spot_img
Home Blog Page 1085

ଦିଲ୍ଲୀ ଫଳାଫଳ ; ଟ୍ରେଣ୍ଡରେ ଆଗୁଆ ବିଜେପି

ନୂଆଦିଲ୍ଲୀ:  ଦିଲ୍ଲୀରେ ଏଥର କିଏ ଜିତିବ ଏବଂ କିଏ ପରାଜୟର ସାମ୍ନା କରିବ, ତାହା କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ। ଏକଜିଟ୍ ପୋଲ ସର୍ଭେ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଏକ ବଡ଼ ବିଜୟ ଦାବି କରିଛି । ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିବେ ବୋଲି ଆଶା କରାଯାଉଛି । ତେବେ ନଜର ପକାନ୍ତୁ ବର୍ତ୍ତମାନ ସୁଦ୍ଧା ବିଜେପି କେତେ ଆସନ ଜିତିଛି ?

ଦିଲ୍ଲୀର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଉଛି । ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି ବହୁମତ  ଅତିକ୍ରମ କରିଛି । ଆମ ଆଦମୀ ପାର୍ଟି ବହୁତ ପଛରେ ପଡ଼ିଯାଇଛି । ତେବେ ଏକଜିଟ୍ ପୋଲ ସର୍ଭେ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଏକ ବଡ଼ ବିଜୟ ଦାବି କରିଛି। ସେ ୨୭ ବର୍ଷ ପରେ କ୍ଷମତାକୁ ଫେରିବେ ବୋଲି ଆଶା କରାଯାଉଛି ।

ଦିଲ୍ଲୀରେ ବିଜେପି ୬୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯେଉଁଥିରେ ଜେଡିୟୁ ଗୋଟିଏ ଆସନରେ ଏବଂ ଚିରାଗ ପାଶୱାନଙ୍କ ଏଲଜେପି (ଆର) ପ୍ରାର୍ଥୀ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜେଡିୟୁ ବୁରାରି ଆସନରୁ ନିର୍ବାଚନ ଲଢ଼ୁଛି ଏବଂ ଏଲଜେପି (ଆର) ଦେଓଲି ଆସନରୁ ନିର୍ବାଚନ ଲଢ଼ୁଛି ।

ବିଧାନସଭା ଆସନ ଧାରା, ବିଜୟ ବ୍ୟବଧାନ
ଆଦର୍ଶ ନଗର ବିଜେପି ଆଗୁଆ
ରିଥାଲାରେ ବିଜେପି ଆଗୁଆ
ମୁଡକା ବିଜେପି ଆଗରେ
ମଙ୍ଗୋଲପୁରୀ ବିଜେପି ଆଗରେ
ରୋହିଣୀରେ ବିଜେପି ଆଗୁଆ
ଶାଲିମାର ବାଗ ବିଜେପି ଆଗରେ
ସଦର ବଜାରରେ ବିଜେପି ଆଗରେ
ଚାନ୍ଦିନୀ ଚୌକରେ ବିଜେପି ଆଗରେ
କରୋଲବାଗରେ ବିଜେପି ଆଗରେ
ମୋତି ନଗର ବିଜେପି ଆଗରେ
ପଟେଲ ନଗର ବିଜେପି ଆଗରେ
ମାଦିପୁର ବିଜେପି ଆଗରେ
ରାଜୌରୀ ଗାର୍ଡେନ୍ ବିଜେପି ଆଗରେ
ହରି ନଗର ବିଜେପି ଆଗୁଆ
ଉତ୍ତମ ନଗର ବିଜେପି ଆଗୁଆ
ନଜଫଗଡ଼ରେ ବିଜେପି ଆଗରେ
ବିଜୱାସନରେ ବିଜେପି ଆଗରେ
ଦିଲ୍ଲୀରେ ବିଜେପି ଆଗରେ
ନୂଆଦିଲ୍ଲୀ: ବିଜେପି ଆଗୁଆ
ଜଙ୍ଗପୁରାରେ ବିଜେପି ଆଗରେ
କସ୍ତୁରବା ନଗରରେ ବିଜେପି ଆଗରେ
ଆର କେ ପୁରମରେ ବିଜେପି ଆଗରେ
ମେହରୌଲିରେ ବିଜେପି ଆଗରେ
ସଙ୍ଗମ ବିହାର ବିଜେପି ଆଗରେ
କାଲକାଜିରେ ବିଜେପି ଆଗରେ
ବଦରପୁରରେ ବିଜେପି ଆଗରେ
ଓଖଲା ବିଜେପି ଆଗରେ ଅଛି
ତ୍ରିଲୋକ ପୁରୀ ବିଜେପି ଆଗରେ
ପାଟପରଗଞ୍ଜରେ ବିଜେପି ଆଗରେ
ଲକ୍ଷ୍ମୀ ନଗର ବିଜେପି ଆଗରେ
ବିଶ୍ୱାସ ନଗର ବିଜେପି ଆଗୁଆ
କୃଷ୍ଣ ନଗରରେ ବିଜେପି ଆଗରେ
ଗାନ୍ଧୀନଗର ବିଜେପି ଆଗରେ
ଶାହଦରା ବିଜେପି ଆଗରେ
ଘୋଣ୍ଡା ବିଜେପି ଆଗୁଆ
କରାୱାଲ ନଗରରେ ବିଜେପି ଆଗରେ

ଆଜି ୧୮ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ବର: ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତାକାଲି ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି ।

ହେଲେ ଏବେବି କିଛି ଆବେଦନକାରୀଙ୍କର ଏନ୍ପିସିଆଇ ସମସ୍ୟା ରହିଛି। ସେମାନେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ। ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି । ଏହାକୁ ଆଜି ସୁଦ୍ଧା ସମାଧାନ କଲେଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ । ସମସ୍ୟା ସମାଧାନ ହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ ହିତାଧିକାରୀ ।

ଦିଲ୍ଲୀରେ କିଏ କରିବ ସରକାର ? ରିପିଟ ହେବ କି ଆମ୍ ଆଦମୀ ପାର୍ଟି ..

