ନନ୍ଦିଘୋଷ ବ୍ୟୁରୋ: ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ଆଜି ପୁଣି ସମ୍ବଲପୁରରେ ପୋଲିସ ପକ୍ଷରୁ ଏକ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ପୋଲିସ ଲାଇନରୁ ଏହି ଫ୍ଲାଗମାର୍ଚ୍ଚ ବାହାରି ଲକ୍ଷ୍ମୀ ଟକିଜ ଛକ ଦେଇ ଜିଲ୍ଲା ସ୍କୁଲ ଛକ, ପେନସନ ପଡା, ଦଳେଇପଡା, ସାନସଡକ ଦେଇ କୁଞ୍ଜେଲ ପଡା, ବଡ଼ବଜାର ଦେଇ ମୋଡିପଡ଼ା, ଚର୍ଚ୍ଚ ଛକ, ଅଇଁଠାପାଲି, ଧନକଉଡ଼ା, ଗେଙ୍ଗୁଟିପାଲି, ସୁନାପାଲି ଓ ମୋତିଝରଣ ପର୍ଯ୍ୟନ୍ତ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚରେ୪୦ପ୍ଲାଟୁନ ପୋଲିସ ସହ ଉତ୍ତରାଞ୍ଚଳ ଆଇଜି, ଏସପି, ସିଆରପିଏଫ କମାଣ୍ଡର, ଆରଏଏଫ, ବିଏସଏଫ ସାମିଲ ହୋଇଥିଲେ ।
ଉତ୍ତରପ୍ରଦେଶ ଆଗ୍ରାରେ କରଣୀ ସେନାର ସ୍ଵାଭିମାନ ରାଲି
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଆଗ୍ରାରେ କରଣୀ ସେନାର ସ୍ଵାଭିମାନ ରାଲି। ସ୍ଵାଭିମାନ ରାଲିକୁ ନେଇ ଆଗ୍ରାରେ ସତର୍କଜା ଜାରି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଯେକୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ରହିଚି। ସାଂସଦ ରାମଜୀ ଲାଲ ସୁମନଙ୍କ ଘରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଣା ସାଙ୍ଗାଙ୍କ ଉପରେ ରାଜ୍ୟସଭାରେ ଏସପି ସାଂସଦ ରାମଜୀ ଲାଲ ସୁମନଙ୍କ ବିବାଦୀୟ ବୟାନ ପରେ ହଙ୍ଗାମା ଜୋର ଧରିଛି। ରାଣା ସାଙ୍ଗାଙ୍କ ଜୟନ୍ତୀରେ ରକ୍ତ ସ୍ଵାଭିମାନ ରାଲି ସମ୍ମିଳନୀ କରିଛି କରଣୀ ସେନା। ସଂଧ୍ୟା ପରେ ସାଂସଦଙ୍କ ଘର ଅଭିମୁଖେ ଯାତ୍ରା ବାହାର କରିବାକୁ ଚେତାବନୀ ପରେ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଡ୍ରୋନ ମାଧ୍ୟମରେ ନଜର ରଖାଯାଇଛି। କାର୍ଯ୍ୟକ୍ରମ ସ୍ଥଳରୁ ସହରକୁ ଯାଉଥିବା ରାସ୍ତାରେ ପ୍ରତି ଦୁଇ କିଲୋମିଟର ମଧ୍ୟରେ ଫୋର୍ସ ମୁତୟନ କରାଯାଇଛି। କରଣୀ ସେନାର ଏହି ସ୍ଵାଭିମାନ ରାଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମୀ ପହଞ୍ଚିଥିଲେ। ସହରରେ ୯ କମ୍ପାନୀ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଚାଇବାସାରେ ପୁଣି ନକ୍ସଲଙ୍କ ତାଣ୍ଡବ : ଜଣେ ଯବାନ ସହିଦ
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ଚାଇବାସାରେ ପୁଣି ନକ୍ସଲଙ୍କ ତାଣ୍ଡବ। ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ। ଅନ୍ୟ ଜଣେ ଯବାନ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି। ଜରିଆକେଲାରେ ଆଇଇଡି ବିସ୍ଫୋରଣ କରିଥିଲେ ମାଓବାଦୀ। ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବାବେଳେ ବିସ୍ଫୋରଣ କରିଥିଲେ ମାୱାଦୀ। ଏଥିରେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଂଚି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଛି। ବିସ୍ଫୋରଣ ପରେ ଆହତ ଯବାନଙ୍କୁ ବିମାନ ଯୋଗେ ରାଞ୍ଚି ପଠାଯାଇଥିଲା। ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବାବେଳେ ନକ୍ସଲ ଆଇଇଡି ବିସ୍ଫୋରଣ କରିଥିଲେ।ଜରିଆକେଲା ଥାନା ଅଞ୍ଚଳର ରାଧାପୋଡା ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଇଥିବାବାବେଳେ ସୁରକ୍ଷା ବାହିନୀର ନକ୍ସଲମାନଙ୍କ ସହ ଏନକାଉଣ୍ଟର ହୋଇଥିଲା। କୋବ୍ରା ଏବଂ ଝାଡ଼ଖଣ୍ଡ ଜାଗୁଆରର ସୈନିକମାନଙ୍କ ଦ୍ୱାରା ଅଞ୍ଚଳରେ ଏବେ ବି ଅପରେସନ୍ ଜାରି ରହିଛି।ମିଳିତ ଅପରେସନ୍ ଟିମ୍ ଗଠନ କରାଯାଇଥିଲା।

