spot_img
Home Blog Page 1094

ଅସୁରକ୍ଷିତ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ, ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ

କୋରାପୁଟ: ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ। ଅସୁରକ୍ଷିତ ଜୟପୁର ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ। ଅଣଛାତ୍ରଙ୍କ ଉତ୍ପାତରେ ଅତିଷ୍ଠ କଲେଜ କର୍ତ୍ତୃପକ୍ଷ । ଗତ ୩ ତାରିଖରେ ଜଣେ ଡିଗ୍ରୀ ଦ୍ବିତୀୟ ବର୍ଷ ଛାତ୍ର ରାମ ଚନ୍ଦ୍ର ମାଢୀଙ୍କୁ ଛୁରାରେ ଆକ୍ରମଣ କରିଥିଲେ ୬ ଜଣ ଅଣଛାତ୍ର । ମୋବାଇଲ ଛଡାଇବାକୁ ଚେଷ୍ଟା କରିବା ସହ ଟଙ୍କା ମାଗିଥିଲେ । କିନ୍ତୁ ମୋବାଇଲ୍ ନପାଇବାରୁ ଏକ ଛୁରାରେ ପେଟକୁ ମାରି ଚମ୍ପଟ ମାରିଥିଲେ । ପରେ ବିଶ୍ବ ବିଦ୍ୟାଳୟ ରେଜିଷ୍ଟେର ରଞ୍ଜନ କୁମାର ପ୍ରଧାନ ଏ ନେଇ ଜୟପୁର ଥାନାରେ ଏତଲା ଦେଇଥିଲେ। ଏବେ ଅସାମାଜିକ ମାନଙ୍କୁ ଗିରଫ କରିବା ଦାବିରେ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ ଆଗରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିବା ସହ ଧାରଣା ବସିଥିଲେ । କଲେଜ କ୍ଯାମ୍ପସ ଭିତରେ ଅଣ ଛାତ୍ର ମାନେ ଅବାଧ ପ୍ରବେଶ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ବିଶ୍ବ ବିଦ୍ୟାଳୟ କତ୍ତୃପକ୍ଷ ମଧ୍ୟ ଏଥପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନ ରତ ଛାତ୍ରଛାତ୍ରୀ ।
ଧାରଣା ସ୍ଥଳରେ ବିଶ୍ବ ବିଦ୍ୟାଳୟ କତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନକାରୀ ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି । କ୍ୟାମ୍ପସ ମଧ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେବା ସହ ବିନା ପରିଚୟ ପତ୍ରରେ କ୍ୟାମ୍ପସ ଭିତରକୁ ପ୍ରବେଶ ନକରେଇବାକୁ କଡା ନିୟମ କରାଯାଇଛି। ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ଜୟପୁର ଟାଉନ୍ ଥାନା ଅଧିକାରୀ । ସେଥିମଧ୍ୟରୁ ୫ ଜଣ ନାବାଳକ ହୋଇଥିବା ବେଳେ ଜଣେ ଶାବାଳକ । ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।
ପୂର୍ବରୁ ମଧ୍ୟ ବିଶ୍ବ ବିଦ୍ୟାଳୟରେ ବହୁ ଛାତ୍ରଙ୍କ ଠାରୁ ମୋବାଇଲ ଛଡେଇ ନେବା ଘଟଣା ଘଟିଛି । ହେଲେ ବାରମ୍ବାର ଏପରି ଅପରାଧିକ ଘଟଣା ପରେ ବି ପୋଲିସ କିମ୍ବା ବିଶ୍ବ ବିଦ୍ଯାଳୟ କତ୍ତୃପକ୍ଷ ନିରବ ରହିବା ଯୋଗୁଁ ଛାତ୍ର ଅସନ୍ତୋଷ ଉଗ୍ରରୁପ ନେବାକୁ ଯାଉଛି ।

ବାରବାଟୀରେ ଆସନ୍ତା ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ: ଖେଳାଳୀଙ୍କ ସୁରକ୍ଷାରେ ୫୦ ପ୍ଲାଟୁନ ଫୋର୍ସ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଏନେଇ ସୁରକ୍ଷା ଦାୟିତ୍ୱରେ ରହିବେ ୫୦ ପ୍ଲାଟୁନ ଫୋର୍ସ। ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଏଥିପାଇଁ ପୋଲିସ ଅଧିକାରୀଙ୍କ ସହ ଏକ ଆଲୋଚନା ସରିଛି। ଟ୍ରାଫିକ ପାଇଁ ରୁଟ୍ ଲାଇନିଂ ପ୍ରସ୍ତୁତ ହୋଇଛି । ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ ।

ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ ବିଭାଗର ବରିଷ୍ଠ କର୍ମକର୍ତ୍ତା, ଓସିଏ, ଟ୍ରାଫିକ, ହୋଟେଲ କର୍ମକର୍ତ୍ତା, ଏୟାରପୋର୍ଟ ଅଥରିଟି, ସିଆଇଏସଏଫର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ । ମେଫେୟାର ହୋଟେଲରେ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ୮ ତାରିଖରେ ଅଭ୍ୟାସ ପାଇଁ କଡ଼ା ସୁରକ୍ଷାରେ କଟକ ଯିବ ଦୁଇ ଦଳ । ୯ ତାରିଖରେ ମ୍ୟାଚ୍ ଖେଳାଯିବ । କଟକରେ ମ୍ୟାଚ୍ ପାଇଁ ବନ୍ଦୋବସ୍ତର ବ୍ୟାପକ ଯାଞ୍ଚ କରିଛନ୍ତି ଟ୍ଵିନ ସିଟି ପୋଲିସ କମିଶନର। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସହ ସୁରୁଖୁରୁରେ ମ୍ୟାଚ ସମ୍ପାଦନ ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର।

AI ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର 

ନନ୍ଦିଘୋଷ ବ୍ୟୁରୋ : AI ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ଚାର୍ଟଜିପିଟି ଓ ଡିପସିକ ,ଗୁଗୁଲ ଜେମିନି ବ୍ୟବହାରକୁ ବିରୋଧ କରି କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ। ସରକାରୀ କର୍ମଚାରୀ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ। କାମ କରିବା ସମୟରେ ଅଫିସର ଲାପଟପ ଓ କମ୍ପ୍ୟୁଟରେ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । କାର୍ୟ୍ୟାଳୟ ଓ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ହେବା ଆଶଙ୍କା ବଢ଼ିବା ପରେ ଏହି ନିର୍ଦ୍ଦେଶନାମଜାରି କରାଯାଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ  ବିଜ୍ଞପ୍ତି ଜାରି ହୋଇଛି। ତେବେ ମୋବାଇଲରେ ବ୍ୟକ୍ତିଗତ ଆକାଉଣ୍ଟରେ ବ୍ୟବହାର ଉପରେ କୌଣସି କଟକଣା ନାହିଁ ।

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ସରକାରୀ କମ୍ପ୍ୟୁଟରରେ ଏଆଇ ଆପର ବ୍ୟବହାର ଗୋପନୀୟ ସରକାରୀ ସୂଚନାକୁ ବିପଦରେ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି, ମନ୍ତ୍ରଣାଳୟ ସମସ୍ତ କର୍ମଚାରୀଙ୍କୁ ସରକାରୀ ଡିଭାଇସରେ ଏପରି ଉପକରଣ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଅର୍ଥ ସଚିବଙ୍କ ଅନୁମୋଦନ ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ବ୍ୟୟ, ସାର୍ବଜନୀନ ଉଦ୍ୟୋଗ ଏବଂ ଆର୍ଥିକ ସେବା ସମେତ ପ୍ରମୁଖ ସରକାରୀ ବିଭାଗଗୁଡ଼ିକୁ ପଠାଯାଇଛି ।

AI ଆପ୍ ଦ୍ୱାରା ଡାଟା ଲିକ୍ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ଶହଶହ ଏଆଇ ଆପ୍‌ରେ କାମ ହେଉଛି । ଅଧିକ କାମକୁ କମ୍‌ ସମୟରେ ସାରିବା ଲାଗି ନୂଆ ନୂଆ ଟୁଲ୍‌ର ବ୍ୟବହାର ବି କରାଯାଉଛି । ସରକାରୀ କାର୍ଯ୍ୟାଳୟରେ ଯେଉଁମାନେ କାମ କରୁଛନ୍ତି ସେମାନେ ବି ଟୁଲ୍‌ ବ୍ୟବହାର କରୁଛନ୍ତି । ହେଲେ ଏହି ଟୁଲ୍‌ରେ ଅନେକ ଗୋପନୀୟତା ନଷ୍ଟ ହେଉଛି । ସୂଚନା ଅନୁସାରେ ଭାରତରେ, ଚାଜ୍‌ଜିପିଟି, ଜେମିନି ଓ ଡିପସିକ୍‌ ଭଳି ଅନେକ ଟୁଲ୍‌ କାମ କରୁଛି ।

