ଭୁବନେଶ୍ୱର : ମୋ ବସ୍ ଧକ୍କାରେ ୧୩ ବର୍ଷ ନାବାଳିକାର ମୃତ୍ୟୁ। ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ଦୁର୍ଘଟଣା। ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ଧକ୍କା ଦେଲା ମୋ ବସ୍। ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ଘଟିଛି। ମୃତକ ରଘୁନାଥ ପୁର ଅଞ୍ଚଳର ରାମ ତିଆଡ଼ିଙ୍କ ଝିଅ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ କଟକ ଯିବା ରାସ୍ତାରେ ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ମୋ ବସଟି ନନ୍ଦନକାନନ ଥାନାରେ ଅଟକ ଅଛି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ।
ପୁରୀରୁ ଧରାପଡ଼ିଲା ଷ୍ଟାର ହୋଟେଲ ଲୁଟେରା
ନନ୍ଦିଘୋଷ ବ୍ୟୁରୋ : ପୁରୀରୁ ଧରାପଡ଼ିଲା ଷ୍ଟାର ହୋଟେଲ ଲୁଟେରା । ପୁରୀ ବଳିଆପଣ୍ଡା ସ୍ଥିତ ଏକ ବିବାହ ମଣ୍ଡପରୁ ସୁଟକେସ୍ ଚୋରି ବେଳେ ଧରାପଡ଼ିଛି । ବଳିଆପଣ୍ଡା ଥାନା ପୋଲିସ ଏହି ସୁଟବୁଟ୍ ପିନ୍ଧା ଚୋରକୁ ଗିରଫ କରିଛି। ଗିରଫ ଲୁଟେରା ମଧ୍ୟପ୍ରଦେଶ କାଦିଆ ଗାଁର ୨୦ବର୍ଷୀୟ ରିତେଶ ସିସୋଦିଆ।
୨ ତାରିଖ ରାତି ୧୦ଟାରେ ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲ୍ ପରିସରରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ରିତେଶ ଏକ ସୁଟ୍କେସ୍ ଚୋରି କରି ନେଇ ପଳାଉଥିବାବେଳେ ହୋଟେଲ୍ ସୁରକ୍ଷା କର୍ମୀ ତାକୁ କାବୁ କରିଥିଲେ। ହେଟେଲ ପରିଚାଳକ ଏନେଇ ଥାନାରେ ଏତଲା ଦେଇଥିଲେ। ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ଭୁବନେଶ୍ୱର ଷ୍ଟାର ହୋଟେଲରୁ ବହୁମୂଲ୍ୟ ସୁନା ଗହଣା ଲୁଟିନେଇଥିଲା। ସୁଟବୁଟ ପିନ୍ଧି ବରଯାତ୍ରୀ ବେଶରେ ଆସି ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଅଳଙ୍କାର ସହ ଖାମରେ ଥିବା ଅଢେଇ ଲକ୍ଷ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲା।
ସରିଲା ଦିଲ୍ଲୀ ପ୍ରଚାର, କାଲି ଭୋଟ ; ଦେଢ଼ କୋଟିରୁ ଅଧିକ ଭୋଟର୍ କରିବେ ମତଦାନ
ନୂଆଦିଲ୍ଲୀ : ଆସନ୍ତାକାଲି ଭୋଟ ଦେବ ଦିଲ୍ଲୀ। ଗତ ସଂଧ୍ୟାରେ ସରିବ ପ୍ରଚାର। ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। କେଜରିୱାଲ କହିଛନ୍ତି, ତାଙ୍କ ଦଳ ୫୫ଟି ସିଟ୍ ପାଇବ। ୨୦୨୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି। ସୁରୁଖୁରୁରେ ନିର୍ବାଚନ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ। ଦେଢ଼ କୋଟିରୁ ଅଧିକ ଭୋଟର୍ ଏଥର ନିଜର ପ୍ରତିନିଧି ବାଛିବେ। ଏଥିପାଇଁ ୧୩ ହଜାର ୭୬୬ ଟି ବୁଥ୍ କରାଯାଇଛି। ସେଥି ମଧ୍ୟରୁ ପ୍ରାୟ ୩ ହଜାର ସମ୍ବେଦନଶୀଳ ବୁଥ ଅଛି। ସୁରକ୍ଷା ପାଇଁ ୪୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଉଛି। ଏଥିରେ ରହିଛନ୍ତି ୨୨୦ କମ୍ପାନି ଅର୍ଦ୍ଧ ସାମରିକ ବାହିନୀ। ୬୦୦ ରୁ ଅଧିକ ଫ୍ଲାଇଂ ସ୍କ୍ଵାର୍ଡ ବି ରହିଛନ୍ତି। ଦିଲ୍ଲୀ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ଆଲର୍ଟ ଅଛନ୍ତି। କାଲି ଭୋଟ ସରିବା ପରେ ୮ ତାରିଖରେ ହେବ ଗଣତି।