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ନିର୍ବାଚନ ଫଳାଫଳର ଦିନ । ଆରମ୍ଭ ହୋଇଗଲାଣି ଭୋଟ ଗଣତି ।  ତେବେ ଏଠାରେ ଗଣତି ଉପରେ ସମସ୍ତଙ୍କ ନଜର ରହିଛି, କିଏ ହାତେଇବ ଦିଲ୍ଲୀ ସିଂହାସନ । ଏଥରେ ନୂଆଦିଲ୍ଲୀ ଆସନରେ ସବୁଠାରୁ ବଡ଼ ଲଢ଼େଇ। ଏହି ଆସନରେ କାଣ୍ଟେ କି ଟକ୍କର। ଜଣେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ଦୁଇଜଣ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ଦୁଇ ପୁଅ। ନିର୍ବାଚନ ଇତିହାସରେ ଏପରି ହାଇପ୍ରୋଫାଇଲ ଲଢେଇ ବୋଧହୁଏ ବିରଳ। ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆପରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ। ତେଣେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବିଜେପି ମୁଖ୍ଯମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା।

ନୂଆଦିଲ୍ଲୀ ଆସନରୁ ଭୋଟ ଗଣତି ପୂର୍ବରୁ, ବିଜେପି ପ୍ରାର୍ଥୀ ପରବେଶ ବର୍ମା କନଟ୍ ପ୍ଲେସରେ ଥିବା ହନୁମାନ ମନ୍ଦିରରେ ପହଞ୍ଚିଛନ୍ତି । ଆଜିର ଭୋଟ ଗଣତି ପାଇଁ ହନୁମାନଙ୍କ ଆଗରେ ମୁଣ୍ଡ ଟେକିଛନ୍ତି । ପରବେଶ ବର୍ମା କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲ  ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଆସୁଛନ୍ତି । ସେ ୨୦୧୩ ରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୨୫ନିର୍ବାଚନରେ ​​ମଧ୍ୟ ଏହି ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ପୂର୍ବରୁ ଏହି ଆସନଟି ଗୋଲ ମାର୍କେଟ ବିଧାନସଭା ଆସନ ଭାବରେ ଜଣାଶୁଣା ଥିଲା। ୨୦୦୮ ମସିହାରେ, ସୀମା ନିର୍ଦ୍ଧାରଣ କମିଶନଙ୍କ ସୁପାରିଶ ପରେ, ଆସନଟିକୁ ପୁନଃଗଠିତ କରାଯାଇଥିଲା ଏବଂ ଗୋଲ ମାର୍କେଟ୍ ରୁ ନୂଆଦିଲ୍ଲୀ ଆସନ ନାମକରଣ କରାଯାଇଥିଲା ।

୨୦୨୦ ନିର୍ବାଚନରେ ​​ପ୍ରତିଯୋଗିତା କିପରି ଥିଲା?
ରାଜନୀତିରେ ନୂଆଦିଲ୍ଲୀ ଆସନ ସର୍ବଦା ଚର୍ଚ୍ଚାରେ ରହିଆସିଛି । ୨୦୨୦ ନିର୍ବାଚନରେ ​​ଏହି ଆସନରେ ମୋଟ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା କେଜରିୱାଲ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ସୁନୀଲ କୁମାର ଯାଦବଙ୍କ ମଧ୍ୟରେ ହୋଇଥିଲା।କେଜରିୱାଲ ୨୧ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚନରେ ​​ବିଜୟୀ ହୋଇଥିଲେ । ଆପ ପ୍ରାର୍ଥୀ ଅରବିନ୍ଦ କେଜରିୱାଲ ମୋଟ ୪୬,୭୫୮ ଭୋଟ ପାଇଥିବାବେଳେ ସୁନୀଲ ଯାଦବ ୨୫,୦୬୧ ଭୋଟ ପାଇଥିଲେ । କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରୋମେଶ ସମ୍ଭରୱାଲଙ୍କୁ ୩,୨୨୦ ଭୋଟ ମିଳିଥିଲା ।

ନୂଆଦିଲ୍ଲୀ ଆସନରେ ବିଜେପିର ପ୍ରଥମ ବିଜୟ
ପୂର୍ବରୁ ଗୋଲ ମାର୍କେଟ ନିର୍ବାଚନମଣ୍ଡଳୀ ଭାବରେ ଜଣାଶୁଣା ନୂଆ ଦିଲ୍ଲୀ ନିର୍ବାଚନମଣ୍ଡଳୀ, ୧୯୯୩ ମସିହାରେ ବିଜେପି ଏହାର ପ୍ରଥମ ନିର୍ବାଚନରେ ​​ଜିତିଥିଲା। ବିଜେପି ଏହି ଆସନରେ କ୍ରିକେଟରରୁ ରାଜନେତା ହୋଇଥିବା କୀର୍ତ୍ତି ଆଜାଦଙ୍କୁ ପ୍ରାର୍ଥୀ କରିଥିଲା ​​ଏବଂ ସେ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ। ତଥାପି, ୧୯୯୮ ମସିହାରେ କଂଗ୍ରେସ ବିଜେପିଠାରୁ ଏହି ଆସନଟି ଛଡ଼ାଇ ନେଇଥିଲା। ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

୨୦୦୩ ମସିହାରେ ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀରେ ନିର୍ବାଚନ ହୋଇଥିଲା ଯେଉଁଥିରେ କଂଗ୍ରେସକୁ ବଡ଼ ବିଜୟ ମିଳିଥିଲା। ସେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟ ମଧ୍ୟରେ, ଆସନର ନାମ ପରିବର୍ତ୍ତନ କରି ନୂଆଦିଲ୍ଲୀ ବିଧାନସଭା ଆସନ କରାଯାଇଥିଲା। ୨୦୦୮ ନିର୍ବାଚନରେ, ଶୀଲା ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ ଏବଂ ବିଜେପି ପ୍ରାର୍ଥୀ ବିଜୟ ଜଲିଙ୍କୁ ପରାସ୍ତ କରିଥିଲେ ।

