ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଆଗଲପୁର ଚାଷୀଙ୍କୁ କଲବଲ କରୁଛି ଟମାଟୋର ଅଭାବୀ ବିକ୍ରି। ଆଗଲପୁର ବ୍ଳକ ରୋଡରେ କିଲୋ ପ୍ରତି ଟଙ୍କାଟିଏରୁ ମଧ୍ୟ କମ ପଇସାରେ ବ୍ୟବସାୟୀ ମାଗୁଥିବା କହିଛନ୍ତି ଚାଷୀ। ଏକର ଏକର ଜମିରେ ଚାଷୀମାନେ ଟମାଟୋ ଚାଷ କରୁଥିବା ବେଳେ ବେପାରୀଙ୍କ ଠାରୁ ଏବେ ଶୋଷଣର ଶିକାର ହେଉଛନ୍ତି । ଏକର ପିଛା ଟମାଟୋ ଚାଷରେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏବେ ଟମାଟୋ ଟ୍ରେ ପିଛା ୧୦ରୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ। ଏହି ପରିସ୍ଥିତିରେ ଅନେକ ଚାଷୀ ବିଲରେ ପାଣି ମଧ୍ୟ ଦେଉନାହାନ୍ତି । କାରଣ ଟମାଟୋ ବିକ୍ରିର ପାଣି ଖର୍ଚ୍ଚ ବି ଉଠାଇ ପାରୁନି କି ଶ୍ରମିକ ଲଗାଇ ଟମାଟୋ ତୋଳିବା ମଧ୍ୟ ସମ୍ଭବ ହେଉପାରୁନି । ଫଳରେ ବିଲରେ ପଡି ପଡି ଷଢୁଛି ଚାଷୀ । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଶୀତଳ ଭଣ୍ଡାର ଟିଏ ନାହିଁ ବୋଲି ଅଭିଯୋଗ କରିଛନ୍ତିୀ ଚାଷୀ। ଏତେ କମ ଦରରେ ଟମାଟୋ ବିକ୍ରି କଲୋ ଚାଷୀ ମୂଲ ଫେରି ପାଇବାଟା ତ ଦୂରର କଥା ଋଣ କିଭଳି ସୁଝିବ ସେନେଇ ମୁଣ୍ଡରେ ହାତ ଦେଇ ବସିଛି।
ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି। ଫାଲଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଗରମରେ ଲାଗିବ ବ୍ରେକ୍, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: କାଲିଠୁ ଗରମରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ଆଣିବ ବର୍ଷା । ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ନେଇ ବି ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ କାଲିଠୁ ଦୁଇ ଦିନ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ କାଲି ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ସେହିପରି ୨୦ ରେ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି । ସେପଟେ ଆଜି ବି ରାଜ୍ୟରେ ଜାରି ରହିବ ତାତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ । ରାଜଧାନୀ ଭୁବନେଶ୍ବର ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମାଲକାନଗିରି, ଗଜପତି, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଆକଳନ କରାଯାଇଛି । ଏହି ସବୁ ଜିଲ୍ଲାରେ ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ଦିନର ତାପମାତ୍ରା ରେକର୍ଡ ହୋଇପାରେ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ ପାଇଁ ତାତି ବୃଦ୍ଧି ପାଇଛି ।