ମଣପୁରମରୁ ସୁନା ଡକାୟତି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ୱଲପୁର: ସମ୍ୱଲପୁର ମଣପୁରମରୁ ସୁନା ଡକାୟତି ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଗୌହାଟୀରୁ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଉତ୍ତମ ପାଶୱାନ। ଉତ୍ତମ ଜାନୁଆରୀ ୩ ତାରିଖ ଡକାୟତି ଘଟଣାରେ ମୂଖ୍ୟ ଅଭିଯୁକ୍ତ ଥିଲେ । ଆଜି ଉତ୍ତମକୁ କୋର୍ଟ ଚାଲାଣ କରାଯାଇଛି । ଉତ୍ତମ ଡକାୟତି ଦିନ ନିଜେ ସୁନା ବେଗ ଧରି ତଳକୁ ଓହ୍ଲାଇ ବାଇକରେ ବସି ଫେରାର ହୋଇ ଯାଇଥିଲା । ଦୀର୍ଘ ଏକ ମାସ ପରେ ଉତ୍ତମକୁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ଟିମ ଗୌହାଟୀରୁ ଧରିବାରେ ସଫଳ ହୋଇଛି ।

ଏହାପରେ ପୁଣି ୭ଦିନ ରିମାଣ୍ଡରେ ଅଣାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।

ରତନ ଟାଟାଙ୍କ ୧୫ ହଜାର କୋଟି ସମ୍ପତ୍ତିକୁ ନେଇ ବିବାଦ

ନନ୍ଦିଘୋଷ ବ୍ୟୁରୋ : ଦିବଙ୍ଗତ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ୧୫ ହଜାର କୋଟି ସମ୍ପତ୍ତିକୁ ନେଇ ବିବାଦ । ଏହି ସମ୍ପତ୍ତି ଉପରେ କାହାର ଅଧିକାର ରହିବ ସେନେଇ ବିବାଦ ମୁଣ୍ଡ ଟେକିଛି । ରତନ ଟାଟା ଏଣ୍ଡାଉମେଣ୍ଟ ଫାଉଣ୍ଡେସନ (RTEF)ର ଟ୍ରଷ୍ଟି ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଅଭାବରୁ ଅନିଶ୍ଚିତତା ଜାରି ରହିଛି। ହିତାଧିକାରୀମାନେ ଏହି ମାମଲାରେ ମଧ୍ୟସ୍ଥି କରିବା ପାଇଁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ସହଯୋଗ ନିଆଯିବ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଚାର କରାଯିବ । ପୂର୍ବତନ ବିଚାରପତି ଏହା ମଧ୍ୟ ନିଷ୍ପତ୍ତି ନେବେ ଯେ ଟାଟା ଗ୍ରୃପର ସମସ୍ତ କାର୍ଯ୍ୟକାରୀ କାହା ହାତକୁ ଦିଆଯିବ । ତାଙ୍କ ପରିବାର କିମ୍ବା ଟାଟା ଟ୍ରଷ୍ଟର ସଦସ୍ୟଙ୍କୁ । RTEF ଏକ ପରଉପକାରୀ ସଂସ୍ଥା ଅଟେ । ଏବଂ ଟାଟାର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିର ଏକ ପ୍ରମୁଖ ଅଂଶ ଏଥିରେ ରହିଛି ।

