ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବାଲେଶ୍ଵର ରେମୁଣାର ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବିଦ୍ୟାଧର ପତିଙ୍କ ଘର ସମେତ ଅଫିସରେ, ଭୁବନେଶ୍ଵର, ବାଲେଶ୍ଵରରେ ଭଡ଼ା ଘର ଓ ସମ୍ପର୍କୀୟଙ୍କ ଘରେ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସାମିଲ ଅଛନ୍ତି । ଆଜି ଭୋର ସମୟରୁ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରହିଛି ।
ଏଥର ବିଧାନସଭାରେ ଏହିସବୁ ପ୍ରସଙ୍ଗ ଉଠାଇବ ବିଜେଡି, ଜାଣନ୍ତୁ କଣ କହିଲେ ପ୍ରସନ୍ନ ଆଚାର୍ଯ୍ୟ
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଏଥର ବିଜେଡି ଉଠାଇବ ଆଇନ ଶୃଙ୍ଖଳାଠାରୁ ଚାଷୀ ପ୍ରସଙ୍ଗ। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଧାନସଭାରେ ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରି, ଡକାୟତି ବଢିଛି। ଅନ୍ୟ ଅଂଚଳରେ କଣ ହେଉଥିବ ଅନୁମାନ କରିହେଉଛି । ଭିଆଇପି ଅଂଚଳରେ ଚୋରୀ ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନି ଚଟଣୀ ହେଉଛି । ଏହାକୁ ପ୍ରସଙ୍ଗ କରାଯିବ । ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତା କାଲି ସଂଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ନବୀନ ପଟ୍ଟନାୟକ ଅଧକ୍ଷତାରେ ବସିବ ବୈଠକ । ବିଧାନସଭା ସୁରୁଖୁରୁରେ କିପରି ଚାଲିବ ତାହା ଶାସକ ଦଳର ଦାୟିତ୍ୱ । ଶାସକ ଦଳ ବିଶୃଙ୍ଖଳା କଲେ କାର୍ଯ୍ୟନୁଷ୍ଠାନ ନେବ ତ? ଅନେକ ସମୟରେ ଶାସକ ଦଳ କହିବାକୁ ଦେଉନାହିଁ । ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ।
୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ପୋଲିସକୁ ମିଳିଛି ସଫଳତା । ୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ପୋଲିସ ସୁନା ଗହଣା, ଟଙ୍କା ଓ ବାଇକ୍ ଜବତ କରିଛି ପୋଲିସ । ଗଲା କିଛି ଦିନ ହେଲା ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ବାଇକରେ ଫେରାର୍ ମାରୁଥିଲେ ଲୁଟେରା । ଗତ ବର୍ଷ ନଭେମ୍ବର ୮ ତାରିଖରେ ଏଫସିଆଇରୁ ଫେରୁଥିବା ବେଳେ ଏକଘରିଆ ନିକଟରେ ଲିପସା ଦାସ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଦୁର୍ବୃତ୍ତ ବାଇକରେ ଫେରାର ହୋଇ ଯାଇଥିଲେ । ଜାନୁଆରୀ ୫ ତାରିଖରେ ସରିତା ବିଶ୍ଵାଳଙ୍କ ଠାରୁ ଓ ଅନୁଗୁଳ ହାଟ ନିକଟରୁ, ଜାନୁଆରୀ ୨୫ ତାରିଖରେ ଅନୁଗୁଳ ପିଟିସି ଅଫିସର କଲୋନୀ ସାମ୍ନା ରାସ୍ତାରେ ବନିତା ବେହେରାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୃତ୍ତ । ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ଵରେ ଏକ ଟିମ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆସ୍କା ଅଞ୍ଚଳର ଗଣେଶ ଦାସ ଓ ଏ ଅର୍ଜୁନକୁ ଧରିବାରେ ସଫଳ ହୋଇଥିଲା । ଉଭୟ ଛିନତାଇ କରିଥିବା ଓ ଆସ୍କାର ଏ ତାରିଣୀ ଆଚାରୀ ନାମକ ବ୍ୟକ୍ତିକୁ ବିକ୍ରି କରୁଥିବା ସ୍ଵୀକାର କରିଥିଲେ । ପୋଲିସ ତାରିଣୀଙ୍କ ଦୋକାନରେ ଚଢ଼ାଉ କରି ନଗଦ ୮ହଜାର ୨୦୦ ଟଙ୍କା, ତରଳାଯାଇଥିବା ପ୍ରାୟ ୧୧ ଗ୍ରାମ ସୁନା, ସୁନା ଚେନ, ୨ ଲକେଟ, ମଙ୍ଗଳସୁତ୍ର, ଏକ ଯୋଡି ଝରା, ତିନୋଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଓ ସୁନା ତରଳାଇବା ମେସିନ ଜବତ କରିଛି । ଗିରଫ ପରେ ତିନି ଜଣଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବା ଏସଡିପିଓ ରାମାକାନ୍ତ ମାହାଳିକ କହିଛନ୍ତି ।

