ଖାନ୍ନାଙ୍କୁ ମଧ୍ୟ ଡେଟ୍ କରିଥିଲେ

ସୈଫ୍ ଅଲ୍ଲୀ ଖାନଙ୍କ ବ୍ୟତୀତ ଅମ୍ରିତା ସିଂହଙ୍କ ନାମ ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ଗୋଟିଏ ସମୟରେ ଅମ୍ରିତା ସିଂହ ଏବଂ ବିନୋଦ ଖାନ୍ନାଙ୍କ ମଧ୍ୟରେ ମଧ୍ୟ ପ୍ରେମ ସମ୍ପର୍କ ଥିବା ଖବର ଆସିଥିଲା। କୁହାଯାଏ ଯେ ଅମୃତାଙ୍କ ସହ ସାକ୍ଷାତ ପରେ ବିନୋଦ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କଠାରୁ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ବୟସର ଯଥେଷ୍ଟ ପାର୍ଥକ୍ୟ ଥିଲା। ବିନୋଦ ଅଭିନେତ୍ରୀ ଅମୃତାଙ୍କଠାରୁ ୧୨ ବର୍ଷ ବଡ଼ ଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ।