spot_img
Home Blog Page 109

ନୂଆପଡ଼ା ଗସ୍ତ ପୂର୍ବରୁ ନୂଆପଡ଼ାବାସୀଙ୍କୁ ଜୁହାର ଜଣାଇଲେ ନବୀନ

ନୂଆପଡ଼ା ଗସ୍ତ ପୂର୍ବରୁ ନୂଆପଡ଼ାବାସୀଙ୍କୁ ନବୀନ ପଟ୍ଟନାୟକ ଜଣାଇଲେ ଜୁହାର। ସେବା ଓ ସ୍ୱାଭିମାନର ମାଟି ନୂଆପଡ଼ାକୁ ମୋର ଜୁହାର କହିଲେ ନବୀନ। ଖରିଆର ରୋଡ୍, ନୂଆପଡ଼ା ଏନଏସି ଓ ପାରକୋଡ଼ଠାରେ ଆପଣମାନଙ୍କୁ ଭେଟିବା ନେଇ ବହୁତ ଉତ୍ସାହିତ କହିଛନ୍ତି ନବୀନ।

ରେକର୍ଡ କଲା ବିହାର, ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟରେ ୬୪ ପ୍ରତିଶତ ମତଦାନ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବମ୍ପର ଭୋଟ। ୬୪.୪୬ ପ୍ରତିଶତ ମତଦାନ ହୋଇଛି। ଏତେ ଭୋଟ କେବେ ପଡ଼ିନଥିଲା। ଏହା ୭୩ ବର୍ଷର ରେକର୍ଡ ଭାଙ୍ଗିଛି। ୭୩ ବର୍ଷରେ ପ୍ରଥମ ଥର ପାଇଁ ୬୪ ପ୍ରତିଶତ ମତଦାନ ହୋଇଛି। ଗତକାଲି ୧୨୧ଟି ଆସନରେ ଭୋଟ ହୋଇଥିଲା।

ଇଭିଏମରେ ସିଲ୍ ହୋଇଛି ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ। ୩ କୋଟି ୭୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତରୁ ଅଧିକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନେକ ବୁଥରେ ୱେବକାଷ୍ଟିଂ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି ହୋଇଥିଲା। ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବ, ତାଙ୍କ ଭାଇ ତେଜ ପ୍ରତାପ ଓ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ପ୍ରଥମ ପର୍ଯ୍ୟାୟରେ କିଏ ରହିବ ଆଗରେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ !

ନନ୍ଦିଘୋଷ ବ୍ୟୁରୋ : ଟାରିଫ ବିବାଦ ମଧ୍ୟରେ ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସକାରାତ୍ମକ କଥାବାର୍ତ୍ତା କରିଛନ୍ତି ଏବଂ ସେ ଆସନ୍ତାବର୍ଷ ଭାରତ ଆସିବା ଏକରକମ ନିଶ୍ଚିତ। ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ଏହି ସୂଚନା ଦ୍ବିପାକ୍ଷିକ ସମ୍ପର୍କ ଲାଗି ସହାୟକ ହୋଇଛି।

ଓଭାଲ ଅଫିସରେ ଟ୍ରମ୍ପ ପ୍ରଧାନମନ୍ତ୍ରୀଙ୍କୁ ଜଣେ ଉତ୍ତମ ବନ୍ଧୁ ଭାବେ ଅଭିହିତ କରିବା ସହ ରୁଷଠାରୁ ଭାରତ ତୈଳ କ୍ରୟ ବ୍ୟାପକ ହ୍ରାସ କରିଥିବାରୁ ଖୁସି ପ୍ରକାଶ କରିଥିଲେ। ଆମେରିକା ପ୍ରସ୍ତାବ ଅନୁସାରେ ଭାରତ ରୁଷଠାରୁ ତୈଳ କ୍ରୟ ହ୍ରାସ କରିଥିବାରୁ ସେ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରୁଷଠାରୁ ତୈଳ କ୍ରୟ କରୁଥିବା କାରଣରୁ ଭାରତ ଉପରେ ଆମେରିକା ଲାଗୁ କରିଥିଲା ୫୦ ପ୍ରତିଶତ ଟାରିଫ।

ଆଉନାହାନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ। ୭୧ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ୧୯୭୦ ଦଶକର କିମ୍ବଦନ୍ତୀ କଳାକାର ଓ ଗାୟିକା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସେ ହେଉଛନ୍ତ ସଂଗୀତଜ୍ଞ ଯତୀନ-ଲଳିତ ଓ ଅଭିନେତ୍ରୀ ବିଜୟତା ପଣ୍ଡିତଙ୍କ ଭଉଣୀ। ହୃଦଘାତର ଶିକାର ହୋଇ ସେ ନାନାବତୀ ହସ୍ପିଟାଲରେ ଆଖିବୁଜିଥିବା ଜଣାଯାଇଛି। ତାଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୭୫ରେ ସେ ସସପେନ୍ସ ଥ୍ରୀଲର ଉଲଝାନରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସଙ୍କୋଚ, ହେରାଫେରି, ଆପନାପନ, ଖାନଦାନ, ଚେହେରେ ପେ ଚେହେରା, ଧରମକଣ୍ଟା, ୱକ୍ତ କି ଦିବାନ ଆଦି ଫିଲ୍ମରେ ଅଭିନୟ କରିଥିଲେ। ସେ ଜିତେନ୍ଦ୍ର, ରାଜେଶ ଖାନ୍ନା, ବିନୋଦ ଖାନ୍ନା, ଶଶୀ କପୁର, ଶତ୍ରୁଘ୍ନ ସିହ୍ନା ପ୍ରମୁଖଙ୍କ ସହ ଅଭିନୟ କରିଥିଲେ।

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ

ନନ୍ଦିଘୋଷ ବ୍ୟୁରୋ : ଆଜି ନୂଆପଡ଼ା ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ଖରିଆର ରୋଡ ରେ ବିଜେଡିର ବିରାଟ ସମାବେଶରେ ଯୋଗ ଦେବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ନବୀନ। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଭରିଥିଲେ ଜୋସ୍। ନବୀନଙ୍କୁ ନିକଟରେ ପାଇ ନୂଆପଡାବାସୀ ହୋଇଥିଲେ ଖୁସି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବା ଲାଗି ପୁଣି ଥିଲେ ନୂଆପଡା ଗସ୍ତ କରିବେ ନବୀନ।

କଳିଙ୍ଗା ଘାଟିରେ ଦୁର୍ଘଟଣା : ଭାରସାମ୍ୟ ହରାଇ ଓଲଟିଲା ବସ୍ ; ୧୫ରୁ ଅଧିକ ଯାତ୍ରୀ ଆହତ

ନନ୍ଦିଘୋଷ ବ୍ୟୁରୋ : ଜି.ଉଦୟଗିରି କଳିଙ୍ଗା ଘାଟି ଅନ୍ଧାରକୂଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଶ୍ରୀରାମ ବସ୍ । ବସଟି ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା । ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବିନା ଅନୁମତିରେ କଳିଙ୍ଗା ଘାଟି ଦେଇ ବସ୍ ଯାଉଥିବା ସୂଚନା ମିଳିଛି। ଆହତମାନଙ୍କୁ ଭଞ୍ଜନଗର ଓ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ। ବିନା ଅନୁମତିରେ ଗାଡିଟି କିପରି କଳିଙ୍ଗା ଘାଟିକୁ ଅତିକ୍ରମ କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରୀଯାନ ବାରଣ କରାଯାଇଥିବା ସତ୍ତ୍ବେ ବସଟି କଳିଙ୍ଗା ଘାଟି ଚଢିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଚତୁର୍ଥ ଟି-ଟ୍ଵେଣ୍ଟି ଜିତିଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ : ଚତୁର୍ଥ ଟି-ଟ୍ଵେଣ୍ଟି ଜିତିଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇ ସିରିଜରେ ୨-୧ ରେ ଆଗୁଆ ରହିଛି ଭାରତ। ଓଭାଲରେ ହୋଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ କରିଥିଲା ୧୬୭ ରନ। ଗିଲ୍ ସର୍ବାଧିକ ୪୬ ରନ୍ କରିଥିଲେ। ଟାର୍ଗେଟ ୧୬୮ ରନ୍ ର ପିଛା କରି ଅଷ୍ଟ୍ରେଲିଆ ୧୧୯ ରନରେ ଅଲଆଉଟ ହୋଇଥିଲା। ୱାସିଂଟନ ସୁନ୍ଦର ୩ ୱିକେଟ ନେଇଥିଲେ। ଦୁବେ ଓ ଅକ୍ଷରଙ୍କୁ ୨ଟି ଲେଖାଏଁ ୱିକେଟ ନେଇଛନ୍ତି। ଅକ୍ଷର ପଟେଲ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ଆଜିର ବିଜୟ ସହିତ ସିରିଜରେ ୨-୧ ଆଗୁଆ ରହିଲା ଟିମ୍ ଇଣ୍ଡିଆ। ଆସନ୍ତା ଶନିବାର ବ୍ରିସବେନରେ ଶେଷ ଟି-ଟ୍ଵେଣ୍ଟି ଖେଳାଯିବ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିକଳ ଦୃଶ୍ୟ : ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିକଳ ଦୃଶ୍ୟ । ରାସ୍ତାରେ ପାଠ ପଢିଲେ ରେଭେନ୍ସା ୟୁଜି ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଅଧ୍ୟାପକ ମଧ୍ୟ ରାସ୍ତାରେ ଓଡ଼ିଆ କ୍ଳାସ ନେଇଛନ୍ତି । କ୍ଳାସ ରୁମ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ବାଧ୍ୟ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ପାଠ ପଢୁଛନ୍ତି ୩୦ ଜଣ ଛାତ୍ରଛାତ୍ରୀ । କେଉଁ ମୁହୂର୍ତ୍ତରେ କ୍ଲାସ ରୁମର ସିଲିଂ ଖସିବ ତାର କିଛି ଠିକ ଠକଣା ନାହିଁ । ଏନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଭାଗର ଛାତ୍ରଛାତ୍ରୀ । ୨୦ ଦିନ ହେବ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ନିଆରା ଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ

କ୍ରିକେଟର ସୁରେଶ ରୈନା ଓ ଶିଖର ଧାଓ୍ୱନଙ୍କ ସମ୍ପତ୍ତି ଆଟାଚ କଲା ED

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟର ସୁରେଶ ରୈନା ଓ ଶିଖର ଧାଓ୍ୱନଙ୍କ ସମ୍ପତ୍ତି ଆଟାଚ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ମୋଟ ୧୧.୧୪ କୋଟି ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ନିଆଯାଇଛି। ଆଟାଚ କରାଯାଇଥିବା ସମ୍ପତ୍ତିରେ ସୁରେଶ ରାଇନାଙ୍କ ନାମରେ ୬.୬୪ କୋଟି ମୂଲ୍ୟର ମ୍ୟୁଚୁଆଲ ଫଣ୍ଡ ନିବେଶ ଏବଂ ଶିଖର ଧାୱନଙ୍କ ନାମରେ ୪.୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ସାମିଲ ଅଛି।

ସୂଚନା ଅନୁଯାୟୀ, EDର ତଦନ୍ତ ବେଆଇନ ଅନଲାଇନ ବେଟିଂ ପ୍ଲାଟଫର୍ମ 1xBet ସହିତ ଜଡିତ ବିଭିନ୍ନ ରାଜ୍ୟରେ ପୋଲିସ ଦ୍ୱାରା ଦାଖଲ କରାଯାଇଥିବା FIR ଉପରେ ଆଧାରିତ। ତଦନ୍ତରୁ ଜଣାପଡିଛି ଯେ, 1xBet ଏବଂ ଏହାର ସରୋଗେଟ ବ୍ରାଣ୍ଡ – 1xBat ଏବଂ 1xBat ସ୍ପୋର୍ଟିଂ ଲାଇନ୍ସ – ବିନା ଅନୁମତିରେ ଭାରତରେ ଅନଲାଇନ ବେଟିଂ ଏବଂ ଜୁଆକୁ ପ୍ରୋତ୍ସାହିତ କରୁଥିଲେ।

ED ଅନୁଯାୟୀ, ରାଇନା ଏବଂ ଧାୱନ ଏହି ପ୍ଲାଟଫର୍ମଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀ କମ୍ପାନୀଗୁଡ଼ିକ ସହିତ ସହଯୋଗ କରିଥିଲେ ଏବଂ ବିଦେଶୀ ଚ୍ୟାନେଲ ମାଧ୍ୟମରେ ସେମାନଙ୍କୁ ଦେୟ ଦିଆଯାଇଥିଲା। ଏହି ଟଙ୍କା ଅବୈଧ ବାଜି ମାଧ୍ୟମରେ ଅର୍ଜିତ ହୋଇଥିଲା ଏବଂ ଏହାର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଜଟିଳ କାରବାର କରାଯାଇଥିଲା।

ଭୁବନେଶ୍ୱରରେ ଗୁରୁବାର ପାଇଁ ଫିକା ପଡ଼ିଲା ଛାଡଖାଇ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରରେ ମାଣବସା ଗୁରୁବାର ପାଇଁ ଫିକା ପଡ଼ିଲା ଛାଡଖାଇ । ଆସନ୍ତାକାଲି ଜମିବ ଛାଡ଼ । ୟୁନିଟ ୪ ମାଛ ମାର୍କେଟକୁ ଆଜି ମାତ୍ର ୨୦ ପ୍ରତିଶତ ମାଛ ଆସିଥିବାବେଳେ ଆସନ୍ତାକାଲି ବଜାରକୁ ଆସିବ ୨ ଟନ ମାଛ । ଉଚା ରହିବ ଦର । ଆଜି ଛାଡଖାଇ ହୋଇଥିବା ବେଳେ ଆମିଷ ବଜାରରେ ବେପାର ନାହିଁ । ହେଲେ ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା, ଚିଙ୍ଗୁଡି, କଙ୍କଡ଼ା, ଇଲିସି ବଜାରରେ ମିଳୁଛି । ଗୁରୁବାର ଯୋଗୁଁ ଦରରେ କିଛି ଖାସ୍ ପରିବର୍ତ୍ତନ ଦେଖିବା ପାଇଁ ମିଳିନଥିବା ବେଳେ ଆସନ୍ତାକାଲି ବଢିବ ରେଟ୍ । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ଵର ପ୍ରତିନିଧି ଅରୁଣ ସାହୁ ।