 ରତନ ଟାଟା ୨୦୨୨ ମସିହାରେ ଦୁଇଟି ସଂଗଠନ ପ୍ରତିଷ୍ଠା କରିଥିଲେ। ରତନ ଟାଟା ଏଣ୍ଡାଉମେଣ୍ଟ ଫାଉଣ୍ଡେସନ୍ (RTEF) ଏବଂ ରତନ ଟାଟା ଏଣ୍ଡାଉମେଣ୍ଟ ଟ୍ରଷ୍ଟ। ଏହି ଦୁଇଟି ଅନୁଷ୍ଠାନ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି । ଏହି ୨ ଟି ସଂସ୍ଥାର ଉଦ୍ଦେଶ୍ୟ ହେଉଛି ପରଉପକାର କରିବା । RTEF କମ୍ପାନୀ ଆଇନ ୨୦୧୩ ର ଧାରା ୮ ଅନୁଯାୟୀ ପଞ୍ଜିକୃତ ଏବଂ ଟାଟା ସନ୍ସ, ଟାଟା ଡିଜିଟାଲ୍ ଏବଂ ଟାଟା ଟେକ୍ନୋଲୋଜିରେ ମଧ୍ୟ ଏହାର ସାମାନ୍ୟ ଅଂଶ ରହିଛି। ରତନ ଟାଟା ଚାହୁଁଥିଲେ ଯେ ଏହି ଫାଉଣ୍ଡେସନ୍ ଟାଟା ଟ୍ରଷ୍ଟଠାରୁ ସ୍ୱାଧୀନ ରହୁ ଏବଂ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ସମାଜସେବାରେ ବ୍ୟବହାର କରାଯାଉ।

ସୂଚନା ଅନୁସାରେ ରତନ ଟାଟାଙ୍କ ସମ୍ପତ୍ତିରେ ଅନେକ ଲୋକଙ୍କ ନାଁ ଅଛି । ରତନ ଟାଟା ତାଙ୍କ ସମ୍ପତ୍ତିରେ ଡାରିଅସ୍ ଖାମ୍ବାଟ୍ଟା, ମେହଲି ମିସ୍ତ୍ରୀ ଏବଂ ଶିରିନ୍, ଡିନା ଜୀଜିଭୋୟଙ୍କ ନାମ ରହିଛି । ଏମାନଙ୍କ ନାଁ ରହିଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ କିଏ ଦାୟୀତ୍ୱଭାର ନେବେ ତାହା ସ୍ପଷ୍ଟ ହୋଇନାହିଁ ।

 

 

କୁଆଖାଇରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ବର: କୁଆଖାଇରେ ବୁଡି ୨ ଛାତ୍ର ମୃତ । ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ମୃତ ଛାତ୍ର ଦୁଇଜଣ ଏକ ଟିଉସନ୍ ସାରଙ୍କ ସହ ରଙ୍ଗ ବଜାର କୁଆଖାଇ ନଦୀକୁ ଆସିଥିଲେ । ମୂର୍ତ୍ତି ବିସର୍ଜନ ବେଳେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୨ ଛାତ୍ରଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମବାହିନୀ । ଛାତ୍ର ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ବୁଧବାର ଦିନ ସକାଳ ସମୟରେ ଦୁଇ ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତିକୁ ନେଇ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡିଗଲେ ଦୁଇ ଜଣ ଛାତ୍ର । ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଛନ୍ତି । ମୃତ ଦୁଇ ଛାତ୍ର୧୫ ଵର୍ଷିୟ ସିକୁନ ସେନାପତି ଏବଂ ଦିବ୍ୟଜ୍ୟୋତି ମହାଳିକ ।
ସିକୁନ ଭୁବନେଶ୍ବର ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ହୋଇଥିବାବେଳେ ଦିବ୍ୟଜ୍ୟୋତି କାଳୀମନ୍ଦିର ବସ୍ତି ଅଞ୍ଚଳର ସୂଚନା । ଘଟଣାରେ ବାଲିଅନ୍ତା ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା ରଖିଛି ପୋଲିସ ।