କେଜ୍ରିୱାଲଙ୍କ ବଡ ବିଜୟ 
୨୦୧୩ ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ଆମ ଆଦମୀ ପାର୍ଟି ୨୦୧୨ ମସିହାରେ ଅସ୍ତିତ୍ୱ ପାଇଥିଲା। ୨୦୧୩ ମସିହାରେ ପ୍ରଥମ ନିର୍ବାଚନ ମାଧ୍ୟମରେ, ଆମ ଆଦମୀ ପାର୍ଟି ଦିଲ୍ଲୀର ରାଜନୈତିକ ସମୀକରଣକୁ ବଦଳାଇ ଦେଇଥିଲା। ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଶୀଲା ଦୀକ୍ଷିତଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ତାଙ୍କୁ ୨୫.୮୬୪ ଭୋଟ ବ୍ୟବଧାନରେ  ପରାସ୍ତ କରିଥିଲେ। ବିଜେପି ପ୍ରାର୍ଥୀ ବିଜେନ୍ଦ୍ର ଗୁପ୍ତା ତୃତୀୟ ସ୍ଥାନରେ ରହିଥିଲେ।

ପୁଣି ପାକିସ୍ତାନରେ ତେହରିକ-ଇ-ଇନସାଫର ଗର୍ଜନ, ଆଜି ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନରେ ତେହରିକ-ଇ-ଇନସାଫର ଗର୍ଜନ। ଆଜି ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ କରିବ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଲରେ ଥିବା ଇମରାନ ଖାଁଙ୍କ ଦଳ। ଗତବର୍ଷ ଦେଶରେ ହୋଇଥିବା ବେଆଇନ ନିର୍ବାଚନର ବର୍ଷପୂର୍ତ୍ତି ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ। ଫେବୃଆରୀ ୮କୁ କଳାଦିବସ ଭାବେ ପାଳନ କରିବ ପିଟିଆଇ ।

ଖାଇବର ପଖତୁନଖାୱାର ସ୍ବାବୀ, ପେଶୱାର, ଲାହୋରରେ ଏହି ଦିବସ ପାଳନ କରାଯିବ। ପିଟିଆଇର ଅଭିଯୋଗ ହେଉଛି ଗତବର୍ଷ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିଲା । ଇମରାନଙ୍କ ସମତେ ବିଭିନ୍ନ ନେତାଙ୍କୁ ଜେଲରୁ ଖଲାସ କରିବା ପାଇଁ ବି ଦେଶବ୍ୟାପୀ ଦାବି ଉଠିବ । ଦେଶରେ ସାନି ନିର୍ବାଚନ ଲାଗି ବି ଦାବି କରିବ ପିଟିଆଇ।

 

ଆଜି ଆସିବ ଦିଲ୍ଲୀ ଫଳାଫଳ : ନିର୍ବାଚନରେ କିଏ କରିବ ବାଜିମାତ?

ନୂଆଦିଲ୍ଲୀ: କିଏ କରିବ ଦିଲ୍ଲୀରେ ସରକାର । କ୍ଷମତାରେ ରହିବ ଆପ୍ ନା ୨୭ ବର୍ଷ ପରେ ଫେରିବ ବିଜେପି । ନା କଂଗ୍ରେସ କରିବ ସରକାର । ଆଜି ଆସିବ ରେଜଲ୍ଟ । ସାରା ଦେଶର ନଜର ଦିଲ୍ଲୀ କାଉଣ୍ଟିଂ ଉପରେ । ଏକଜିଟ ପୋଲ କହୁଛି ବିଜେପି କ୍ଷମତାକୁ ଆସିବ । ସେପଟେ ଆପ୍ କହୁଛି ଏକଜିଟ ପୋଲ ଆକଳନ ଭୁଲ ହେବ । ପୁଣି ଥରେ ଆପ୍ ସରକାର କରିବ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୩୬ । କଂଗ୍ରେସର ବିକଳ୍ପ ଭାବେ ସୃଷ୍ଟି ହୋଇଥିବା ଆପ୍ ୨୦୧୩ରେ କ୍ଷମତାକୁ ଆସିଥିଲା । ଏହା ପରେ ୨୦୧୫ ଓ ୨୦୨୦ରେ ଦଳ କ୍ଷମତାକୁ ଆସିଥିଲା ।

ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଚାଣକ୍ୟ ରିପୋର୍ଟରେ ବିଜେପିକୁ ବହୁମତ ଦେଇଛି। ବିଜେପିକୁ ୩୯ରୁ ୪୪ ଆସନ ଦେଇଥିବବେଳେ ଆପକୁ ୨୫-୨୮ ଓ କଂଗ୍ରେସକୁ ୨ରୁ ୩ ଆସନ ଦେଇଛି। ସେହିପରି ମାଇଣ୍ଡ ବ୍ରିଙ୍କ୍ ଆପକୁ ବହୁମତ ଦେଇଛି । ଆପକୁ ୪୪ରୁ ୪୯ ସିଟ ଦେଇଥିବାବେଳେ ବିଜେପିକୁ ୨୧ରୁ ୨୫ ସିଟ ଦେଇଛି । କଂଗ୍ରେସକୁ ମାତ୍ର ଗୋଟିଏ ସିଟ୍ ଦେଇଛି ।

ସେହିପରି ଉଇ ପ୍ରିଜାଇଡ୍ ସଂସ୍ଥା ଆପକୁ ବହୁମତ ଦେଇଛି। ଆପ୍ ଯଦି କ୍ଷମତା ହରାଏ ତେବେ ଏହା ପଛରେ ଅନେକ କାରଣକୁ ଦାୟୀ କରିଥିଲେ ରାଜନୀତି ସମୀକ୍ଷକ। ଦିଲ୍ଲୀ ମଦନୀତି ମାମଲା, ଯମୁନା ଜଳ ବିବାଦ, ମଧ୍ୟବିତ୍ତ ଅସୁଖୀ, ଇଣ୍ଡିମେଣ୍ଟରେ ଫାଟ ଆଦି କାରଣକୁ ଦାୟୀ କରିଛନ୍ତି ସମୀକ୍ଷକ। ସେପଟେ ଅପରେସନ ଲୋଟସକୁ ନେଇ ବଢିଛି ରାଜନୀତି ।

ତେବେ ନଜର ପକାନ୍ତୁ କିଏ କେତେ ଜିତିଥିଲା :-

୨୦୧୩ ନିର୍ବାଚନ: ଆପ୍ ୨୮, ବିଜେପି-୩୨, କଂଗ୍ରେସ-୮
୨୦୧୫ ନିର୍ବାଚନ: ଆପ୍-୬୭, ବିଜେପି-୩, କଂଗ୍ରେସ-୦
୨୦୨୦ ନିର୍ବାଚନ: ଆପ୍-୬୨, ବିଜେପି-୮, କଂଗ୍ରେସ-୦

ChatGPTକୁ ବ୍ୟବହାର କରି ଆପଣ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ! ଜାଣନ୍ତୁ ଏହାର ତରିକା

ଆଜିର ଡିଜିଟାଲ ଯୁଗରେ ଅର୍ଥ ରୋଜଗାରର ଅନେକ ଉପାୟ ରହିଛି । ଆଜି କୃତ୍ରିମ ବୁଦ୍ଧିମତା (AI) ମଣିଷର କାମ କରିବାର ତରିକାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ବିଶେଷ କରି ChatGPT ପରି ଟୁଲ୍ସ ଅନେକ କାମକୁ ସହଜସାଧ୍ୟ କରିଦେଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ChatGPTକୁ ବ୍ୟବହାର କରି ଆପଣମାନେ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ । ମାତ୍ର ସେଥିପାଇଁ ଆପଣଙ୍କୁ ଟଙ୍କା ରୋଜଗାର କରିବାର ବିଭିନ୍ନ ତରିକା ବିଷୟରେ ଜାଣିବାକୁ ପଡ଼ିବ ।

(1) Freelancing: ଆପଣଙ୍କର ଯଦି ଲେଖିବା, ଅନୁବାଦ କରିବା, ସଂଳାପ ଲେଖିବା, କୋଡିଂ କରିବା, ଡିଜିଟାଲ ମାର୍କେଟିଂ କରିବାରେ ଦକ୍ଷତା ଥାଏ, ତେବେ ଏଥିପାଇଁ ChatGPT ଆପଣଙ୍କୁ ସହାୟତା ପ୍ରଦାନ କରିବ । Fiverr, Upwork, Freelancer, PeoplePerHour ପରି ପ୍ଲାଟଫର୍ମରେ ଆପଣ ନିଜର ସର୍ଭିସକୁ ସେଲ କରିପାରିବେ ଓ ଅର୍ଥ ରୋଜଗାର କରିପାରିବେ ।

(2)  ବ୍ଲଗିଂ ଓ ଓ୍ବେବସାଇଟ: ଆପଣଙ୍କ ପାଖରେ ଯଦି ନିଜର ଓ୍ବେବସାଇଟ ବା ବ୍ଲଗ ରହିଛି, ତେବେ ଆପଣ ChatGPTର ସହାୟତାରେ ଉଚ୍ଚମାନର କଣ୍ଟେଣ୍ଟ ଲେଖି Google Adsense ଓ Affiliate Marketing ମାଧ୍ୟମରେ ଅଧିକ ଅର୍ଥ ରୋଜଗାର କରିପାରିବେ । SEO ଅପ୍ଟିମାଇଜଜଡ ଆର୍ଟିକିଲ୍ସ ଲେଖି ନିଜର ଓ୍ବେବସାଇଟକୁ Googleରେ ରାଙ୍କ କରିପାରିବେ ।  Amazon, Flipcart ବା ଅନ୍ୟ କୌଣସି ଆଫିଲିଏଟ ପ୍ରୋଗ୍ରାମ ସହ ଜଡ଼ିତ ହୋଇ ସେମାନଙ୍କର ପ୍ରଡକ୍ଟ ଲିଙ୍କ ନିଜ ବ୍ଲଗରେ ଦେଇ ପାରିବେ । ଲୋକମାନେ ସେହି ଲିଙ୍କରୁ କ୍ରୟ କଲେ ଆପଣଙ୍କୁ କମିଶନ ମିଳିବ ।

(3) G-Book ଓ କୋର୍ସ ବିକ୍ରି କରିବା: ଯଦି ଆପଣ କୌଣସି ବିଷୟରେ ବିଶେଷଜ୍ଞ ଅଟନ୍ତି, ତେବେ ChatGPT ସହାୟତାରେ ଇ-ବୁକ ବା ଅନଲାଇନ କୋର୍ସ ପ୍ରସ୍ତୁତ କରିପାରିବେ । ତାହାକୁ Amazon Kindle, Udemy ବା ନିଜ ଓ୍ବେବସାଇଟରେ ବିକ୍ରି କରିପାରିବେ ।

(4) ଆପଣଙ୍କର ନିଜର ଯଦି ଓ୍ବେବସାଇଟ ବା ବ୍ଲଗିଂ ରହିଛି, ତେବେ ଆପଣ ChatGPT ସହାୟତାରେ YouTube ସ୍କ୍ରିପ୍ଟ, Instagram Reels ପାଇଁ କଣ୍ଟେଣ୍ଟ ଓ Facebook ପୋଷ୍ଟ ପ୍ରସ୍ତୁତ କରିପାରିବେ  । YouTube ଚ୍ୟାନେଲ ତିଆରି କରନ୍ତୁ ଓ ଏଡ୍ ରିଭିନ୍ୟୁ, ସ୍ପନସନଶିପର କମାନ୍ତୁ । ChatGPT ଦ୍ବାରା ଭିଡିଓ ଟାଇଟଲ, ଡିସ୍କ୍ରିପସନ, ସ୍କ୍ରିପ୍ଟ ପ୍ରସ୍ତୁତ କରିପାରିବେ, ଯାହାଦ୍ବାରା କି ଆପଣଙ୍କର କାମ ସହଜ ହୋଇଯିବ ।

