ନନ୍ଦିଘୋଷ ବ୍ୟୁରୋ; ସାନ ଭାଇର ମାଡ଼ରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅଧିନ କପାଳେଶ୍ବର ପଂଚାୟତ ଗରାପୁର ମଳିକ ସାହିରେ । ଏହି ଗାଁର ଦୁଇ ଭାଇ ରାମଚନ୍ଦ୍ର ମଲ୍ଲିକ ଓ ବାଉଁ ମଲ୍ଲିକଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ବଡ଼ ଭାଇ ରାମଚନ୍ଦ୍ର ନିଶାଖାଇ ବାଉଁ ମଲ୍ଲିକଙ୍କୁ ଗାଳି ଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଉଁ ମଲ୍ଲିକ ରାମଚନ୍ଦ୍ରଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲା । ଏହି ମାଡ଼ରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗୁରୁତର ସାନଭାଇ ବାଉଁଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟଅଵସ୍ଥା ସଙ୍ଗୀନ ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।
ବ୍ୟାଙ୍କରେ ଲାଗିଲା ନିଆଁ
ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କରେ ଲାଗିଲା ନିଆଁ। ଜଗତସିଂହପୁରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଗାବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଲାଗିଛି ଏହି ନିଆଁ। ଖବର ପାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମବାହିନୀ ଟିମ। ନିଆଁ ଲିଭାଇବାକୁ ଦୁଇଟି ଫାୟାର ଟିମ ନିୟୋଜିତ ହୋଇଛନ୍ତି। ବ୍ୟାଙ୍କ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ଘଟଣାସ୍ଥଳରେ ପୋଲିସ ଟିମ ଉପସ୍ଥିତ ଅଛନ୍ତି। ତେବେ କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ ରହିଛି।
ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ବଢ଼ିଲା ଆପର ଚିନ୍ତା !
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟିରେ ବଢିଲା ଅଡୁଆ। ପରାଜୟର ପ୍ରଭାବ ଦେଖିବାକୁ ମିଳିପାରେ ପଞ୍ଜାବରେ। ପଞ୍ଜାବ ଆମ ଆଦମୀ ପାର୍ଟିର ୩୦ରୁ ଅଧିକ ବିଧାୟକ ପଞ୍ଜାବ କଂଗ୍ରେସ ନେତା ପ୍ରତାପ ସିଂ ବାଜୱାଙ୍କ ସମ୍ପର୍କରେ ଥିବା ସେ କହିଛନ୍ତି। ଦିଲ୍ଲୀରେ ବିଜେପି ୨୭ ବର୍ଷ ଧରି ଶାସନ ଗାଦି ବାହାରେ ରହିଥିଲା। ଏବେ ବିଜେପି ହାତକୁ ଆସିଛି ସରକାର। ଆମ ଆଦମୀ ପାର୍ଟିର ଶାସନ କେବଳ ପଞ୍ଜାବରେ ରହିଛି। ଏଭଳି ସ୍ଥିତିରେ ଆମ ଆଦମୀ ଲାଗି ପରୀକ୍ଷାର ମୁହୂର୍ତ୍ତ। ଆସନ୍ତା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି। ୨୦୧୩ରେ ଦିଲ୍ଲୀରେ ରାଜନୀତିରୁ ଶାସନ ଭାରକୁ ଆସିଥିଲା ଆମ ଆଦମୀ ପାର୍ଟି। ୨୦୨୨ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟ ହୋଇଥିଲା ଆପ। ପଞ୍ଜାବରେ ଆଗାମୀ ନିର୍ବାଚନକୁ ଆଉ ୨ ବର୍ଷ ରହିଛି। ଏଭଳି ସ୍ଥିତିରେ ସତର୍କତାର ସହ ଆପକୁ ଆଗକୁ ବଢିବାକୁ ହେବ। ୨୦୨୪ ସାଧାରଣ ନିର୍ବାଚନରେ ଆପକୁ ମୋଟ ୧୩ ଆସନରୁ ୩ ଆସନରେ ବିଜୟୀ ହୋଇଥିଲା। ପଞ୍ଜାବରେ ସରକାର ପୁଣି ଥରେ ବଜାୟ ରଖିବାକୁ ହେଲେ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିବାକୁ ପଡିବ। ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ସହ ମାସିକ ୬ଶହ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ପୂରଣ କରିବାକୁ ପଡିବ।
ପ୍ରୟାଗରାଜ ମହାକୁମ୍ଭ : ବୁଡ଼ ପକାଇଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ
ପ୍ରୟାଗରାଜ ମହାକୁମ୍ଭରେ ଏଯାଏଁ ପକାଇଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ବୁଡ଼। ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ୨୬ ଦିନ ହୋଇଥିବାବେଳେ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି। ମହାକୁମ୍ଭକୁ ରହିଛି ଆଉ ରହିଛି ୧୮ ଦିନ। କିଛି ଦିନ ମଧ୍ୟରେ ବୁଡ ପକାଇଥିବା ଶ୍ରଦ୍ଧାଳୁ ସଂଖ୍ଯା ୫୦ କୋଟି ପାର ହୋଇଯିବା ସମ୍ଭାବନା ରହିଛି। ଆସନ୍ତା ୨୬ ଫେବୃଆରୀରେ ମହାକୁମ୍ଭର ହେବ ସମାପନ। ଏହି ଅବଧି ମଧ୍ୟରେ ମହାକୁମ୍ଭରେ ବୁଡ଼ ପକାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ଯା ୫୦ କୋଟି ପାର ହୋଇଯିବା ସମ୍ଭାବନା ରହିଛି। ଗତ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିଲା ପ୍ରୟାଗର ପବିତ୍ର ମହାକୁମ୍ଭ।