କ୍ରିକେଟିୟର ରାହୁଲ ଦ୍ରାଭିଡ ଓ ଅଟୋ ଚାଳକଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ, ଭାଇରାଲ ହେଲା ଭିଡ଼ିଓ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ କାରକୁ ଧକ୍କା ଦେଲା ଅଟୋ। ଦୁର୍ଘଟଣା ପରେ ଅଟୋ ଚାଳକଙ୍କ ସହ ରାହୁଲଙ୍କ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି । ରାହୁଲ ଦ୍ରାବିଡଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଜଣେ ଅଟୋ ଚାଳକଙ୍କ ସହ ରାହୁଲଙ୍କ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ ମଙ୍ଗଳବାର ସନ୍ଧ୍ୟାରେ ବେଙ୍ଗାଲୁରୁର ରାସ୍ତାରେ ଅଟୋଟି ରାହୁଲଙ୍କ କାରକୁ ଧକ୍କା ଦେଇଥିଲା । ଏହାପରେ ରାହୁଲ ବହୁତ ରାଗିଯାଇଥିଲେ । ସେ ଅଟୋ ଚାଳକଙ୍କ ସହ କନ୍ନଡ ଭାଷାରେ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖିବା ମିଳିଛି । ସେଠାରେ ଉପସ୍ଥିତ ଥିବା କେହି ଜଣେ ସେହି ସମୟର ଭିଡିଓ ଉତ୍ତୋଳନ କରିଥିଲେ । କୁହାଯାଉଛି ଯେ, ଦୁର୍ଘଟଣା ପରେ ଦ୍ରାବିଡ ଅଟୋ ଡ୍ରାଇଭରଙ୍କ ଯୋଗାଯୋଗ ନମ୍ବର ଲେଖି ରଖିଥିଲେ ଏବଂ ତା’ପରେ ସେଠାରୁ ଚାଲିଯାଇଥିଲେ। ଏସମ୍ପର୍କରେ ଅଧିକ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଏନେଇ ଥାନାରେ ମଧ୍ୟ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।

ଆମେରିକାରୁ ଭାରତ ଫେରିଲେ ୧୦୪ ପ୍ରବାସୀ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ମିଲିଟାରୀ ପ୍ଲେନ୍ ପ୍ରବାସୀ ଭାରତୀୟଙ୍କୁ ନେଇ ଭାରତ ପହଞ୍ଚିଛି । ଆମେରିକା C-147 ପ୍ଲେନରେ ପ୍ରବାସୀ ଭାରତୀୟଙ୍କୁ ପଠାଯାଇଥିଲା। ଏହି ବିମାନ ଅମୃତସର ଏୟାରପୋର୍ଟରେ ଅବତରଣ କରିଛି । ସେଠାରେ ପୋଲିସ ଏବଂ ପ୍ରଶାସନ ଉପସ୍ଥିତ ରହିଛନ୍ତି। ବିମାନବନ୍ଦରରେ ଉପସ୍ଥିତ ଥିବା ଆମେରିକା ଦୂତବାସ ଅଧିକାରୀ କହିଛନ୍ତି ଯେ, ପ୍ଲେନରେ ମୋଟ୍ ୧୦୪ ଜଣ ଭାରତୀୟ ଅଛନ୍ତି। ସେଥିମଧ୍ୟରୁ ୭୯ ପୁରୁଷ ଥିବା ବେଳେ ୨୫ ଜଣ ମହିଳା, ୧୩ ଜଣ ଶିଶୁ ସାମିଲ ରହିଛନ୍ତି। ସେଥିମଧ୍ୟରୁ ୩୩ ଜଣ ଗୁଜୁରାଟର ରହିଛନ୍ତି। ଗୁଜୁରାଟ ନାଗରୀକମାନେ ଅମୃତସର ବିମାନବନ୍ଦରରେ ରହିବେ । ସେଠାରୁ ସିଧାସଳଖ ତାଙ୍କୁ ଗୁଜରାଟ ପଠାଇଦିଆଯିବ ।

ସୂଚନା ଅନୁଯାୟୀ, ଆମେରିକାରୁ ଭାରତ ଆସୁଥିବା ନାଗରିକଙ୍କୁ ମେକ୍ସିକୋ ଓ ଆମେରିକା ବର୍ଡରରୁ ଚିହ୍ନଟ କରାଯାଇଥିଲା । କୁହାଯାଉଛି କି ଏମାନେ ଅବୈଦ୍ଧ ଭାରେ ଆମେରିକାରେ ପ୍ରବେଶ କରିଥିଲେ । ଆମେରିକାରେ ୭.୨୫ହଜାରରୁ ଅଧିକ ଭାରତୀୟ ଅବୈଦ୍ଧ ଭାବେ ରହୁଥିବା ସୂଚନା ରହିଛି । ସେ ସମସ୍ତଙ୍କୁ ପର୍ୟ୍ୟାୟ କ୍ରମେ ଭାରତ ଫେରିବାକୁ  ହେବ ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଧମକ

ଭୁବନେଶ୍ୱର: ନିରଞ୍ଜନଙ୍କ ପରେ ଜୟଦେବ। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ୫୦ ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ। ଗତ ୩ ତାରିଖରେ କଲ୍ କରି ଟଙ୍କା ମାଗିଥିଲେ ଜଣେ ଯୁବକ। ଓଡ଼ିଆ ଭାଷାରେ କଥା ହୋଇ ଟଙ୍କା ମାଗିଥିଲେ। ଜୟଦେବ କହିଥିଲେ, ମୋତେ ୭୦ ବର୍ଷ ପାର ହେଲାଣି ମାରିଦେଲେ ମାରିଦେ। ତା ପରେ ଯୁବକ କହିଥିଲେ ୫୦ ହଜାର ଦେ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି ଜୟଦେବ । ଆହୁରୀ ମଧ୍ୟ କହିଛନ୍ତି, ଉଚିତ୍ ତଦନ୍ତ ଦାବି କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମୁଁ ସରକାର ବିରୋଧରେ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ଏଭଳି ଫୋନ ଧମକ ଆସୁଛି। ମୋହନ ଭଗବତ୍ ଙ୍କୁ ବିରୋଧ କରି ଛାତ୍ର ନେତା ଜେଲ ଯିବା ପରେ ମୁଁ ତାଙ୍କୁ ଭେଟି ସାମ୍ବାଦିକ ସମ୍ମିଳନୀ କରିବା ପରେ ଯୁବକ ଜଣଙ୍କ ଟଙ୍କା ମାଗିବା ସହିତ କହିଥିଲା ବହୁତ୍ ଟିଭିରେ ବହାରୁଛୁ।

ଏନେଇ କ୍ୟାପିଟାଲ ଥାନା ତଦନ୍ତ କରୁଛି।

ଆସନ୍ତା ୮ ତାରିଖ ପରେ ପିସିସି ରାଜ୍ୟ କଂଗ୍ରେସର ସଭାପତି ନାଁ ଘୋଷଣା ହେବ: ଜୟଦେବ ଜେନା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତି ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ସେ କହିଛନ୍ତି, ଆସନ୍ତା ୮ ତାରିଖ ପରେ ଯେକୌଣସି ମୁହୂର୍ତ୍ତରେ ପିସିସି ସଭାପତି ନାଁ ଘୋଷଣା ହେବ । ହାଇକମାଣ୍ଡ ଏଆଇସିସିର ଦୁଇ ଜଣ ପର୍ଯ୍ୟବେକ୍ଷକ ପଠାଇ ମତାମତ ନେଇ ସାରିଛନ୍ତି । ଆଉ କାହା ସହ ଆଲୋଚନା କରିବେ ନାହିଁ । କେବଳ ନାଁ ଘୋଷଣା ହେବ ପିସିସି ସଭାପତିଙ୍କ ନାଁ । କଂଗ୍ରେସ ଏବେ ସଂଗଠିତ ହୋଇଛି । ୨୦୨୯ ପାଇଁ ପ୍ରସ୍ତୁତ ହେଉଛି । ଯାହାକୁ ହାଇକମାଣ୍ଡ ପିସିସି ସଭାପତି କରିବେ, ଆମେ ସମସ୍ତେ ତାଙ୍କ ନେତୃତ୍ୱରେ କାମ କରିବୁ ବୋଲି କହିଛନ୍ତି ଜୟଦେବ ଜେନା । ନିର୍ବାଚନ ସରିବା ପରେ ପରେ ପିସିସି ସଭାପତି ଚୟନ ହେବ ।

ସେପଟେ ପିସିସି ସଭାପତି ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦିଲ୍ଲୀ ନିର୍ବାଚନ ସରିବା ପରେ ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବ । ଏନେଇ ଆଲୋଚନା ମଧ୍ୟ ଚାଲିଛିୟ । କଂଗ୍ରେସ ସଂଗଠିତ ହୋଇଛି । ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି, ତାହାର ପ୍ରତିବାଦ କରୁଛି କଂଗ୍ରେସ । ଏଆଇସିସି ଓଡ଼ିଶାକୁ ଫୋକସ କରୁଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।