(5) ଡିଜିଟାଲ ମାର୍କେଟିଂ ଓ ଆଡଭର୍ଟାଇଜିଂରୁ ରୋଜଗାର: ଫେସବୁକ ଓ ଗୁଗଲ ଏଡ କ୍ୟାମ୍ପେନ ପାଇଁ ChatGPT ଦ୍ବାରା ଆକର୍ଷକ ଏଡ କପି ପ୍ରସ୍ତୁତ କରିପାରିବେ । ଇ-ମେଲ ମାର୍କେଟିଂ ପାଇଁ ଶାନଦାର ଇ-ମେଲ ଲେଖିପାରିବେ, ଯାହାଦ୍ବାରା ବିକ୍ରି ବଢ଼ିଥାଏ ।

ଡବଲ ଇଞ୍ଜିନ ଦେଉଛି ଡବଲ ଇଞ୍ଜିନକୁ ଧୋକା: ଚୋରା ଡିଜେଲ କାରବାରର ଖୋଲୁଛି ଗୁମର

ଭୁବନେଶ୍ବର: ଡବଲ ଇଞ୍ଜିନ ଦେଉଛି ଡବଲ ଇଞ୍ଜିନକୁ ଧୋକା । ଚୋରା ଡିଜେଲ କାରବାରର ଖୋଲୁଛି ଗୁମର । ବର୍ଷକୁ ୩୦୦ କୋଟିର ଟିକସ ଠକେଇ ଅଭିଯୋଗ । ବାହାର ରାଜ୍ୟର ମାଫିଆ ଓଡ଼ିଶାରେ ଚଳାଇଛନ୍ତି ରାଜୁତି । ଜଳକା ହୋଇ ଚାହିଁଛନ୍ତି ମୋହନ ସରକାର । ସବୁ ନୀତିନିୟମକୁ ଦଳି ମକଚି ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଚୋରା ବେପାର । ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ରାସ୍ତା କଡ଼ରେ ଚାଲିଛି ବେଆଇନ ବାୟୋ-ଡ଼ିଜେଲ କାରବାର । ତାଳଚେର-କଣିହାଁ ରାସ୍ତାରେ ଜିଲ୍ଲା ପ୍ରଶାସନର ଧରପଗଡ଼ ପରେ ଖୋଲିଲା କଳା କାରନାମାର କାହାଣୀ । ପେଟ୍ରୋଲ-ଡ଼ିଜେଲ ଜିଏସଟି ଅଧିନରେ ଆସୁନଥିବାରୁ ରାଜ୍ୟ ସରକାର ଏଥିରୁ ଭାଟ ଆଦାୟ କରୁଛନ୍ତି । ହେଲେ ଖୁଲମଖୁଲ୍ଲା ରାଜ୍ୟ ସୀମା ଡ଼େଇଁ ଆସୁଛି ଚୋରା ଡ଼ିଜେଲ, ଜାଣିପାରୁନି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବାଣିଜ୍ୟକର ବିଭାଗ । ଟିକସ ଫାଙ୍କିବାକୁ ସ୍ବତନ୍ତ୍ର ଚକ୍ରବ୍ୟୁହ ପ୍ରସ୍ତୁତ ହୋଇଛି । ବାହାର ରାଜ୍ୟ, ବିଶେଷ କରି ଗୁଜୁରାଟ, ମଧ୍ୟପ୍ରଦେଶରୁ ମାଫିଆ ମାନେ ଜିଏସଟି ଅଧିନରେ ଆସୁଥିବା ‘ଫୁଏଲ ଅଏଲ’ ନାଁରେ ୭୫ଟଙ୍କା ଦରରେ ଆଣୁଛନ୍ତି ବାୟୋ-ଡ଼ିଜେଲ । ଓଡ଼ିଶା ସରକାରଙ୍କୁ କୌଣସି ଭାଟ ନଦେଇ ଶିଳ୍ପାଞ୍ଚଳରେ ଲାଗିଥିବା ଟ୍ରକଗୁଡ଼ିକୁ ବେଆଇନ ଭାବେ ରାସ୍ତା ଉପରେ ବିକି କରୁଛନ୍ତି । ଦିନକୁ ପ୍ରାୟ ୨୦ଲକ୍ଷ ଲିଟର ଡ଼ିଜେଲର ଚୋରା କାରବାର ହେଉଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ଡ଼ିଲର୍ସ ସଂଘ ।

କେମିତି ଚାଲିଛି ଚୋରା କାରବାର । ଆସନ୍ତୁ ଜାଣିବା । ଡ଼ିଜେଲ ଉପରେ ରାଜ୍ୟ ସରକାର ଲିଟର ପିଛା ୧୭ ଟଙ୍କା ୫୧ ପଇସା ପାଉଛନ୍ତି । କିନ୍ତୁ ବେଆଇନ, ଅନୈତିକ, ଚୋରା କାରବାର ଯୋଗୁଁ ଦିନକୁ କୋଟି କୋଟି ଟିକସ ବାବଦକୁ କ୍ଷତି ସହୁଛନ୍ତି ରାଜ୍ୟ ସରକାର । ତୈଳ କ୍ଷେତ୍ରରେ ଆମଦାନୀ କମାଇବା ପାଇଁ କେନ୍ଦ୍ର ସରକାର ବ୍ଲେଣ୍ଡେଡ଼ ଡ଼ିଜେଲ ବିକ୍ରିକୁ ସତ୍ତର୍ମୂଳକ ଅନୁମତି ଦେଇଛନ୍ତି ସତ, ହେଲେ ସିଧାସଳଖ ବାୟୋ-ଡ଼ିଜେଲ ଗାଡ଼ିରେ ପକାଇବା ଦଣ୍ଡନୀୟ ଅପରାଧ । ତାହା ପୁଣି ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ରାସ୍ତା କଡ଼ରେ ଖୁଲମଖୁଲ୍ଲା ଡ଼ିଜେଲ କାରବାର ହତ୍ୟା ଅପରାଧ ସହ ସମାନ । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏତେବଡ଼ ରାକେଟ ଚାଲିଛି, ହେଲେ ଚୁପ୍ ବସିଛି ବାଣିଜ୍ୟକର ବିଭାଗ । ଯୋଗାଣ ମନ୍ତ୍ରୀଙ୍କୁ ଡ଼ିଲର୍ସ ସଂଘ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ବି କାହା ଚାପରେ ନାଲିଫିତା ତଳେ ଅଭିଯୋଗକୁ ଚାପି ଦିଆଯାଉଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସାଧାରଣ ଖାଉଟିଙ୍କ ପାଇଁ ଚଢା ଦର, ହେଲେ ମାଫିଆଙ୍କ ପାଇଁ ସାତ ଖୁନ ମାଫ୍ କାହିଁକି ? ଗୋଟିଏ ପଟେ ଘରୋଇ ତୈଳ ବିପଣନ କମ୍ପାନୀ ରିହାତି ଦରରେ ଡ଼ିଜେଲ ବିକ୍ରି କରୁଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀ ପଇସାଟିଏ ଛାଡୁନାହାନ୍ତି । ଯାହା ଫଳରେ ଦରଦାମ ବୃଦ୍ଧିର ଶିକାର ହେଉଛନ୍ତି ସାଧାରଣ ଲୋକେ । ଏପଟେ ବର୍ଷକୁ ପ୍ରାୟ ୩୦୦କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର । ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବେ କି?

ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ କି ସମ୍ପ୍ରସାରଣ: ସଙ୍କେତ ଦେଲେଣି ଶାସକ ଦଳର ଏକାଧିକ ବିଧାୟକ

ଭୁବନେଶ୍ବର: ରାଜ୍ୟ ମନ୍ତ୍ରିମଣ୍ଡଳର ହେବ କି ସଂପ୍ରସାରଣ ? ସଙ୍କେତ ଦେଲଣି ଶାସକ ବିଧାୟକ । କହିଲେ ମନ୍ତ୍ରୀଙ୍କୁ ଏକାଧିକ ବିଭାଗ ନେଇ ପଡୁଛି ଚାପ । କାହାକିଁ ହୋଇପାରୁନି ମନ୍ତ୍ରୀମଣ୍ଡଳ ପୂରଣ ବୋଲି ଉଠିଲାଣି ପ୍ରଶ୍ନ । ଧାନର କଟନି ଛଟନି, ଦରଦାମ ଓ ଆଳୁ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ରଙ୍କ ବୟାନବାଜି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବା ସହ ବଦନାମ କରିଛି । ଧାନ ମଣ୍ଡି ନେଇ ଚାଷୀ ଅସନ୍ତୋଷ ଓ ଦରଦାମ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣମନ୍ତ୍ରୀଙ୍କ ବେଫିକର ବୟାନବାଜି ସରକାରଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ଧାନରେ କଟନି ଛଟନି ହେଉଥିବା କହି ବିଜେପି ସରକାରଙ୍କ ବିଫଳତାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ ପଦାକୁ ଆଣିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଚାପ ବଡୁଥିବା ସୂଚନା ରହିଛି ।

ଏହାରି ଭିତରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ ପାଓ୍ବାର କରିଡ଼ରେ ଆରମ୍ଭ ହୋଇଛି ଚର୍ଚ୍ଚା । ମୋହନଙ୍କ ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ମୁହଁ ଖୋଲିଲେଣି ଦଳୀୟ ବିଧାୟକ। ୬ମନ୍ତ୍ରୀ ପଦ ଖାଲିପଡ଼ିଥିବା ବେଳେ ବିଜେପି ବିଧାୟକ ଅଶ୍ବନୀ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ନିଷ୍ପତି ନେବେ । ସେହିପରି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ ମନ୍ତ୍ରୀମାନେ କାର୍ଯ୍ୟବ୍ୟସ୍ଥତା ଯୋଗୁଁ ନିଜ ନିର୍ବାଚନୀ ମଣ୍ଡଳୀ ଯାଇପାରୁନାହାନ୍ତି ।

ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଚର୍ଚ୍ଚାକୁ ନେଇ ଶାସକ ଦଳରେ ଗୁଞ୍ଜରଣ ଆରମ୍ଭ ହେବା ପରେ ବହୁ ବରିଷ୍ଠ ଓ ଆଶାୟୀ ବିଧାୟକମାନେ ମୁହିଁ ଖୋଲିଛନ୍ତି । ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ କି ନାହିଁ ତାହା ମୁ୍ଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ହେଲେ ବିଜେପିରେ କର୍ମବୀର ନେତା ଅଛନ୍ତି , ଯେଉଁ ଦାୟିତ୍ବ ଦିଆଯିବ ତାହା ସେମାନେ ତୁଲାଇବେ । ସେହିପରି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି ଯେ ଦଳ ଯଦି ତାଙ୍କୁ ଦାୟିତ୍ବ ଦେବେ ତେବେ ସେ ପ୍ରସ୍ତୁତ ଅଛନ୍ତି ଦାୟିତ୍ବ ନେବାକୁ । ମନ୍ତ୍ରୀ ପଦ ଆଶାରେ ଥିବା ବିଧାୟକମାନେ ଜଣକ ପରେ ଜଣେ ଧୀରେଧୀରେ ମୁହଁ ଖୋଲିବା ପରେ ବିଜେପିର ଶୀର୍ଷ ନେତୃତ୍ବ ଚାପରେ ପଡିଛନ୍ତି । ସେପଟେ ସମୟ ଦେଖି ବିଜେପିକୁ କଟାକ୍ଷ କରିଛି ବିଜେଡ଼ି ।

ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ସରକାର ଚାପରେ ଅଛି । ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଏହାରି ଭିତରେ କିଛି ଦିନର ବ୍ୟବଧାନ ପରେ ବିଧାୟକମାନେ ମୁହଁ ଖୋଲିବା ଓ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଆରମ୍ଭ ହେବା ଶାସକ ଦଳର ରାଜନୀତିକୁ ଉଷ୍ମ କରିଛି ।

ଡ୍ରାଇଭର ସିଟରେ ଥାଇ ବି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇଲାନି ବିଜେପି: ଡବଲ ଇଞ୍ଜିନ ସରକାର କାହିଁକି ଡରୁଛି ବୋଲି ପ୍ରଶ୍ନ କଲା ବିଜେଡି

ଭୁବନେଶ୍ବର: ୨୪ ବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳିଥିଲା ବିଜେଡି । କିନ୍ତୁ କେନ୍ଦ୍ରଠୁ ଯେତିକି ନ୍ୟାୟ ମିଳିବା କଥା ତାହା ମିଳିନି। ଯେତିକି ଆର୍ଥିକ ସହାୟତା ରାଜ୍ୟ ପାଇବା କଥା ତାହା ପାଇନାହିଁ। ଏକ ବେମାର ରାଜ୍ୟରୁ ଆର୍ଥିକ ପ୍ରଗତିପୂର୍ଣ୍ଣ ରାଜ୍ୟରେ ପରିଣତ କରିବାରେ ବିଜେଡି ସମର୍ଥ ହୋଇଥିବା ନୀତି ଆୟୋଗ ରିପୋର୍ଟ କହିଛି। ଠିକ ସମାନ ଢଙ୍ଗରେ ଏବେ ବି ବିଜେଡି ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ପ୍ରମୁଖ ଦାବି ଉପସ୍ଥାପନ କରିଛି ଦଳ। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିମ୍ବା ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ଅର୍ଥ କମିଶନଙ୍କ ନିକଟରେ ଦାବି କରାଯାଇଛି ।

ନର୍ଥ ଇଷ୍ଟ ଓ ହିମାଳୟ ରାଜ୍ୟ ଭଳି ସ୍ୱତନ୍ତ୍ର ସହାୟତା ଦିଆଯାଉ । ଏଥିସହିତ କେନ୍ଦ୍ରୀୟ ରାଜସ୍ୱରୁ ରାଜ୍ୟର ଭାଗକୁ ସର୍ବନିମ୍ନ ୫୦ ପ୍ରତିଶତ କରିବାକୁ ଦାବି କରିଛି ଦଳ। କେନ୍ଦ୍ରୀୟ ଯୋଜନାର ଆର୍ଥିକ ଅନୁପାତ ବଢାଇବାକୁ ବିଜେଡି ଦାବି କରିଛି। ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ଏତେ ସବୁ ପ୍ରମୁଖ ଦାବି କରିଥିବାରୁ ଖୋଦ ଅର୍ଥ କମିଶନ ବିଜେଡିକୁ ପ୍ରଶଂସା କରିଛନ୍ତି । କିନ୍ତୁ ଶାସନରେ ଥାଇ ରାଜ୍ୟର ସ୍ୱାର୍ଥ ସଂପର୍କରେ ପଦୁଟିଏ ବି ଦାବି ରଖି ନ ଥିବାରୁ ଉଭୟ ସରକାର ଓ ବିଜେପି ଉପରେ ବର୍ଷିଛି ବିଜେଡି । କହିଛି, ଏତେ ଡର କାହିଁକି ? ବିଜେପି ସ୍ମାରକପତ୍ରରେ କୌଣସି କଥାକୁ ସ୍ଥାନ ମିଳିନି । ଡବଲ ଇଞ୍ଜିନ ସରକାର ଆସିବା ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ଫୋକସ ଷ୍ଟେଟର ମାନ୍ୟତା ସାଙ୍ଗେ ସାଙ୍ଗେ ମିଳିଯିବ । କିନ୍ତୁ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ନଥିଲା ବିଜେପିର ସ୍ମାରକପତ୍ର ।

ରାଜ୍ୟରେ ୪୦ ପ୍ରତିଶତ ଅନୁସୂଚିତ ଜାତି, ଜନଜାତି ରହିଛନ୍ତି । ରୟାଲଟି, ପ୍ରଦୂଷଣ ସବୁ ସହିବା ପରେ ଓଡିଶାକୁ ଲାଭ କିନ୍ତୁ ମିଳୁନି। ଉତ୍ତରପୂର୍ବ ରାଜ୍ଯ ଭଳି ୯୦-୧୦ ଅନୁପାତରେ ଅନୁଦାନ ଦେବାକୁ ଦାବି କରିଛି ବିଜେଡି । ବିଜେଡିର ଦାବିକୁ ରାଜ୍ୟ ସରକାର ଅନୁଭବ କରିବା ଦରକାର । କେନ୍ଦ୍ର ପାଖରେ ସେହି ଦାବି ଉପସ୍ଥାପନ କରିବା ଦରକାର ବୋଲି କୁହାଯାଇଛି । ସେପଟେ ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କମାନେ ଗୁରୁତ୍ୱ ଦେଉ ନାହାନ୍ତି । କ୍ରେଡିଟ ସହଜରେ ଦେଉ ନାହାନ୍ତି ବୋଲି କମିଶନଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଛି ଉତ୍କଳ ଚାମ୍ବର ଅଫ କମର୍ସ। ଅତ୍ୟାଧୁନିକ ଟେକ୍ନୋଲୋଜି ପାଇଁ ହ୍ୟାଣ୍ଡ ହୋଲଡିଂ, ଜମି ଓ କ୍ଲିଅରାନ୍ସ ସହ ବିଭିନ୍ନ ଷ୍ଟ୍ରାଟେଜିକ ଲୋକେସନରେ କ୍ଲଷ୍ଟରର ବିକାଶ ପାଇଁ ଦାବି ହୋଇଛି ।

ପଂଚାୟତ ଓ ପୌରସଂସ୍ଥା ଭଳି କ୍ଷେତ୍ରକୁ ମିଳୁଥିବା ୪ ପ୍ରତିଶତ ଆର୍ଥିକ ଅନୁଦାନକୁ ୫ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି । ସେଭଳି କୋଇଲା ରୟାଲଟି ବୃଦ୍ଧି, ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଥିବା ଜମି ଯାହା ସବୁ କାମ ନ ହୋଇ ପଡିରହିଛି ସେହି ଜମିକୁ ରାଜ୍ୟକୁ ଫେରାଇ ଦେବାକୁ କିମ୍ୱା ତାହାର ମୂଲ୍ୟ ରାଜ୍ୟକୁ ଦେବାକୁ ବିଜେଡି ଦାବି କରିଛି । ଧାର୍ମିକ ସ୍ଥଳ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ବ୍ୟବସ୍ଥା ସହ ଅନ୍ଯ କ୍ଷେତ୍ର ପାଇଁ ବିଜେଡି ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଥିବାବେଳେ ବିଜେପି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ନ ଉଠାଇବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

ପୁଣି ଫେରିଲା ଭାଟ ରାଜନୀତି: ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଲା ବିଜେଡି

ଭୁବନେଶ୍ବର: ପୁଣି ଫେରିଲା ଭାଟ ରାଜନୀତି । ରାଜ୍ୟ ସରକାରଙ୍କ କୋର୍ଟରେ ଭାଟ ବଲ । ଭାଟ କମାଇ ବଜେଟ ପୂର୍ବରୁ ନେବେ କି ବଡ଼ ନିଷ୍ପତ୍ତି ? ଜନତାଙ୍କ ସରକାର ବୁଝିବେ କି ଜନତା ଦୁଃଖ ? ବିଜେଡି କହିଲା, ନିଜ କଥା ନିଜେ ରକ୍ଷାକରୁ ବିଜେପି । ବିଜେପିର ଜବାବ ଚାଲିଛି ବିଚାର । ଶହେ ଟଙ୍କା ତଳକୁ ଖସୁନି ପେଟ୍ରୋଲ । ଡିଜେଲ ଲିଟର ୯୨ ଟଙ୍କା ଉପରେ। ଅତ୍ୟାବଶ୍ୟକ ସାମଗ୍ରୀମୂଲ୍ୟ ଆକାଶଛୁଆଁ । ହୁ ହୁ ହୋଇ ବଢିଚାଲିଛି ଦର । କେବେ ନିୟନ୍ତ୍ରଣକୁ ଆସିବ ଠିକଣା ନାହିଁ । ଏମିତିରେ ୧୭ରେ ବଜେଟ । ତା ପୂର୍ବରୁ ଭାଟ ହ୍ରାସ କରି ପେଟ୍ରୋଲ ଡିଜେଲ ଦରରେ ହ୍ରାସ କରିବାକୁ ଦାବି କରିଛି ବିଜେଡି । ୩ରୁ ୪ ପ୍ରତିଶତ ଭାଟ କମାଇବା ପାଇଁ ବିଜେପି ବିରୋଧୀ ଦଳରେ ଥିବା ବେଳେ ଦାବି କରୁଥିଲା । ଏବେ ନିଜ କଥା ନିଜେ ରଖନ୍ତୁ ବୋଲି ବିଜେଡି କହିଛି । ଏ ନେଇ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ତୈଳ ଦର କମିଲେ ପରିବହନ ଖର୍ଚ୍ଚ କମିବ । ସେହିଅନୁସାରେ ଦରଦାମ ସବୁ କ୍ଷେତ୍ରରେ ନିୟନ୍ତ୍ରଣକୁ ଆସିବ ବୋଲି ଅରୁଣ କହିଛନ୍ତି ।

ଦିନକୁ ଦିନ ଦରଦାମ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ବିଜେଡି ଲୋକଙ୍କ ସ୍ବର ସାଜି ରାଜରାସ୍ତାରୁ ବିଧାନସଭା ଯାଏ ଦରଦାମ ନିୟନ୍ତ୍ରଣ କରିବା ଲାଗି ଲଢେଇ ଜାରି ରଖିଛି । ଯାହା ଡବଲ ଇଂଜିନ ସରକାରକୁ ଅକଳରେ ପକାଇଛି । ଭାଟ କମାଇବା ପାଇଁ ବିଜେଡିର ପ୍ରସ୍ତାବକୁ ନେଇ ମତ ରଖିଛି ବିଜେପି । ବିଜେପି ବିଧାୟକ ଅଶ୍ବନୀ କୁମାର ଷଡ଼ଙ୍ଗୀ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ଭାଟ କମାଇବେ କି ନାହିଁ ତାହା ଉପରେ ବିଚାର ବିମର୍ଶ ଚାଲିଛି । ଯାହାକୁ ନେଇ ବିଜେପିକୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ । ଫେବୃଆରୀ ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ । ୧୭ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହେବ । ତାହା ପୂର୍ବରୁ ରାଜ୍ୟ ସରକାର ଭାଟ କମାଇବାକୁ ନେଇ ଦାବି ଜୋର ଧରିଲାଣି । ମୁଖ୍ୟ ବିରୋଧୀ ବିଜେଡି କହିଛି, ଜନତାଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଭାଟ କମାଉଛି ନା ରାଜ୍ୟବାସୀଙ୍କ ଉପରେ ଦରଦାମ ବୋଝ ଲଦିଦେଉଛି ତାହା ଉପରେ ସଭିଁଙ୍କ ନଜର ।